ଡିସେମ୍ବର ମାସ ଆରମ୍ଭ ପରେ ବି ରାଜ୍ୟରେ ବଢ଼ୁନାହିଁ ଶୀତ ପ୍ରକୋପ, ସାମୁଦ୍ରିକ ପ୍ରଭାବରୁ ଆର୍ଦ୍ରତା ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: ଡିସେମ୍ବର ମାସର ପ୍ରଥମ ସପ୍ତାହ ଅଧା ହେଲାଣି। କିନ୍ତୁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଶୀତ ପ୍ରକୋପ ବଢ଼଼ୁନାହିଁ। ଏପର୍ଯ୍ୟନ୍ତ ଗୋଟିଏ ବି ଶୀତ ଲହର ଆସି ନ ଥିବା ବେଳେ ସ୍ୱାଭାବିକ ତଳକୁ ତାପମାତ୍ରା ଖସିବାରେ ନାଁ ଧରୁ ନାହିଁ। ଯଦିଓ ଏହି ସମୟ ମଧ୍ୟରେ ୨-୪ ଲେଖାଏଁ ୨ ଟି ପର୍ଯ୍ୟାୟରେ ଶୀତ ପଡ଼ଛି, ମାତ୍ର ଏହା କେବଳ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ହିଁ ସୀମିତ ରହିଛି। ସାରା ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ବଡ଼ […]

ଭୁବନେଶ୍ୱର: ଡିସେମ୍ବର ମାସର ପ୍ରଥମ ସପ୍ତାହ ଅଧା ହେଲାଣି। କିନ୍ତୁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଶୀତ ପ୍ରକୋପ ବଢ଼଼ୁନାହିଁ। ଏପର୍ଯ୍ୟନ୍ତ ଗୋଟିଏ ବି ଶୀତ ଲହର ଆସି ନ ଥିବା ବେଳେ ସ୍ୱାଭାବିକ ତଳକୁ ତାପମାତ୍ରା ଖସିବାରେ ନାଁ ଧରୁ ନାହିଁ। ଯଦିଓ ଏହି ସମୟ ମଧ୍ୟରେ ୨-୪ ଲେଖାଏଁ ୨ ଟି ପର୍ଯ୍ୟାୟରେ ଶୀତ ପଡ଼ଛି, ମାତ୍ର ଏହା କେବଳ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ହିଁ ସୀମିତ ରହିଛି। ସାରା ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ବଡ଼ ଶୀତ ଅନୁଭୂତ ହୋଇ ନ ଥିବା ବେଳେ କେବେ ଶୀତ ପଡ଼ିବ ତାକୁ ନେଇ ମଧ୍ୟ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଓଡ଼ିଶା ଉପରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ଆର୍ଦ୍ରତାର ମାତ୍ରା ବୃଦ୍ଧି ପାଇଛି। ଫଳରେ ରାତ୍ରି ତାପମାତ୍ରା ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହିବା ସହ ରାଜ୍ୟରେ ଶୀତର ପ୍ରକୋପ କମ୍‍ ରହୁଛି। ଅନ୍ୟପଟେ ରବିବାର ବେଳଙ୍କୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହି ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ସାମୁଦ୍ରିକ ବାୟୁ ପ୍ରବେଶ କରିବାକୁ ଥିବାରୁ ପ୍ରାୟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ପୂର୍ବରୁ ନଜିର ରହିଛି ଯେ ଡିସେମ୍ବର କିମ୍ବା ନଭେମ୍ବର ଶେଷ ସୁଦ୍ଧା ଫୁଲବାଣୀରେ ତାପମାତ୍ରା ପାଖାପାଖି ୫ ଡିଗ୍ରୀକୁ ଖସିଆସେ। ବର୍ତ୍ତମାନ ଫୁଲବାଣୀଠାରେ ତାପମାତ୍ରା ସ୍ୱାଭାବିକ ୭.୬ ଡିଗ୍ରୀ ଅଧିକ ରହିଛି। ସେହିପରି ଟିଟଲାଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ସ୍ୱାଭାବିକଠାରୁ ୪.୭ ଡିଗ୍ରୀ ଅଧିକ ଥିବା ବେଳେ ଭୁବନେଶ୍ୱରରେ ଏହା ୩.୭ ଡିଗ୍ରୀ ଅଧିକ ରହିଛି। ଉପକୂଳ ଓଡ଼ିଶାର ଚାନ୍ଦବାଲିରେ ତାପମାତ୍ରା ସ୍ୱାଭାବିକଠାରୁ ୫.୭ ଡିଗ୍ରୀ ଅଧିକ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଡିସେମ୍ବର ଓ ଜାନୁଆରୀ ମାସକୁ ରାଜ୍ୟର ପ୍ରମୁଖ ଶୀତ ମାସ ଭାବେ ଧରାଯାଏ। ସାଧାରଣତଃ ଏହି ସମୟରେ କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ଉତ୍ତରା ଏବଂ ଉତ୍ତରପଶ୍ଚିମା ପବନକୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାରେ ସହଯୋଗ କରିଥାଏ। କିନ୍ତୁ ଚଳିତ ବର୍ଷ ସେପରି କୌଣସି ଗୁରୁଚାପ ବଳୟ ସକ୍ରିୟ ହେଉ ନ ଥିବା ଯୋଗୁଁ ସାମୁଦ୍ରିକ ବାୟୁର ପ୍ରଭାବ ଅଧିକ ରହୁଛି। ଯାହାଦ୍ୱାରା ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହୋଇପାରୁ ନାହିଁ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସେହିପରି ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୀତ ପ୍ରକୋପ ସମ୍ପର୍କରେ ଜାରି କରାଯାଇଥିବା ଆକଳନ ଅନୁଯାୟୀ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି କୁହାଯାଇଛି। ଅର୍ଥାତ ଚଳିତ ବର୍ଷ ଡିସେମ୍ବର ମାସରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ବିଭାଗ ପରୋକ୍ଷରେ ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ରହିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର