୩,୫୦୦୦୦ ଟଙ୍କା ମୂଲ୍ୟର ରନ୍ଧା ମଦ ସହ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

The Sakala Picture
Published On

ତାଳଚେର : ଆଜି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ଼ ଦ୍ଵାରା ଧରପଗଡ କରାଯାଇ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ସହ ମହୁଲ ପୋଚ ନଷ୍ଟ କରାଯାଇଅଛି l ଉକ୍ତ ମଦ ଧରପଗଡ଼ରେ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡର ଇନିସ୍ପେକ୍ଟର କରୁଣା ଶଙ୍କର ତିୱାରୀ, ସରୋଜ ସାହୁ, ସନ୍ତୋଷ ସାହୁ ,ସୋନୁ ନାଏକ, ମମତା ପଲେଇ ଓ କୁନ୍ତଳା ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତାଳଚେର […]

ତାଳଚେର : ଆଜି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ଼ ଦ୍ଵାରା ଧରପଗଡ କରାଯାଇ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ସହ ମହୁଲ ପୋଚ ନଷ୍ଟ କରାଯାଇଅଛି l ଉକ୍ତ ମଦ ଧରପଗଡ଼ରେ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡର ଇନିସ୍ପେକ୍ଟର କରୁଣା ଶଙ୍କର ତିୱାରୀ, ସରୋଜ ସାହୁ, ସନ୍ତୋଷ ସାହୁ ,ସୋନୁ ନାଏକ, ମମତା ପଲେଇ ଓ କୁନ୍ତଳା ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତାଳଚେର ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ପାର୍ଶ୍ୱରେ ଥିବା ଏକ ଜଙ୍ଗଲ ଭିତରେ ଅତର୍କିତ ଭାବେ ଚଢ଼ାଉ କରାଯାଇ ଥିଲା ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଯାହାଫଳରେ ଜଙ୍ଗଲ ଭିତରେ ଅବକାରୀ ବିଭାଗକୁ ଦେଖି ମଦ ମାଫିଆ ମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ମଝିକୁ ପଳାଇ ଯାଇଥିଲେ , ଜଙ୍ଗଲ ଭିତରେ ରନ୍ଧା ହେଉଥିବା ଦେଶୀ ମହୁଲି ମଦ ଓ ମହୁଲ ପୁଚ ଆଦିକୁ ଅବକାରୀ ବିଭାଗ ନଷ୍ଟ କରିଥିଲା ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ତେବେ ନଷ୍ଟ କରାଯାଇଥିବା ସମସ୍ତ ମହୁଲି ମଦର ଓ ପୋଚର ଆନୁମାନିକ ମୂଲ୍ୟ 3,50000/-(ତିନି ଲକ୍ଷ ପଚାଶ ହଜାର ଟଙ୍କା )ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ମଦ ମାଫିଆ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡର ଇନିସ୍ପେକ୍ଟର ପ୍ରକାଶ କରିଛନ୍ତି l

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର