ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ତାତି: ୫ ଡିଗ୍ରୀ ଯାଏ ବଢ଼ିବ ତାପମାତ୍ରା, ଘୂର୍ଣ୍ଣିବଳୟ ଟାଣିବ ଗରମ ପବନ

The Sakala Picture
Published On

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି। ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୭ ତାରିଖ […]

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି। ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ବୋଲି ମଡେଲ୍‌‌ ଦର୍ଶାଉଛି। ଏହା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁକୁ ଆକର୍ଷିତ କରିବ। ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ହେବ ବୋଲି ୟୁରୋପିଆନ ମଡେଲ୍‌‌ ଓ ଜିଏଫ୍‌‌ଏସ ମଡେଲ୍‌‌ର ଆକଳନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାମପାତ୍ରା ସ୍ୱାଭାବିକଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହୁଛି। ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ହେଉଛି। ଏହାଦ୍ୱାରା ପୂର୍ବାପେକ୍ଷା ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି। ମାତ୍ର ଆସନ୍ତା ୨୭ ତାରିଖରୁ ତାପମାତ୍ରା ପୁଣି ଉପରମୁହାଁ ହେବ। ଫଳରେ ରାଜ୍ୟରେ ତାତି ଆହୁରି ବୃଦ୍ଧି ହେବ। ମାର୍ଚ୍ଚ ୩ରୁ ୪ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ପାର୍‌‌ କରିବ ବୋଲି ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ତାପମାତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛନ୍ତି। ପ୍ରଫେସର ପଶୁପାଳକ କହିଛନ୍ତି ଯେ ସାରା ରାଜ୍ୟରେ ଦିନର ସର୍ବାଧିକ ତାପମାତ୍ରା ସୋମବାରଠାରୁ ବଢ଼଼ିବ। ଉପକୂଳରେ ପାହାନ୍ତିଆରେ କିଛି କୁହୁଡ଼ି ହେବା ସହ ବିଜୟୱାଡ଼ା, ହାଇଦ୍ରାବାଦ, ନାଗପୁର, ରାୟପୁର, ରାଞ୍ଚି ଓ ଭୁବନେଶ୍ୱର ମଧ୍ୟରେ ଥିବା ଅଞ୍ଚଳରେ ଗରମ ଅଧିକ ବଢ଼଼ିବ ଓ ଦେଶର ସବୁଠାରୁ ଉତ୍ତପ୍ତ ରହିବ। ଉତ୍ତରଭାରତ ବିଶେଷ କରି ଉତ୍ତର ପଶ୍ଚିମଭାରତରେ ତାପମାତ୍ରା ସ୍ୱାଭାବିକଠାରୁ ସବୁଠାରୁ ଅଧିକ ରହିବ। ଓଡ଼ିଶାରେ ସୋମବାରରୁ ଶନିବାର ମଧ୍ୟରେ ସର୍ବାଧିକ ତାପମାତ୍ରା ହାରାହାରି ୫ ଡିଗ୍ରୀ ସେଲ୍‌ଫସିୟସ ବଢ଼଼ିପାରେ। ମାର୍ଚ୍ଚ ୩ ବା ୪ ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିବାକୁ ଥିବାବେଳେ କେତେକ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ହେବାର ସମ୍ଭାବନା ରହିଛି। ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବଙ୍ଗୋପସାଗରୀୟ ବବନ ବହିବା ହେତୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ବିଶେଷ ବଢ଼଼ିବ ନାହିଁ। ଉପରବେଳା ସାମୁଦ୍ରିକ ପବନ ହେତୁ ସନ୍ଧ୍ୟା ବେଳକୁ ତାପମାତ୍ରା ଶୀଘ୍ର କମିବ। ତେବେ ୪ ତାରିଖ ବେଳକୁ ତାପମାତ୍ରା ୪୧ ଡିଗ୍ରୀ ହୋଇପାରେ ବୋଲି ପ୍ରଫେସର ପଶୁପାଳକ ପୂର୍ବନୁମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

ଗତ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇଛି। ପୂର୍ବରୁ ଏକାଧିକ ସ୍ଥାନରେ ତାପପାତ୍ରା ୩୮ ଡିଗ୍ରୀ ଉପରେ ରହୁଥିବା ବେଳେ ଏବେ ଏହା ହ୍ରାସ ହୋଇଛି। ରବିବାର ବୌଦ୍ଧ ଓ ମାଲକାନଗିରିରେ ତାପମାତ୍ରା ୩୭.୫ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ଅନ୍ୟପଟେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମୁଖ୍ୟତଃ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜମରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଏସ୍‌‌ଆର୍‌‌ସିଙ୍କ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ସୁରକ୍ଷିତ ଯାନବାହନ ଚଳାଚଳ ପାଇଁ ପୁଲିସ ଓ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

27 Feb 2023 By The Sakala

ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ତାତି: ୫ ଡିଗ୍ରୀ ଯାଏ ବଢ଼ିବ ତାପମାତ୍ରା, ଘୂର୍ଣ୍ଣିବଳୟ ଟାଣିବ ଗରମ ପବନ

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି। ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ବୋଲି ମଡେଲ୍‌‌ ଦର୍ଶାଉଛି। ଏହା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁକୁ ଆକର୍ଷିତ କରିବ। ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ହେବ ବୋଲି ୟୁରୋପିଆନ ମଡେଲ୍‌‌ ଓ ଜିଏଫ୍‌‌ଏସ ମଡେଲ୍‌‌ର ଆକଳନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାମପାତ୍ରା ସ୍ୱାଭାବିକଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହୁଛି। ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ହେଉଛି। ଏହାଦ୍ୱାରା ପୂର୍ବାପେକ୍ଷା ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି। ମାତ୍ର ଆସନ୍ତା ୨୭ ତାରିଖରୁ ତାପମାତ୍ରା ପୁଣି ଉପରମୁହାଁ ହେବ। ଫଳରେ ରାଜ୍ୟରେ ତାତି ଆହୁରି ବୃଦ୍ଧି ହେବ। ମାର୍ଚ୍ଚ ୩ରୁ ୪ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ପାର୍‌‌ କରିବ ବୋଲି ଆକଳନ କରାଯାଉଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ତାପମାତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛନ୍ତି। ପ୍ରଫେସର ପଶୁପାଳକ କହିଛନ୍ତି ଯେ ସାରା ରାଜ୍ୟରେ ଦିନର ସର୍ବାଧିକ ତାପମାତ୍ରା ସୋମବାରଠାରୁ ବଢ଼଼ିବ। ଉପକୂଳରେ ପାହାନ୍ତିଆରେ କିଛି କୁହୁଡ଼ି ହେବା ସହ ବିଜୟୱାଡ଼ା, ହାଇଦ୍ରାବାଦ, ନାଗପୁର, ରାୟପୁର, ରାଞ୍ଚି ଓ ଭୁବନେଶ୍ୱର ମଧ୍ୟରେ ଥିବା ଅଞ୍ଚଳରେ ଗରମ ଅଧିକ ବଢ଼଼ିବ ଓ ଦେଶର ସବୁଠାରୁ ଉତ୍ତପ୍ତ ରହିବ। ଉତ୍ତରଭାରତ ବିଶେଷ କରି ଉତ୍ତର ପଶ୍ଚିମଭାରତରେ ତାପମାତ୍ରା ସ୍ୱାଭାବିକଠାରୁ ସବୁଠାରୁ ଅଧିକ ରହିବ। ଓଡ଼ିଶାରେ ସୋମବାରରୁ ଶନିବାର ମଧ୍ୟରେ ସର୍ବାଧିକ ତାପମାତ୍ରା ହାରାହାରି ୫ ଡିଗ୍ରୀ ସେଲ୍‌ଫସିୟସ ବଢ଼଼ିପାରେ। ମାର୍ଚ୍ଚ ୩ ବା ୪ ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିବାକୁ ଥିବାବେଳେ କେତେକ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ହେବାର ସମ୍ଭାବନା ରହିଛି। ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବଙ୍ଗୋପସାଗରୀୟ ବବନ ବହିବା ହେତୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ବିଶେଷ ବଢ଼଼ିବ ନାହିଁ। ଉପରବେଳା ସାମୁଦ୍ରିକ ପବନ ହେତୁ ସନ୍ଧ୍ୟା ବେଳକୁ ତାପମାତ୍ରା ଶୀଘ୍ର କମିବ। ତେବେ ୪ ତାରିଖ ବେଳକୁ ତାପମାତ୍ରା ୪୧ ଡିଗ୍ରୀ ହୋଇପାରେ ବୋଲି ପ୍ରଫେସର ପଶୁପାଳକ ପୂର୍ବନୁମାନ କରିଛନ୍ତି।

ଗତ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇଛି। ପୂର୍ବରୁ ଏକାଧିକ ସ୍ଥାନରେ ତାପପାତ୍ରା ୩୮ ଡିଗ୍ରୀ ଉପରେ ରହୁଥିବା ବେଳେ ଏବେ ଏହା ହ୍ରାସ ହୋଇଛି। ରବିବାର ବୌଦ୍ଧ ଓ ମାଲକାନଗିରିରେ ତାପମାତ୍ରା ୩୭.୫ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ଅନ୍ୟପଟେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମୁଖ୍ୟତଃ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜମରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଏସ୍‌‌ଆର୍‌‌ସିଙ୍କ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ସୁରକ୍ଷିତ ଯାନବାହନ ଚଳାଚଳ ପାଇଁ ପୁଲିସ ଓ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର