ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତା ହାତୀ ଆତଙ୍କ, ଖୁବଶୀଘ୍ର ଟ୍ରାଙ୍କୁଲାଇଜ୍‌ କରାଯିବାକୁ ବନବିଭାଗର ସୂଚନା

The Sakala Picture
Published On

ପୁରୀ: ଗତକାଲି ପୁରୀର ଚନ୍ଦନପୁରରେ ଗୋଟିକିଆ ଦନ୍ତା ହାତୀ ଆତଙ୍କ ରଚିଥିବାବେଳେ ଆଜି ବାଲୁଖଣ୍ଡ ଅଭୟାରଣ୍ୟରେ ପଶିଛି। ହାତୀକୁ ଘଉଡାଇବାକୁ ପୁରୀ ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବନବିଭାଗର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଟ୍ରାଙ୍କୁଲାଇଜ୍ କରାଯିବାକୁ ଉଦ୍ୟମ ଜାରି ରହିଛି। ଏନେଇ ରେଞ୍ଜର ବେଣୁଧର ବେହେରା ସୂଚନା ଦେଇଛନ୍ତି । ହାତୀକୁ ଘଉଡାଇବାକୁ ଉଦ୍ୟମ […]

ପୁରୀ: ଗତକାଲି ପୁରୀର ଚନ୍ଦନପୁରରେ ଗୋଟିକିଆ ଦନ୍ତା ହାତୀ ଆତଙ୍କ ରଚିଥିବାବେଳେ ଆଜି ବାଲୁଖଣ୍ଡ ଅଭୟାରଣ୍ୟରେ ପଶିଛି। ହାତୀକୁ ଘଉଡାଇବାକୁ ପୁରୀ ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବନବିଭାଗର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଟ୍ରାଙ୍କୁଲାଇଜ୍ କରାଯିବାକୁ ଉଦ୍ୟମ ଜାରି ରହିଛି। ଏନେଇ ରେଞ୍ଜର ବେଣୁଧର ବେହେରା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଖଣ୍ଡିଆ ବନ୍ଧ ଓ ଅଠରନଳା ଦେଇ ବାଲିଗୁଆଳି ଅଞ୍ଚଳରେ ହାତୀକୁ ଠାବ କରାଯାଇଛି । ହାତୀଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ହାତୀ ଉପରେ ନଜର ରଖିଛନ୍ତି । ସେପଟେ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯିବା ସହିତ ଆଖପାଖ ଅଞ୍ଚଳରେ ଯିବାଆସିବା ନକରିବାକୁ ସତର୍କ କରାଯାଇଛି । ହାତୀର ଗତିବିଧି ଉପରେ ବନବିଭାଗର ସ୍ୱତନ୍ତ୍ର ନଜର ରହିଛି । ଦନ୍ତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟରେ ରାତିରେ ଲୋକଙ୍କ ଘରେ ତାଟିକବାଟ ପଡ଼ିଛି । ବନବିଭାଗ ବି ଡାକବାଜି ଜରିଆରେ କେହି ରାତିରେ ବାହାରେ ନ ବୁଲିବାକୁ ସତର୍କ ସୂଚନା ଦେଇଛି। ପ୍ରଥମ ଥର ପାଇଁ ପୁରୀ ସହରରେ ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

10 Jan 2023 By The Sakala

ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତା ହାତୀ ଆତଙ୍କ, ଖୁବଶୀଘ୍ର ଟ୍ରାଙ୍କୁଲାଇଜ୍‌ କରାଯିବାକୁ ବନବିଭାଗର ସୂଚନା

ପୁରୀ: ଗତକାଲି ପୁରୀର ଚନ୍ଦନପୁରରେ ଗୋଟିକିଆ ଦନ୍ତା ହାତୀ ଆତଙ୍କ ରଚିଥିବାବେଳେ ଆଜି ବାଲୁଖଣ୍ଡ ଅଭୟାରଣ୍ୟରେ ପଶିଛି। ହାତୀକୁ ଘଉଡାଇବାକୁ ପୁରୀ ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବନବିଭାଗର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଟ୍ରାଙ୍କୁଲାଇଜ୍ କରାଯିବାକୁ ଉଦ୍ୟମ ଜାରି ରହିଛି। ଏନେଇ ରେଞ୍ଜର ବେଣୁଧର ବେହେରା ସୂଚନା ଦେଇଛନ୍ତି ।

ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଖଣ୍ଡିଆ ବନ୍ଧ ଓ ଅଠରନଳା ଦେଇ ବାଲିଗୁଆଳି ଅଞ୍ଚଳରେ ହାତୀକୁ ଠାବ କରାଯାଇଛି । ହାତୀଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ହାତୀ ଉପରେ ନଜର ରଖିଛନ୍ତି । ସେପଟେ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯିବା ସହିତ ଆଖପାଖ ଅଞ୍ଚଳରେ ଯିବାଆସିବା ନକରିବାକୁ ସତର୍କ କରାଯାଇଛି । ହାତୀର ଗତିବିଧି ଉପରେ ବନବିଭାଗର ସ୍ୱତନ୍ତ୍ର ନଜର ରହିଛି । ଦନ୍ତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟରେ ରାତିରେ ଲୋକଙ୍କ ଘରେ ତାଟିକବାଟ ପଡ଼ିଛି । ବନବିଭାଗ ବି ଡାକବାଜି ଜରିଆରେ କେହି ରାତିରେ ବାହାରେ ନ ବୁଲିବାକୁ ସତର୍କ ସୂଚନା ଦେଇଛି। ପ୍ରଥମ ଥର ପାଇଁ ପୁରୀ ସହରରେ ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର