ଭକ୍ତ ବେଶରେ ବିଦେଶିନୀ ଲୀଲାବତୀ; ମୁହଁରେ ଜଗନ୍ନାଥଙ୍କ ଅନର୍ଗଳ ଜଣାଣ, ୟୁରୋପ ଛାଡି ବାଲେଶ୍ଵରରେ ୧୦ ବର୍ଷ

The Sakala Picture
Published On

ବାଲେଶ୍ଵର : ବେଶରେ ବିଦେଶିନୀ ହେଲେ ଆତ୍ମାରେ ଉତ୍କଳିନୀ। ମୁହଁରେ ଜଗନ୍ନାଥଙ୍କ ଅନର୍ଗଳ ଜଣାଣ। ଖୁବ ସୁନ୍ଦର ଓଡ଼ିଆ ଓ ସଂସ୍କୃତ ମଧ୍ୟ କହିପାରୁଛନ୍ତି। ମହାପ୍ରଭୁଙ୍କ ଜୟଗାନ ବି କରୁଛନ୍ତି। ଏ ଜଣେ ଏମିତି ଜଣେ ଭକ୍ତ ଯିଏ,ଦଶ ବର୍ଷ ତଳେ କାଳିଆ ପ୍ରେମ ତାଙ୍କୁ ସଦୂର ୟୁରୋପରୁ ଟାଣିଆଣିଲା ଓଡ଼ିଶାକୁ। ତାପରେ ସେବେଠୁ ଏପର୍ଯ୍ୟନ୍ତ ଓଡ଼ିଶାରେ ରହିଯାଇଛନ୍ତି। ତେବେ ୧୦ ବର୍ଷ ତଳେ ନିଜ ଗୁରୁଙ୍କ ଆଜ୍ଞାରେ ଓଡ଼ିଶାକୁ ପଳାଇ ଆସିଥିଲେ। ସେତେବେଳେ ପୁରୀ ସମେତ […]

ବାଲେଶ୍ଵର : ବେଶରେ ବିଦେଶିନୀ ହେଲେ ଆତ୍ମାରେ ଉତ୍କଳିନୀ। ମୁହଁରେ ଜଗନ୍ନାଥଙ୍କ ଅନର୍ଗଳ ଜଣାଣ। ଖୁବ ସୁନ୍ଦର ଓଡ଼ିଆ ଓ ସଂସ୍କୃତ ମଧ୍ୟ କହିପାରୁଛନ୍ତି। ମହାପ୍ରଭୁଙ୍କ ଜୟଗାନ ବି କରୁଛନ୍ତି। ଏ ଜଣେ ଏମିତି ଜଣେ ଭକ୍ତ ଯିଏ,ଦଶ ବର୍ଷ ତଳେ କାଳିଆ ପ୍ରେମ ତାଙ୍କୁ ସଦୂର ୟୁରୋପରୁ ଟାଣିଆଣିଲା ଓଡ଼ିଶାକୁ। ତାପରେ ସେବେଠୁ ଏପର୍ଯ୍ୟନ୍ତ ଓଡ଼ିଶାରେ ରହିଯାଇଛନ୍ତି। ତେବେ ୧୦ ବର୍ଷ ତଳେ ନିଜ ଗୁରୁଙ୍କ ଆଜ୍ଞାରେ ଓଡ଼ିଶାକୁ ପଳାଇ ଆସିଥିଲେ। ସେତେବେଳେ ପୁରୀ ସମେତ ବିଭିନ୍ନ ମନ୍ଦିରକୁ ଯାଇଥିଲେ। ପରେ ବାଲେଶ୍ବରରେ ରାଧାମାଧବ ମଠକୁ ମଧ୍ୟ ଆସିଥିଲେ। ତେବେ ସେଠାରେ ତାଙ୍କୁ ରହିବାକୁ ଅନୁମତି ମିଳିବାରୁ ସେବେଠୁ ମଠରେ ରହି ଶ୍ରୀକୃଷ୍ଣଙ୍କ ସେବା କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ବିନା ଭକ୍ତରେ ହେଉଛି ରଥ ଯାତ୍ରା। ଟିଭିରେ କାଳିଆର ଦର୍ଶନ କରୁଛନ୍ତି ଭକ୍ତ। ଏଇ ଭକ୍ତଙ୍କ ଭିତରେ ଆଉ ଜଣେ ଭକ୍ତ ଯେ କି କାଳିଆ ପ୍ରେମରେ ପଡ଼ି ନିଜ ଦେଶ ୟୁରୋପ ଛାଡ଼ି ଅଟକି ଯାଇଛନ୍ତି ବାଲେଶ୍ବରରେ। ବାଲେଶ୍ଵର ଖନ୍ତାପଡାରେ ଥିବା ରାଧାମାଧବ ମଠରେ ଦୀର୍ଘ ବର୍ଷ ଧରି ପ୍ରଭୁଙ୍କ ସେବା କରୁଛନ୍ତି ଦାସୀ ଲୀଲାବତୀ। ସେ ଖୁବ ସୁନ୍ଦର ଭାବେ ଓଡ଼ିଆ କହୁଥିବା ବେଳେ କଣ୍ଠରେ ଅନର୍ଗଳ ଜଣାଣ।। ସେ ହେଉଛନ୍ତି କାଳିଆର ଜଣେ ଅନନ୍ୟ ଭକ୍ତ। ଅନ୍ୟ ସମୟରେ ଦର୍ଶନ ପାଇଁ ସୁଯୋଗ ନଥିବାରୁ ସେ ପ୍ରତିବର୍ଷ ରଥ ଯାତ୍ରାରେ କାଳିଆ ଦର୍ଶନ ପାଇଁ ପୁରୀ ଯାଆନ୍ତି କିନ୍ତୁ ଦୁଇ ବର୍ଷ ହେବ ପୁରୀକୁ ଯାଇପାରିନାହନ୍ତି ବୋଲି ତାଙ୍କ ମନ ବେଶ ବ୍ୟାକୁଳ ହୋଇଥିବା କହିଛନ୍ତି। ଯିଏ ନିଜ ଘର ଓ ଦେଶ ଛାଡ଼ି ଓଡ଼ିଶାକୁ ପଳାଇଆସିଛନ୍ତି। ଅପେକ୍ଷା କରିଛନ୍ତି କେବେ କାଳିଆ ସାଆନ୍ତ ତାଙ୍କୁ ଡାକିବେ। ସାରା ଜୀବନ ପ୍ରଭୁଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି ବିଦେଶିନୀ ଲୀଲାବତୀ। ‌ତେବେ ଲୀଲାବତୀ ଭିସାରେ ଅଛନ୍ତି ଏବଂ ସେ ଓଡ଼ିଶାରେ ରହି ପ୍ରଭୁଙ୍କ ସେବା କରିବାକୁ ଇଚ୍ଛା ରଖିଥିବା କହିଛନ୍ତି। ପୂର୍ବରୁ ଲୀଲାବତୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଛନ୍ତି ମାତ୍ର ବିଦେଶନୀ ପାଇଁ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନଥିବାରୁ ଦୁଃଖପ୍ରକାଶ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ,ଜଣେ ବିଦେଶିନୀ ହୋଇ ମଧ୍ୟ କାଳିଆଙ୍କ ପ୍ରତି ଅପୂର୍ବ ଶ୍ରଦ୍ଧା ଅନ୍ୟଙ୍କୁ ଚକିତ କରେ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର