ସଂଗ୍ରାମୀ ମହିଳା ସୁମନୀ ଝୋଡ଼ିଆ, ବିଜୁବାବୁ ଦେଇଥିଲେ ପୁଲିସ କ୍ଷମତା

The Sakala Picture
Published On

ରାୟଗଡା: ଏକଦା ୧୯୯୧ ମସିହା କଥା । ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେତେବେଳେ ରାୟଗଡା ଜିଲ୍ଲା ଗସ୍ତ କରିଥାନ୍ତି। ସେତେବେଳେ ଭିଡ଼ ଭିତରେ ଶୁଭିଥିଲା ସୁମନୀଙ୍କ ସ୍ୱର । ଭିଡ଼ ଭାଙ୍ଗି ବିଜୁ ବାବୁଙ୍କ ପାଖକୁ ପହଞ୍ଚନ୍ତି ସୁମନୀ। ତାପରେ ସୁମନୀ ବିଜୁ ବାବୁଙ୍କ ଆଗରେ ଯାହା କହନ୍ତି ତାହା ଥିଲା ଏକ ଚମତ୍କାର । ସ୍ୱାଧୀନତାର ଅର୍ଦ୍ଧଶତାଦ୍ଦି ପରେ ବି ଯେଉଁ ଗାଁ କୁ ଗାଡି ମୋଟର ଧୂଆଁ ମଧ୍ୟ ପହଞ୍ଚିପାରି ନଥିଲା ସେହି ଗ୍ରାମର […]

ରାୟଗଡା: ଏକଦା ୧୯୯୧ ମସିହା କଥା । ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେତେବେଳେ ରାୟଗଡା ଜିଲ୍ଲା ଗସ୍ତ କରିଥାନ୍ତି। ସେତେବେଳେ ଭିଡ଼ ଭିତରେ ଶୁଭିଥିଲା ସୁମନୀଙ୍କ ସ୍ୱର । ଭିଡ଼ ଭାଙ୍ଗି ବିଜୁ ବାବୁଙ୍କ ପାଖକୁ ପହଞ୍ଚନ୍ତି ସୁମନୀ। ତାପରେ ସୁମନୀ ବିଜୁ ବାବୁଙ୍କ ଆଗରେ ଯାହା କହନ୍ତି ତାହା ଥିଲା ଏକ ଚମତ୍କାର । ସ୍ୱାଧୀନତାର ଅର୍ଦ୍ଧଶତାଦ୍ଦି ପରେ ବି ଯେଉଁ ଗାଁ କୁ ଗାଡି ମୋଟର ଧୂଆଁ ମଧ୍ୟ ପହଞ୍ଚିପାରି ନଥିଲା ସେହି ଗ୍ରାମର ଆଦିବାସୀ ମହିଳା ସୁମନୀ କହିଥିଲେ ଯେ, ‘ ଏମିତି ଆଗୀୟା ମଦ ରେ ସୁନା ଯାଉଛି, ମଦରେ ଜମି ଯାଉଛି, ମଦରେ ମାଡ଼ଗଲ, ମଦରେ ହଣା ମରା ଏ ମହୁଲ ମଦ କୁ ଯଦି ଲାଇସେନ୍ସ ଦବୁ ବୋଇଲେ କୋଡିଏ ପଚିଶି ଜଣ ମାଇକିନା ଆସିଚୁ ଏଇ ତର ବାସନ ମାଜିବୁ ନହେଲେ ଯିବୁନାହିଁ । ତୁ ମହୁଲ ଲାଇସେନ୍ସ କି ପାଇଁ ଦଉଚୁ ? ଯଦି ମଦ ବନ୍ଦ ନକରି ପାରିବୁ ତୁଇ କି ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଛୁ ।’ ସେଦିନ ସୁମନୀଙ୍କ ସାହାସିକତା ଦେଖି କିଛି କ୍ଷଣ ନୀରବି ଯାଇଥିଲେ ବିଜୁବାବୁ। ସୁମନୀଙ୍କ ଭିତରେ ଏକ ବିପ୍ଳବୀକୁ ଦେଖିବା ପରେ ଓଡିଶା ଇତିହାସରେ ଯୋଡି ହୋଇଗଲା ଏକ ସ୍ୱତନ୍ତ୍ର ପୃଷ୍ଠା । ଜଣେ ସାଧାରଣ ଅପାଠୋଇ ମହିଳାକୁ ନିଜ ଉପଦେଷ୍ଟା ଭାବେ ନିଯୁକ୍ତି କରିବା ସହିତ ତାଙ୍କୁ ବିଜୁ ପଟ୍ଟନାୟକ ପୁଲିସ କ୍ଷମତା ପ୍ରଦାନ କରିଥିଲେ । ସମସ୍ତ ଜିଲାପାଳ ଏସ.ପି ମାନଙ୍କୁ ସୁମନୀଙ୍କ କଥା ମାନିବାକୁ ବିଜୁବାବୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସେହିଦିନ ଠାରୁ ସୁମନୀଙ୍କ ମଦ ବିରୋଧୀ ଆନ୍ଦୋଳନକୁ ଏକ ପ୍ରକାର ସୀକୃତି ମିଳିଥିଲା । ପାଦଚଲା ରାସ୍ତାଟିଏ ନଥିବାରୁ ଗାଁର ମହିଳା ସୁମନୀ ନିଜର ଇଚ୍ଛାଶକ୍ତି ବଳରେ ଶତାଧିକ ମହିଳାଙ୍କୁ ବନାଇଥିଲେ ଆନ୍ଦୋଳନକାରୀ । ସେ ତାଙ୍କ ଅଞ୍ଚଳରେ ମଦୁଆ ମାନଙ୍କ ବିରୋଧରେ କେବଳ ସ୍ୱର ଉଠାଇ ନଥିଲେ ଵରଂ ଠେଙ୍ଗା ଉଠାଇ ପାଳିଟି ଯାଇଥିଲେ ବିପ୍ଳବିନୀ ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ସେ ମଦ ବିରୋଧୀ ଆନ୍ଦୋଳନ କରୁଥିବାରୁ ପରବର୍ତ୍ତୀ ମୁହୂର୍ତ୍ତରେ ଲୋକେ ତାଙ୍କୁ “ମଦମର୍ଦ୍ଧିନି” ଭାବେ ଜାଣିବାକୁ ପାଇଥିଲେ। ପ୍ରଥମେ ରାୟଗଡା ଜିଲ୍ଲା ପରେ ୮୦ ଦଶକ ଶେଷ ଭାଗ ବେଳକୁ ରାୟଗଡା ସୀମା ଡେଇଁ ଅନ୍ୟ ଆଦିବାସୀ ଜିଲ୍ଲା ଗୁଡିକୁ ପ୍ରବେଶ କଲେ ସୁମନୀ । ସୁମନୀଙ୍କ ନେତୃତ୍ୱରେ ମହିଳା ମାନେ ଠେଙ୍ଗା ବାଡ଼ି ଧରି ଗାଁ ଗାଁ ବୁଲି ଦେଶୀ ମଦ ଭାଟି ଭାଙ୍ଗିଲେ। ମଦୁଆଙ୍କୁ ସାବଡ଼ କଲେ। ଏପରିକି ମଦ ମାଫିଆମାନେ ସେମାନଙ୍କ ର ମାରଣାସ୍ତ୍ର ପ୍ରୟୋଗ କରି ମାରିବାକୁ ବସିଥିଲେ , ତଥାପି ଡରିଯାଇ ନଥିଲେ “ମଦମର୍ଦ୍ଧିନି” ସୁମନୀ। ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ସାଧରଣ ଆଦିବାସୀ ମହିଳାରୁ ପାଲଟି ଗଲେ ବିପ୍ଳବିନୀ ସୁମନୀ ଝୋଡିଆ। ରାୟଗଡ଼ା ଜିଲ୍ଲା ସମେତ ରାଜ୍ୟରେ ବିପ୍ଳବୀ ମହିଳା ସୁମନୀ ଝୋଡିଆ ଖ୍ୟାତି ଅର୍ଜିଛନ୍ତି । କାଶୀପୁର ବ୍ଲକ ଅନ୍ତର୍ଗତ ନିପଟ ମଫସଲ ଆଦିବାସୀ ଗାଁ ସିରିଗୁଡାରେ ତାଙ୍କ ଜନ୍ମ । ତେବେ ୧୯୯୧ ମଦ ବିରୋଧୀ ଅଭିଯାନ ତାଙ୍କୁ ଜଣେ ସାହାସୀ ନାରୀ ଓ ସମାଜସେବୀକାର ପରିଚୟ ପ୍ରଦାନ କରିଥିଲା । ଜଣେ ଆଦିବାସୀ ମହିଳା ନିଜ ଅଞ୍ଚଳରୁ ମଦ ଉଛେଦ କରିବା ନିମନ୍ତେ ତକ୍ତାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସାହାସିକତା ପରିଚୟ ଦେଖାଇଥିବାରୁ ତାଙ୍କୁ ସ୍ୱତନ୍ତ୍ର ସଜେଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କର ଦାୟିତ୍ବବୋଧ ପ୍ରତି ସଚେତନ କରାଇ ପାଲଟି ଯାଇଥିଲେ ଗଣମାଧ୍ୟମରେ ସେତେବେଳେ ଚର୍ଚ୍ଚାର ବିଷୟ। ସୁମନୀ ନିଜ ଜୀବନରେ ଅନ୍ତିମ ପର୍ଯ୍ୟାୟରେ ବି ଆନ୍ଦୋଳନରତ । ସେ କହନ୍ତି, ସମଗ୍ର ରାୟଗଡା ଜିଲ୍ଲା ନହେଲା ନାହିଁ କାଶୀପୁର ବ୍ଲକରେ ଦେଶୀ ମଦ ଭାଟି ବନ୍ଦ କରିବା ତାଙ୍କର ପ୍ରଧାନ ପ୍ରାଥମିକତା। ୨୦୦୩ ମସିହାରେ ସୁମନୀଙ୍କୁ ତାଙ୍କ ଆନ୍ଦୋଳନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ସ୍ତ୍ରୀ ଶକ୍ତି ସମ୍ମାନ’ ପ୍ରଦାନ କରାଯାଇଛି। ଏତବ୍ୟତୀତ ସେ ବହୁବାର ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ସୁମନୀ ତାଙ୍କ ସମସ୍ତ ପୁରସ୍କାର ରାଶିକୁ ଆଦିବାସୀ ବାଳିକାମାନଙ୍କ କଲ୍ୟାଣ ନିମନ୍ତେ ବିନିଯୋଗ କରିଥାନ୍ତି। ସେ ନିଜେ “ ପ୍ରଗତି ମହିଳା ମଣ୍ଡଳ” ନାମକ ଏକ ସଂସ୍ଥା ମଧ୍ୟ ଗଢି ତୋଳିଛନ୍ତି। ସେହି ସଂସ୍ଥା ମାଧ୍ୟମରେ ସେ ସମସ୍ତ ଆଦିବାସୀ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଉଦ୍ୟମ କରୁଥିବା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

08 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର