ହାତୀଙ୍କ ଦେହରେ ହେବ ‘ରେଡିଓ କଲରିଂ’; ସାଟେଲାଇଟ୍‌‌ରୁ ଗତିବିଧି ଜାଣିବାକୁ ବନ ବିଭାଗର ସ୍ବତନ୍ତ୍ର ଯୋଜନା

The Sakala Picture
Published On

ଭୁବନେଶ୍ୱର: ହାତୀଙ୍କ ଗତିବିଧି ଅନୁଧ୍ୟାନ ପାଇଁ ହେବ ରେଡିଓ କଲରିଂ। ରେଡିଓ କଲରିଂ କରି ସାଟେଲାଇଟ୍‌‌ ଜରିଆରେ ହାତୀଙ୍କ ଉପରେ ରହିବ ନଜର। କେଉଁ ହାତୀ କେଉଁଆଡ଼େ ଯାଉଛି ଓ କେତେ ସମୟ କେଉଁଠାରେ ରହୁଛି ତାହାର ତଥ୍ୟ ରଖାଯିବ। ଏମିତି କରି ହାତୀ ମଣିଷ ଲଢ଼େଇରେ ହ୍ରାସ ଓ ହାତୀଙ୍କ ଦ୍ୱାରା ହେଉଥିବା କ୍ଷୟକ୍ଷତି କମ୍‌‌ କରିବା ପାଇଁ ରାଜ୍ୟ ବନ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ବେଙ୍ଗାଲୁରୁର ‘ଏସିଆନ୍‌‌ ନେଚର କଞ୍ଜରଭେସନ୍‌‌ ଫାଉଣ୍ଡେସନ’ର […]

ଭୁବନେଶ୍ୱର: ହାତୀଙ୍କ ଗତିବିଧି ଅନୁଧ୍ୟାନ ପାଇଁ ହେବ ରେଡିଓ କଲରିଂ। ରେଡିଓ କଲରିଂ କରି ସାଟେଲାଇଟ୍‌‌ ଜରିଆରେ ହାତୀଙ୍କ ଉପରେ ରହିବ ନଜର। କେଉଁ ହାତୀ କେଉଁଆଡ଼େ ଯାଉଛି ଓ କେତେ ସମୟ କେଉଁଠାରେ ରହୁଛି ତାହାର ତଥ୍ୟ ରଖାଯିବ। ଏମିତି କରି ହାତୀ ମଣିଷ ଲଢ଼େଇରେ ହ୍ରାସ ଓ ହାତୀଙ୍କ ଦ୍ୱାରା ହେଉଥିବା କ୍ଷୟକ୍ଷତି କମ୍‌‌ କରିବା ପାଇଁ ରାଜ୍ୟ ବନ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ବେଙ୍ଗାଲୁରୁର ‘ଏସିଆନ୍‌‌ ନେଚର କଞ୍ଜରଭେସନ୍‌‌ ଫାଉଣ୍ଡେସନ’ର ସହଯୋଗ ନିଆଯାଇଥିବା ବେଳେ ରେଡିଓ କଲରିଂରେ ସେମାନେ ସହଯୋଗ କରିବେ ବୋଲି ଚୁକ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ୩ ଟି ହାତୀଙ୍କୁ ରେଡିଓ କଲରିଂ କରାଯିବ। ଏହି ପ୍ରକ୍ରିୟା ଦ୍ୱାରା ସାଟେଲାଇଟ୍‌‌ ମାଧ୍ୟମରେ ହାତୀମାନଙ୍କର ତଥ୍ୟ ମିଳିବ ଓ ଏହାକୁ ଅନୁଧ୍ୟାନ କରି ହାତୀଙ୍କ ଉପରେ ନଜର ରଖାଯିବ ବୋଲି ଯୋଜନା ହୋଇଛି। ଘଟଣା ସମ୍ପର୍କରେ ପିସିସିଏଫ୍‌‌ (ବନ୍ୟପ୍ରାଣୀ) ଏସ୍‌‌କେ ପୋପଲି କହିଛନ୍ତି ଯେ ଦନ୍ତା ହାତୀଙ୍କର ରେଡିଓ କଲରିଂ କରାଯିବ। ସାଧାରଣତଃ ହାତୀ ପଲଗୁଡ଼ିକୁ ମା’ ହାତୀମାନେ ନେତୃତ୍ୱ ନେଇଥାନ୍ତି। ହେଲେ ଦନ୍ତାମାନେ ଏକୁଟିଆ ବୁଲିବା ସହ ସେମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତି। ତେବେ ରେଡିଓ କଲରିଂ ସହାୟତାରେ ସେମାନଙ୍କର ସମ୍ପୂର୍ଣ୍ଣ ଗତିବିଧି ଉପରେ ନଜର ରଖାଯିବ। ରେଡିଓ କଲରିଂ କରିବା ପରେ ସାଟେଲାଇଟ୍‌‌ ମାଧ୍ୟମରେ ହାତୀମାନଙ୍କର ତଥ୍ୟ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟରେ ଚନ୍ଦକା ସମେତ ଦୁଇଟି ଜଙ୍ଗଲରୁ ୩ ଟି ହାତୀଙ୍କୁ ଚିହ୍ନଟ କରାଯାଇ ଏହି ରେଡିଓ କଲରିଂ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ପିସିସିଏଫ୍‌‌ କହିଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେବା ପରେ ହାତୀମାନଙ୍କର ତଥ୍ୟ ସାଟେଲାଇଟ୍‌‌ ଜରିଆରେ ହସ୍ତଗତ ହେବ। ଏହି ତଥ୍ୟ ଆଧାରରେ ହାତୀଟି କେଉଁ ଆଡ଼େ ଯାଉଛି ତାହା ସୂଚନା ପାଇବା ପରେ ବନ ବିଭାଗର କ୍ଷେତ୍ରୀୟ କର୍ମଚାରୀଙ୍କୁ ଅବଗତ କରିବ। ଯାହାଦ୍ୱାରା ହାତୀ ମଣିଷ ଲଢ଼େଇ ହ୍ରାସ ପାଇବ ବୋଲି ଲକ୍ଷ୍ୟ ରହିଛି। ହାତୀ ମଣିଷ ସଂଘର୍ଷରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ହାତୀଙ୍କ ପ୍ରାଣ ଯାଉଛି। ଅନେକ ସମୟରେ ହାତୀ ଶିକାରୀଙ୍କର ଦ୍ୱାରା ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସି ହାତୀଙ୍କ ଜୀବନ ଯାଉଛି। ଏପରି ଦୁର୍ଘଟଣା ପ୍ରାୟତଃ ରାତିରେ ଘଟୁଥିବାରୁ, ହାତୀର ପ୍ରକୃତ ଲୋକେସନ ଚିହ୍ନଟ କରିବାକୁ ତଥା ରିୟଲ ଟାଇମ୍‌‌ ଜାଣିବାକୁ ସମସ୍ୟା ହେଉଛି। ଏହି ନୂଆ ପ୍ରୟାସ ରାତିର ଅନ୍ଧକାରରେ ହାତୀ ଉପରେ କଡ଼ା ନଜର ରଖିବା ସହିତ ୨୪ ଘଣ୍ଟିଆ ରିୟଲ ଟାଇମ୍‌‌ ଆଲର୍ଟ ଦେଇପାରିବ ବୋଲି ଲକ୍ଷ୍ୟ ରହିଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଏହା ପୂର୍ବରୁ ରାଜ୍ୟର କିଛି ବନଖଣ୍ଡରେ ଥର୍ମାଲ ଡ୍ରୋନ ବ୍ୟବହାର କରି ହାତୀ ଉପରେ ନଜର ରଖାଯାଉଛି। ହାତୀ- ମଣିଷ ସଂଘର୍ଷ ରୋକିବା ସହିତ ମୃତ୍ୟୁମୁଖରୁ ହାତୀଙ୍କୁ ରକ୍ଷା କରିବାକୁ ଥର୍ମାଲ ଡ୍ରୋନ ବ୍ୟବସ୍ଥା କରାଯାଇଛି। ଏହି ଡ୍ରୋନ ବ୍ୟବହାର ଦ୍ୱାରା ହାତୀଙ୍କ ପ୍ରକୃତ ଗତିବିଧି ଜାଣି ହେଉଛି। ରାତିର ଅନ୍ଧକାରରେ ଘଞ୍ଚ ଜଙ୍ଗଲରେ ସେମାନଙ୍କ ଚାଲିଚଳଣ ସହ ସେମାନେ କେଉଁଆଡ଼େ ମୁହାଁଉଛନ୍ତି ଆଦି ସବୁ ତଥ୍ୟ ଟିକିନିଖି ମିଳିପାରୁଛି। କେବଳ ସେତିକି ନୁହେଁ, ରୋଗିଣା ହାତୀଙ୍କୁ ଉଦ୍ଧାର କରିବା, ଦୁର୍ଗମ ଜଙ୍ଗଲରେ ହାତୀଙ୍କୁ ଖୋଜିବା ପାଇଁ ମଧ୍ୟ ଏହାର ବ୍ୟବହାର କରିହେବ। ଗୋଟିଏ ଦଳରେ କେତୋଟି ହାତୀ ଅଛନ୍ତି, ସେଥିରେ କେତୋଟି ଛୁଆ ହାତୀ ଅଛନ୍ତି, ସବୁ ଟିକିନିଖି ଖବର ଥର୍ମାଲ ଡ୍ରୋନ୍‌‌ରେ ଜାଣି ହେଉଛି। ଏହି ଡ୍ରୋନ ଦ୍ୱାରା ବନ୍ୟ ଜନ୍ତୁଙ୍କ ଶରୀର ତାପମାତ୍ରା ଆକଳନ କରାଯାଇ ଜଙ୍ଗଲରେ ଥିବା ହାତୀଙ୍କ ଗତିବିଧି ଜାଣି ହେଉଛି। ୫୦ ମିଟର ଦୂରରେ ହାତୀ ଥିଲେ ବି ଡ୍ରୋନ ମାଧ୍ୟମରେ ସେମାନେ କେଉଁ ମୁହାଁ ହେଉଛନ୍ତି ଜାଣି ହେଉଛି। ରେଳ ଲାଇନ୍‌‌ ମୁହାଁ ହାତୀଙ୍କ ନିକଟରେ ଡ୍ରୋନ ଶବ୍ଦ ପହଞ୍ଚିଲେ ସେମାନେ ଡ୍ରୋନର ଶବ୍ଦ ଶୁଣି ଅଲଗା ଦିଗ ଆଡ଼େ ମୁହାଁଉଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

10 Jul 2023 By The Sakala

ହାତୀଙ୍କ ଦେହରେ ହେବ ‘ରେଡିଓ କଲରିଂ’; ସାଟେଲାଇଟ୍‌‌ରୁ ଗତିବିଧି ଜାଣିବାକୁ ବନ ବିଭାଗର ସ୍ବତନ୍ତ୍ର ଯୋଜନା

ଭୁବନେଶ୍ୱର: ହାତୀଙ୍କ ଗତିବିଧି ଅନୁଧ୍ୟାନ ପାଇଁ ହେବ ରେଡିଓ କଲରିଂ। ରେଡିଓ କଲରିଂ କରି ସାଟେଲାଇଟ୍‌‌ ଜରିଆରେ ହାତୀଙ୍କ ଉପରେ ରହିବ ନଜର। କେଉଁ ହାତୀ କେଉଁଆଡ଼େ ଯାଉଛି ଓ କେତେ ସମୟ କେଉଁଠାରେ ରହୁଛି ତାହାର ତଥ୍ୟ ରଖାଯିବ। ଏମିତି କରି ହାତୀ ମଣିଷ ଲଢ଼େଇରେ ହ୍ରାସ ଓ ହାତୀଙ୍କ ଦ୍ୱାରା ହେଉଥିବା କ୍ଷୟକ୍ଷତି କମ୍‌‌ କରିବା ପାଇଁ ରାଜ୍ୟ ବନ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ବେଙ୍ଗାଲୁରୁର ‘ଏସିଆନ୍‌‌ ନେଚର କଞ୍ଜରଭେସନ୍‌‌ ଫାଉଣ୍ଡେସନ’ର ସହଯୋଗ ନିଆଯାଇଥିବା ବେଳେ ରେଡିଓ କଲରିଂରେ ସେମାନେ ସହଯୋଗ କରିବେ ବୋଲି ଚୁକ୍ତି ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ୩ ଟି ହାତୀଙ୍କୁ ରେଡିଓ କଲରିଂ କରାଯିବ। ଏହି ପ୍ରକ୍ରିୟା ଦ୍ୱାରା ସାଟେଲାଇଟ୍‌‌ ମାଧ୍ୟମରେ ହାତୀମାନଙ୍କର ତଥ୍ୟ ମିଳିବ ଓ ଏହାକୁ ଅନୁଧ୍ୟାନ କରି ହାତୀଙ୍କ ଉପରେ ନଜର ରଖାଯିବ ବୋଲି ଯୋଜନା ହୋଇଛି। ଘଟଣା ସମ୍ପର୍କରେ ପିସିସିଏଫ୍‌‌ (ବନ୍ୟପ୍ରାଣୀ) ଏସ୍‌‌କେ ପୋପଲି କହିଛନ୍ତି ଯେ ଦନ୍ତା ହାତୀଙ୍କର ରେଡିଓ କଲରିଂ କରାଯିବ। ସାଧାରଣତଃ ହାତୀ ପଲଗୁଡ଼ିକୁ ମା’ ହାତୀମାନେ ନେତୃତ୍ୱ ନେଇଥାନ୍ତି। ହେଲେ ଦନ୍ତାମାନେ ଏକୁଟିଆ ବୁଲିବା ସହ ସେମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତି। ତେବେ ରେଡିଓ କଲରିଂ ସହାୟତାରେ ସେମାନଙ୍କର ସମ୍ପୂର୍ଣ୍ଣ ଗତିବିଧି ଉପରେ ନଜର ରଖାଯିବ। ରେଡିଓ କଲରିଂ କରିବା ପରେ ସାଟେଲାଇଟ୍‌‌ ମାଧ୍ୟମରେ ହାତୀମାନଙ୍କର ତଥ୍ୟ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟରେ ଚନ୍ଦକା ସମେତ ଦୁଇଟି ଜଙ୍ଗଲରୁ ୩ ଟି ହାତୀଙ୍କୁ ଚିହ୍ନଟ କରାଯାଇ ଏହି ରେଡିଓ କଲରିଂ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ପିସିସିଏଫ୍‌‌ କହିଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେବା ପରେ ହାତୀମାନଙ୍କର ତଥ୍ୟ ସାଟେଲାଇଟ୍‌‌ ଜରିଆରେ ହସ୍ତଗତ ହେବ। ଏହି ତଥ୍ୟ ଆଧାରରେ ହାତୀଟି କେଉଁ ଆଡ଼େ ଯାଉଛି ତାହା ସୂଚନା ପାଇବା ପରେ ବନ ବିଭାଗର କ୍ଷେତ୍ରୀୟ କର୍ମଚାରୀଙ୍କୁ ଅବଗତ କରିବ। ଯାହାଦ୍ୱାରା ହାତୀ ମଣିଷ ଲଢ଼େଇ ହ୍ରାସ ପାଇବ ବୋଲି ଲକ୍ଷ୍ୟ ରହିଛି। ହାତୀ ମଣିଷ ସଂଘର୍ଷରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ହାତୀଙ୍କ ପ୍ରାଣ ଯାଉଛି। ଅନେକ ସମୟରେ ହାତୀ ଶିକାରୀଙ୍କର ଦ୍ୱାରା ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସି ହାତୀଙ୍କ ଜୀବନ ଯାଉଛି। ଏପରି ଦୁର୍ଘଟଣା ପ୍ରାୟତଃ ରାତିରେ ଘଟୁଥିବାରୁ, ହାତୀର ପ୍ରକୃତ ଲୋକେସନ ଚିହ୍ନଟ କରିବାକୁ ତଥା ରିୟଲ ଟାଇମ୍‌‌ ଜାଣିବାକୁ ସମସ୍ୟା ହେଉଛି। ଏହି ନୂଆ ପ୍ରୟାସ ରାତିର ଅନ୍ଧକାରରେ ହାତୀ ଉପରେ କଡ଼ା ନଜର ରଖିବା ସହିତ ୨୪ ଘଣ୍ଟିଆ ରିୟଲ ଟାଇମ୍‌‌ ଆଲର୍ଟ ଦେଇପାରିବ ବୋଲି ଲକ୍ଷ୍ୟ ରହିଛି।

ଏହା ପୂର୍ବରୁ ରାଜ୍ୟର କିଛି ବନଖଣ୍ଡରେ ଥର୍ମାଲ ଡ୍ରୋନ ବ୍ୟବହାର କରି ହାତୀ ଉପରେ ନଜର ରଖାଯାଉଛି। ହାତୀ- ମଣିଷ ସଂଘର୍ଷ ରୋକିବା ସହିତ ମୃତ୍ୟୁମୁଖରୁ ହାତୀଙ୍କୁ ରକ୍ଷା କରିବାକୁ ଥର୍ମାଲ ଡ୍ରୋନ ବ୍ୟବସ୍ଥା କରାଯାଇଛି। ଏହି ଡ୍ରୋନ ବ୍ୟବହାର ଦ୍ୱାରା ହାତୀଙ୍କ ପ୍ରକୃତ ଗତିବିଧି ଜାଣି ହେଉଛି। ରାତିର ଅନ୍ଧକାରରେ ଘଞ୍ଚ ଜଙ୍ଗଲରେ ସେମାନଙ୍କ ଚାଲିଚଳଣ ସହ ସେମାନେ କେଉଁଆଡ଼େ ମୁହାଁଉଛନ୍ତି ଆଦି ସବୁ ତଥ୍ୟ ଟିକିନିଖି ମିଳିପାରୁଛି। କେବଳ ସେତିକି ନୁହେଁ, ରୋଗିଣା ହାତୀଙ୍କୁ ଉଦ୍ଧାର କରିବା, ଦୁର୍ଗମ ଜଙ୍ଗଲରେ ହାତୀଙ୍କୁ ଖୋଜିବା ପାଇଁ ମଧ୍ୟ ଏହାର ବ୍ୟବହାର କରିହେବ। ଗୋଟିଏ ଦଳରେ କେତୋଟି ହାତୀ ଅଛନ୍ତି, ସେଥିରେ କେତୋଟି ଛୁଆ ହାତୀ ଅଛନ୍ତି, ସବୁ ଟିକିନିଖି ଖବର ଥର୍ମାଲ ଡ୍ରୋନ୍‌‌ରେ ଜାଣି ହେଉଛି। ଏହି ଡ୍ରୋନ ଦ୍ୱାରା ବନ୍ୟ ଜନ୍ତୁଙ୍କ ଶରୀର ତାପମାତ୍ରା ଆକଳନ କରାଯାଇ ଜଙ୍ଗଲରେ ଥିବା ହାତୀଙ୍କ ଗତିବିଧି ଜାଣି ହେଉଛି। ୫୦ ମିଟର ଦୂରରେ ହାତୀ ଥିଲେ ବି ଡ୍ରୋନ ମାଧ୍ୟମରେ ସେମାନେ କେଉଁ ମୁହାଁ ହେଉଛନ୍ତି ଜାଣି ହେଉଛି। ରେଳ ଲାଇନ୍‌‌ ମୁହାଁ ହାତୀଙ୍କ ନିକଟରେ ଡ୍ରୋନ ଶବ୍ଦ ପହଞ୍ଚିଲେ ସେମାନେ ଡ୍ରୋନର ଶବ୍ଦ ଶୁଣି ଅଲଗା ଦିଗ ଆଡ଼େ ମୁହାଁଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର