ମିଳିଲା ସବୁଜ ସଙ୍କେତ: ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପାଠ ପଢ଼ା

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରାଯିବ। ଏନେଇ ଏଆଇସିଟିଇ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ନିକଟରେ ଅଲ୍ ଇଣ୍ଡିଆ କାଉନସିଲ୍  ଫର୍ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ଏବଂ ରାଜ୍ୟ ସରକାର ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ାଇବାକୁ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଏହା ସହିତ ଇଂଜିନିୟରିଂ ବହିଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିବା ଲାଗି ମଧ୍ଯ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଛି ।ଇଞ୍ଜିନିୟରିଂ ପ୍ରଥମ […]

ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରାଯିବ। ଏନେଇ ଏଆଇସିଟିଇ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ନିକଟରେ ଅଲ୍ ଇଣ୍ଡିଆ କାଉନସିଲ୍  ଫର୍ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ଏବଂ ରାଜ୍ୟ ସରକାର ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ାଇବାକୁ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଏହା ସହିତ ଇଂଜିନିୟରିଂ ବହିଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିବା ଲାଗି ମଧ୍ଯ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଛି ।ଇଞ୍ଜିନିୟରିଂ ପ୍ରଥମ ବର୍ଷ ପିଲାଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ପୁସ୍ତକ ଓଡ଼ିଆରେ ଅନୁବାଦ ହେବାକୁ ଥିବା ବେଳେ ଦ୍ୱିତୀୟବର୍ଷ ଲାଗି କେବଳ ୪ରୁ ୫ଟି ଫାଉଣ୍ଡେସନ କୋର୍ସକୁ ଓଡ଼ିଆରେ ଅନୁବାଦ କରାଯିବ ବୋଲି ସୂଚନା ମିଳିଛି। ସେହିଭଳି ଭାଷା ଓ ଗବେଷଣା ସଂସ୍ଥାର ତତ୍ତ୍ଵାବଧାନରେ ପାଠ୍ୟ ପୁସ୍ତକ ହେବ। ଖୁବଶୀଘ୍ର ଏନେଇ ସଂସ୍ଥା, କମିଟି ଗଠନ କରି ଅନୁବାଦ ଆରମ୍ଭ କରିବ । ତେବେ ଇଞ୍ଜିନିୟରିଂ ଟର୍ମ ଗୁଡ଼ିକରେ ବିଶେଷ ପରି ନ ହୋଇ କେବଳ ସରଳ ଭାଷାରେ ଏହାକୁ ଅନୁବାଦ କରାଯିବ।

ଆହୁରି ପଢ଼ନ୍ତୁ: ଘର ଭିତରେ ଭୟଙ୍କର ବାଣ ବିସ୍ଫୋରଣ; ବାପା ମୃତ, ପୁଅ ସମେତ ୬ ଜଣ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର