ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ
ଭୁବନେଶ୍ବର : ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀଙ୍କ ଘର ବାହୁଡା଼ ହୋଇଛି। ଆଜି ସେ ବିଜେଡିକୁ ଫେରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି ବୃନ୍ଦାବନ ମାଝୀଙ୍କୁ ବଜୁ ଜନତା ଦଳକୁ ସ୍ୱାଗତ କରୁଛୁ। ସେ କୁଚିଣ୍ଡାରୁ ୧୯୯୦ ରୁ ଜନତା ଦଳରୁ ବିଧାୟକ ଥିଲେ। ୨୦୦୪ରେ ଲାଇକେରାରୁ ବିଜେପି ବିଧାୟକ ବି ଥିଲେ। ଆଜି ସେ […]
ଭୁବନେଶ୍ବର : ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀଙ୍କ ଘର ବାହୁଡା଼ ହୋଇଛି। ଆଜି ସେ ବିଜେଡିକୁ ଫେରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି ବୃନ୍ଦାବନ ମାଝୀଙ୍କୁ ବଜୁ ଜନତା ଦଳକୁ ସ୍ୱାଗତ କରୁଛୁ। ସେ କୁଚିଣ୍ଡାରୁ ୧୯୯୦ ରୁ ଜନତା ଦଳରୁ ବିଧାୟକ ଥିଲେ। ୨୦୦୪ରେ ଲାଇକେରାରୁ ବିଜେପି ବିଧାୟକ ବି ଥିଲେ। ଆଜି ସେ ବିଜେପି ଛାଡି ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶି ଦଳକୁ ସଶକ୍ତ କରିଛନ୍ତି।
ଏଥି ସହ ମିଶ୍ରଣ ପର୍ବରେ କୁଚିଣ୍ଡା ବିଧାୟକ କିଶୋର ନାୟକ କହିଲେ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ ହେବ। ଆମ କଲେଜ ସମୟରେ ସେ ବିଧାୟକ ଥିଲେ। ସେ ହେମାନନ୍ଦ ବିଶ୍ୱାଳଙ୍କୁ ହରାଇଥିଲେ। ବୃନ୍ଦାବନ ମାଝୀ ବିଜେଡିରେ ଯୋଗଦେବା ପରେ କହିଛନ୍ତି ଯେ ବର୍ତମାନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦ୍ରୁତ ବିକାଶ ଚାଲିଛି। ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଛାଡି ବିଜେଡିରେ ମିଶିଲି। ଆମ ଅଞ୍ଚଳରେ ବହୁତ ଉନ୍ନତି ହୋଇଛି। ଆହୁରି ହେବାକୁ ବାକି ଅଛି। ସେ ବିକାଶ ଆଗେଇବାକୁ ସାମିଲ ହେବୁ। ସମସ୍ତଙ୍କ ବିକାଶ ଓ ନ୍ୟାୟ ପାଇଁ ବିଜେଡିରେ ସାମିଲ ହେଲୁ।