ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର, କହିଲେ ପ୍ରସ୍ତାବ ବିଚାରାଧୀନ ଅଛି…

The Sakala Picture
Published On

ଭୁବନେଶ୍ବର: ଦିନକ ଭିତରେ ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର। ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସରକାର ୟୁ ଟର୍ଣ୍ଣ ମାରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଗୃହରେ ଅବଗତ କରିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟର କୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ବିଜେଡି ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଥିଲେ ମୋହନ ମାଝୀ। ହେଲେ ଆଜି ପୁଣି ମୋହନ ମାଝୀ ଗୃହକୁ ଅବଗତ କରିଛନ୍ତି, ହାଇକୋର୍ଟ ବେଞ୍ଚ ପ୍ରସ୍ତାବ ବିଚାରାଧୀନ ଅଛି। ନ୍ୟାୟ ପ୍ରଦାନ […]

ଭୁବନେଶ୍ବର: ଦିନକ ଭିତରେ ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର। ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସରକାର ୟୁ ଟର୍ଣ୍ଣ ମାରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଗୃହରେ ଅବଗତ କରିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟର କୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ବିଜେଡି ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଥିଲେ ମୋହନ ମାଝୀ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆସିବ ଆଧୁନିକତା: କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ 'ଏଆଇ' (AI) ସବସ୍କ୍ରିପସନ୍ ପ୍ରସ୍ତାବ

ହେଲେ ଆଜି ପୁଣି ମୋହନ ମାଝୀ ଗୃହକୁ ଅବଗତ କରିଛନ୍ତି, ହାଇକୋର୍ଟ ବେଞ୍ଚ ପ୍ରସ୍ତାବ ବିଚାରାଧୀନ ଅଛି। ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଗତକାଲି ମୋହନ ମାଝୀ ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ଜୋରଦାର ବିରୋଧ ହୋଇଥିଲା। ଏପରିକି ପଶ୍ଚିମ ଓଡ଼ିଶାରେ ଅସନ୍ତୋଷର ନିଆଁ ତେଜିଥିଲା। କାରଣ ବିରୋଧୀ ଦଳ ଆସନରେ ବିଜେପି ଥିବା ବେଳେ ହାଇକୋର୍ଟ ବେଞ୍ଚ ସପକ୍ଷରେ ଥିଲା । କିନ୍ତୁ ସରକାରକୁ ଆସିବା ପରେ ଆଭିମୁଖ୍ୟରେ କାହିଁକି ପରିବର୍ତ୍ତନ ବୋଲି ପ୍ରଶ୍ନ ଉଠିଥିଲା। ଏପରିକି ବିଜେଡି ମଧ୍ଯ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଥିଲା।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ସେପଟେ ନିଜେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଥିଲେ, ବେଞ୍ଚ କାହିଁକି ହେବନି। ଏହାକୁ ନେଇ ଦଳ ଓ ବିଜେପି ସରକାର ଅଡୁଆରେ ପଡ଼ିଥଲେ। ଏହା ପରେ ଆଜି ନିଜ ମତ ପରିବର୍ତ୍ତନ କରିଛନ୍ତି କି ମୁଖ୍ୟମନ୍ତ୍ରୀ । କଳିକେଶ ସିଂହଦେଓ କହିଛନ୍ତି, ଆମେ କେତେ ଦିନ ଆଉ ଏହାକୁ ବିଚାରାଧୀନ ରଖିବା। ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରତିଶୃତି ଦିଅନ୍ତୁ, ପଶ୍ଚିମ ଓଡି଼ଶାରେ ସ୍ଥାୟୀ ବେଞ୍ଚ ହେବ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାଜନ ଏକ୍କା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କଥାରେ ସ୍ପଷ୍ଟତା ନାହିଁ। ସୁପ୍ରିମକୋର୍ଟ ଯାହା କୁହନ୍ତୁ, ଓଡ଼ିଶା ଲୋକଙ୍କ ଆବଶ୍ୟକତା ଦେଖିବା କଥା। ଲୋକଙ୍କୁ ଦ୍ୱନ୍ଦ୍ୱରେ ନ ପକାଇ ନେତୃତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

03 Sep 2024 By The Sakala

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର, କହିଲେ ପ୍ରସ୍ତାବ ବିଚାରାଧୀନ ଅଛି…

ଭୁବନେଶ୍ବର: ଦିନକ ଭିତରେ ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର। ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସରକାର ୟୁ ଟର୍ଣ୍ଣ ମାରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଗୃହରେ ଅବଗତ କରିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟର କୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ବିଜେଡି ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଥିଲେ ମୋହନ ମାଝୀ।

ହେଲେ ଆଜି ପୁଣି ମୋହନ ମାଝୀ ଗୃହକୁ ଅବଗତ କରିଛନ୍ତି, ହାଇକୋର୍ଟ ବେଞ୍ଚ ପ୍ରସ୍ତାବ ବିଚାରାଧୀନ ଅଛି। ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଗତକାଲି ମୋହନ ମାଝୀ ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ଜୋରଦାର ବିରୋଧ ହୋଇଥିଲା। ଏପରିକି ପଶ୍ଚିମ ଓଡ଼ିଶାରେ ଅସନ୍ତୋଷର ନିଆଁ ତେଜିଥିଲା। କାରଣ ବିରୋଧୀ ଦଳ ଆସନରେ ବିଜେପି ଥିବା ବେଳେ ହାଇକୋର୍ଟ ବେଞ୍ଚ ସପକ୍ଷରେ ଥିଲା । କିନ୍ତୁ ସରକାରକୁ ଆସିବା ପରେ ଆଭିମୁଖ୍ୟରେ କାହିଁକି ପରିବର୍ତ୍ତନ ବୋଲି ପ୍ରଶ୍ନ ଉଠିଥିଲା। ଏପରିକି ବିଜେଡି ମଧ୍ଯ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଥିଲା।

ସେପଟେ ନିଜେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଥିଲେ, ବେଞ୍ଚ କାହିଁକି ହେବନି। ଏହାକୁ ନେଇ ଦଳ ଓ ବିଜେପି ସରକାର ଅଡୁଆରେ ପଡ଼ିଥଲେ। ଏହା ପରେ ଆଜି ନିଜ ମତ ପରିବର୍ତ୍ତନ କରିଛନ୍ତି କି ମୁଖ୍ୟମନ୍ତ୍ରୀ । କଳିକେଶ ସିଂହଦେଓ କହିଛନ୍ତି, ଆମେ କେତେ ଦିନ ଆଉ ଏହାକୁ ବିଚାରାଧୀନ ରଖିବା। ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରତିଶୃତି ଦିଅନ୍ତୁ, ପଶ୍ଚିମ ଓଡି଼ଶାରେ ସ୍ଥାୟୀ ବେଞ୍ଚ ହେବ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାଜନ ଏକ୍କା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କଥାରେ ସ୍ପଷ୍ଟତା ନାହିଁ। ସୁପ୍ରିମକୋର୍ଟ ଯାହା କୁହନ୍ତୁ, ଓଡ଼ିଶା ଲୋକଙ୍କ ଆବଶ୍ୟକତା ଦେଖିବା କଥା। ଲୋକଙ୍କୁ ଦ୍ୱନ୍ଦ୍ୱରେ ନ ପକାଇ ନେତୃତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର