ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତା ହାତୀ ଆତଙ୍କ, ଖୁବଶୀଘ୍ର ଟ୍ରାଙ୍କୁଲାଇଜ୍‌ କରାଯିବାକୁ ବନବିଭାଗର ସୂଚନା

The Sakala Picture
Published On

ପୁରୀ: ଗତକାଲି ପୁରୀର ଚନ୍ଦନପୁରରେ ଗୋଟିକିଆ ଦନ୍ତା ହାତୀ ଆତଙ୍କ ରଚିଥିବାବେଳେ ଆଜି ବାଲୁଖଣ୍ଡ ଅଭୟାରଣ୍ୟରେ ପଶିଛି। ହାତୀକୁ ଘଉଡାଇବାକୁ ପୁରୀ ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବନବିଭାଗର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଟ୍ରାଙ୍କୁଲାଇଜ୍ କରାଯିବାକୁ ଉଦ୍ୟମ ଜାରି ରହିଛି। ଏନେଇ ରେଞ୍ଜର ବେଣୁଧର ବେହେରା ସୂଚନା ଦେଇଛନ୍ତି । ହାତୀକୁ ଘଉଡାଇବାକୁ ଉଦ୍ୟମ […]

ପୁରୀ: ଗତକାଲି ପୁରୀର ଚନ୍ଦନପୁରରେ ଗୋଟିକିଆ ଦନ୍ତା ହାତୀ ଆତଙ୍କ ରଚିଥିବାବେଳେ ଆଜି ବାଲୁଖଣ୍ଡ ଅଭୟାରଣ୍ୟରେ ପଶିଛି। ହାତୀକୁ ଘଉଡାଇବାକୁ ପୁରୀ ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବନବିଭାଗର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଟ୍ରାଙ୍କୁଲାଇଜ୍ କରାଯିବାକୁ ଉଦ୍ୟମ ଜାରି ରହିଛି। ଏନେଇ ରେଞ୍ଜର ବେଣୁଧର ବେହେରା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଖଣ୍ଡିଆ ବନ୍ଧ ଓ ଅଠରନଳା ଦେଇ ବାଲିଗୁଆଳି ଅଞ୍ଚଳରେ ହାତୀକୁ ଠାବ କରାଯାଇଛି । ହାତୀଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ହାତୀ ଉପରେ ନଜର ରଖିଛନ୍ତି । ସେପଟେ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯିବା ସହିତ ଆଖପାଖ ଅଞ୍ଚଳରେ ଯିବାଆସିବା ନକରିବାକୁ ସତର୍କ କରାଯାଇଛି । ହାତୀର ଗତିବିଧି ଉପରେ ବନବିଭାଗର ସ୍ୱତନ୍ତ୍ର ନଜର ରହିଛି । ଦନ୍ତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟରେ ରାତିରେ ଲୋକଙ୍କ ଘରେ ତାଟିକବାଟ ପଡ଼ିଛି । ବନବିଭାଗ ବି ଡାକବାଜି ଜରିଆରେ କେହି ରାତିରେ ବାହାରେ ନ ବୁଲିବାକୁ ସତର୍କ ସୂଚନା ଦେଇଛି। ପ୍ରଥମ ଥର ପାଇଁ ପୁରୀ ସହରରେ ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର