ସାଇବର ଠକଙ୍କ ଜାଲରେ ପଡ଼ି କୋଟିଏରୁ ଅଧିକ ଟଙ୍କା ହରାଇଲେ ପୂର୍ବତନ ସେନା ଅଧିକାରୀ

The Sakala Picture
Published On

କଟକ: ପୁଣି ମାତିଲେ ସାଇବର ଠକ । ଜଣେ ପୂର୍ବତନ ସେନା ଅଧିକାରୀଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ସାଇବର ଠକ । କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ ଶିକାର ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ। ଡିସେମ୍ଵର ୧୮ ତାରିଖରେ ଦିନ ଗୋଟାଏ ସମୟରେ ସେନା ଅଧିକାରୀଙ୍କ ହ୍ୱାଟ୍‌ସଆପ୍‍କୁ ଏକ ଭିଡିଓ କଲ୍ ଆସିଲା । ଅଫିସ ଭଳି ଦେଖାଯାଉଥିବା ଘରେ କିଛି ଅଧିକାରୀ ବସିଥିଲେ । ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ‘ନାର୍କୋଟିକ୍ସ କଣ୍ଟ୍ରୋଲ […]

କଟକ: ପୁଣି ମାତିଲେ ସାଇବର ଠକ । ଜଣେ ପୂର୍ବତନ ସେନା ଅଧିକାରୀଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ସାଇବର ଠକ । କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ ଶିକାର ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ। ଡିସେମ୍ଵର ୧୮ ତାରିଖରେ ଦିନ ଗୋଟାଏ ସମୟରେ ସେନା ଅଧିକାରୀଙ୍କ ହ୍ୱାଟ୍‌ସଆପ୍‍କୁ ଏକ ଭିଡିଓ କଲ୍ ଆସିଲା । ଅଫିସ ଭଳି ଦେଖାଯାଉଥିବା ଘରେ କିଛି ଅଧିକାରୀ ବସିଥିଲେ । ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ‘ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ’ ଅଧିକାରୀ ପରିଚୟ ଦେଇଥିଲା । ତୁମ ଆଧାରକାର୍ଡ ନମ୍ବରରେ ଏକାଧିକ ଫୋନ୍ ନମ୍ବର ଆକ୍ଟିଭ୍ ରହିବା ସହିତ ମନି ଲଣ୍ଡରିଂ ଅଭିଯୋଗ ରହିଥିବା କହିଥିଲେ ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ବିଦେଶ ଲିଙ୍କ ସହ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଠକେଇ ଭଳି ବେଆଇନ କାମରେ ତୁମର ସଂପୃକ୍ତ ରହିଛି। ତୁମ ଫୋନ୍ ନମ୍ବରର ଏକ ଲିଙ୍କ୍ ବିଦେଶର ଏକାଧିକ ନିଶା ବେପାରୀଙ୍କ ସହିତ ମିଳିଛି । ତମକୁ ଡିଜିଟାଲ ଆରେଷ୍ଟ କରାଗଲା । ଆସନ୍ତାକାଲି ସ୍ପେଶାଲ ସିବିଆଇ କୋର୍ଟରେ ତୁମର ବିଚାର ଚାଲିବ, ତମେ ଉପସ୍ଥିତ ରହିବ। ପୁଣି ୧୯ ତାରିଖରେ ୱାଟ୍ସଆପରେ ଭିଡିଓ କଲ ଆସିଥିଲା । ପୁରା କୋର୍ଟ ରୁମ ଭଳି ଦେଖାଯାଉଥିଲା। ବିଚାରପତି ଭଳି ଜଣେ ପୋଷାକ ପିନ୍ଧିଥିବା ବ୍ୟକ୍ତି ସେନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ । ତୁମ ନାରେ ଅଭିଯୋଗ ହୋଇଛି ତମକୁ ବେଲ ମିଳିବ ନାହିଁ ବୋଲି କହିଥିଲେ । ଡିଜିଟାଲ ଆରେଷ୍ଟ ହୋଇଛ ତମେ । ତୁରନ୍ତ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ସମସ୍ତ ଟଙ୍କା ପଠାଅ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ମାମଲା ସରିବା ପରେ ଟଙ୍କା ଫେରିପାଇବ। ପ୍ରଥମେ ୬୭ ଲକ୍ଷ ଏବଂ ଏହାପରେ ଫିକ୍ସଡ୍ ଡିପୋଜିଟ ଥିବା ଟଙ୍କା ଉଠାଇ ପଠାଇବା ସହିତ ପରଦିନ ପୁଣି ୩୭ ଲକ୍ଷ ଟଙ୍କା ପଠେଇ ଦେଇଥିଲେ। ଏଣୁ ଠକେଇର ଶିକାର ହୋଇଥିବା ଜାଣିପାରି ସେନା ଅଧିକାରୀ ଜଣକ ସାଇବର ଥାନାରେ ଏତଲା ଦେଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତ ପରେ ଏହି ଫୋନ କଲ ମୁମ୍ବାଇରୁ ଆସିଥିବା ଜାଣିବାକୁ ପାଇଛି। ଏହାର ନମ୍ବର ଯାଞ୍ଚ କରିବା ସହ ଆଇପି ଆଡ୍ରେସ ମଧ୍ୟ ଯାଞ୍ଚ କରୁଛି । ପୋଲିସ ପ୍ରକୃତ ଅପରାଧୀଙ୍କ ପାଖରେ ପହଁଞ୍ଚିବା ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଟିମ୍ ଯିବ ବୋଲି କହିଛନ୍ତି କଟକ ଅତରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

26 Dec 2024 By The Sakala

ସାଇବର ଠକଙ୍କ ଜାଲରେ ପଡ଼ି କୋଟିଏରୁ ଅଧିକ ଟଙ୍କା ହରାଇଲେ ପୂର୍ବତନ ସେନା ଅଧିକାରୀ

କଟକ: ପୁଣି ମାତିଲେ ସାଇବର ଠକ । ଜଣେ ପୂର୍ବତନ ସେନା ଅଧିକାରୀଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ସାଇବର ଠକ । କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ ଶିକାର ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ। ଡିସେମ୍ଵର ୧୮ ତାରିଖରେ ଦିନ ଗୋଟାଏ ସମୟରେ ସେନା ଅଧିକାରୀଙ୍କ ହ୍ୱାଟ୍‌ସଆପ୍‍କୁ ଏକ ଭିଡିଓ କଲ୍ ଆସିଲା । ଅଫିସ ଭଳି ଦେଖାଯାଉଥିବା ଘରେ କିଛି ଅଧିକାରୀ ବସିଥିଲେ । ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ‘ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ’ ଅଧିକାରୀ ପରିଚୟ ଦେଇଥିଲା । ତୁମ ଆଧାରକାର୍ଡ ନମ୍ବରରେ ଏକାଧିକ ଫୋନ୍ ନମ୍ବର ଆକ୍ଟିଭ୍ ରହିବା ସହିତ ମନି ଲଣ୍ଡରିଂ ଅଭିଯୋଗ ରହିଥିବା କହିଥିଲେ ।

ବିଦେଶ ଲିଙ୍କ ସହ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଠକେଇ ଭଳି ବେଆଇନ କାମରେ ତୁମର ସଂପୃକ୍ତ ରହିଛି। ତୁମ ଫୋନ୍ ନମ୍ବରର ଏକ ଲିଙ୍କ୍ ବିଦେଶର ଏକାଧିକ ନିଶା ବେପାରୀଙ୍କ ସହିତ ମିଳିଛି । ତମକୁ ଡିଜିଟାଲ ଆରେଷ୍ଟ କରାଗଲା । ଆସନ୍ତାକାଲି ସ୍ପେଶାଲ ସିବିଆଇ କୋର୍ଟରେ ତୁମର ବିଚାର ଚାଲିବ, ତମେ ଉପସ୍ଥିତ ରହିବ। ପୁଣି ୧୯ ତାରିଖରେ ୱାଟ୍ସଆପରେ ଭିଡିଓ କଲ ଆସିଥିଲା । ପୁରା କୋର୍ଟ ରୁମ ଭଳି ଦେଖାଯାଉଥିଲା। ବିଚାରପତି ଭଳି ଜଣେ ପୋଷାକ ପିନ୍ଧିଥିବା ବ୍ୟକ୍ତି ସେନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ । ତୁମ ନାରେ ଅଭିଯୋଗ ହୋଇଛି ତମକୁ ବେଲ ମିଳିବ ନାହିଁ ବୋଲି କହିଥିଲେ । ଡିଜିଟାଲ ଆରେଷ୍ଟ ହୋଇଛ ତମେ । ତୁରନ୍ତ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ସମସ୍ତ ଟଙ୍କା ପଠାଅ ।

ମାମଲା ସରିବା ପରେ ଟଙ୍କା ଫେରିପାଇବ। ପ୍ରଥମେ ୬୭ ଲକ୍ଷ ଏବଂ ଏହାପରେ ଫିକ୍ସଡ୍ ଡିପୋଜିଟ ଥିବା ଟଙ୍କା ଉଠାଇ ପଠାଇବା ସହିତ ପରଦିନ ପୁଣି ୩୭ ଲକ୍ଷ ଟଙ୍କା ପଠେଇ ଦେଇଥିଲେ। ଏଣୁ ଠକେଇର ଶିକାର ହୋଇଥିବା ଜାଣିପାରି ସେନା ଅଧିକାରୀ ଜଣକ ସାଇବର ଥାନାରେ ଏତଲା ଦେଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତ ପରେ ଏହି ଫୋନ କଲ ମୁମ୍ବାଇରୁ ଆସିଥିବା ଜାଣିବାକୁ ପାଇଛି। ଏହାର ନମ୍ବର ଯାଞ୍ଚ କରିବା ସହ ଆଇପି ଆଡ୍ରେସ ମଧ୍ୟ ଯାଞ୍ଚ କରୁଛି । ପୋଲିସ ପ୍ରକୃତ ଅପରାଧୀଙ୍କ ପାଖରେ ପହଁଞ୍ଚିବା ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଟିମ୍ ଯିବ ବୋଲି କହିଛନ୍ତି କଟକ ଅତରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର