ଟ୍ୟୁସନ ଶିକ୍ଷକଙ୍କୁ ଦଳିଦେଲା ଦନ୍ତା

The Sakala Picture
Published On

ନିରାକାରପୁର : ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନିରାକାରପୁର ବିଦ୍ୟୁତ୍ କାର୍ଯ୍ୟାଳୟ ପଛପାଖ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ନିରାକାରପୁର ଥାନା ଦିଆ ପଞ୍ଚାୟତ ଭୋଇସାହି ଗ୍ରାମର ବିଜୟ କୁମାର ପଟ୍ଟନାୟକ ୫୫ । ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବିଜୟ ଟିଉସନ୍ ସାରି ଘରକୁ ଫେରୁଥିବାବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀ ଆସି ତାଙ୍କୁ ଶୁଣ୍ଢରେ ଟେକି ନେଇ ଦଳିଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା […]

ନିରାକାରପୁର : ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନିରାକାରପୁର ବିଦ୍ୟୁତ୍ କାର୍ଯ୍ୟାଳୟ ପଛପାଖ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ନିରାକାରପୁର ଥାନା ଦିଆ ପଞ୍ଚାୟତ ଭୋଇସାହି ଗ୍ରାମର ବିଜୟ କୁମାର ପଟ୍ଟନାୟକ ୫୫ । ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବିଜୟ ଟିଉସନ୍ ସାରି ଘରକୁ ଫେରୁଥିବାବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀ ଆସି ତାଙ୍କୁ ଶୁଣ୍ଢରେ ଟେକି ନେଇ ଦଳିଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେ ଟିଉସନ୍ କରିବାକୁ ଯାଇଥିବା ଘର ମାଲିକ ମଧ୍ୟ ତାଙ୍କୁ ଛାଡ଼ିବାକୁ ଆସୁଥିଲେ । ମାତ୍ର ହାତୀ ବିଜୟଙ୍କୁ ଟେକି ନେବାରୁ ସେ ସେଠାରୁ ପ୍ରାଣ ବିକଳରେ ଦୌଡ଼ିଯାଇ ଅନ୍ୟଜଣକ ଘରେ ପଶିଯାଇଥିଲେ । ପାଟିଶୁଣି ସେଠାରେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ବହୁ ଖୋଜାଖୋଜି କରିବା ପରେ ଏକ ବୁଦା ମୂଳରୁ ବିଜୟଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲେ ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ପରେ ଉତ୍ୟକ୍ତ ଗ୍ରାମବାସୀ ମୃତ ବିଜୟଙ୍କ ପରିବାରକୁ କ୍ଷତିପୂରଣ ଓ ତାଙ୍କ ଝିଅକୁ ଚାକିରି ଦେବା ଦାବିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡି ନଥିଲେ। ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳି ନାୟକ ଓ ବନ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏ ନେଇ ଟାଙ୍ଗୀ ରେଞ୍ଜର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ହାତୀ ଆକ୍ରମଣରେ ମୃତ ପରିବାରକୁ ସମୁଦାୟ ୪ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବାକୁ ଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ଅଗ୍ରୀମ ୪୦ ହଜାର ଟଙ୍କା ଦିଆଯିବ। ରିପୋର୍ଟ ଆସିବା ପରେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବ। ଚାକିରି ଦାବି କଥା ବନବିଭାଗ ଅଧିକାରୀ ବିଚାର କରିବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରିପୋର୍ଟ ଲେଖା ହେବା ସୁଦ୍ଧା ଗ୍ରାମବାସୀ କ୍ଷତିପୂରଣ ଓ ମୃତ ବିଜୟଙ୍କ ଝିଅଙ୍କୁ ଚାକିରି ପ୍ରଦାନ ଦାବିରେ ମୃତଦେହକୁ ରଖୁଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

01 Nov 2021 By The Sakala

ଟ୍ୟୁସନ ଶିକ୍ଷକଙ୍କୁ ଦଳିଦେଲା ଦନ୍ତା

ନିରାକାରପୁର : ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନିରାକାରପୁର ବିଦ୍ୟୁତ୍ କାର୍ଯ୍ୟାଳୟ ପଛପାଖ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ନିରାକାରପୁର ଥାନା ଦିଆ ପଞ୍ଚାୟତ ଭୋଇସାହି ଗ୍ରାମର ବିଜୟ କୁମାର ପଟ୍ଟନାୟକ ୫୫ । ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବିଜୟ ଟିଉସନ୍ ସାରି ଘରକୁ ଫେରୁଥିବାବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀ ଆସି ତାଙ୍କୁ ଶୁଣ୍ଢରେ ଟେକି ନେଇ ଦଳିଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେ ଟିଉସନ୍ କରିବାକୁ ଯାଇଥିବା ଘର ମାଲିକ ମଧ୍ୟ ତାଙ୍କୁ ଛାଡ଼ିବାକୁ ଆସୁଥିଲେ । ମାତ୍ର ହାତୀ ବିଜୟଙ୍କୁ ଟେକି ନେବାରୁ ସେ ସେଠାରୁ ପ୍ରାଣ ବିକଳରେ ଦୌଡ଼ିଯାଇ ଅନ୍ୟଜଣକ ଘରେ ପଶିଯାଇଥିଲେ । ପାଟିଶୁଣି ସେଠାରେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ବହୁ ଖୋଜାଖୋଜି କରିବା ପରେ ଏକ ବୁଦା ମୂଳରୁ ବିଜୟଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲେ ।

ପରେ ଉତ୍ୟକ୍ତ ଗ୍ରାମବାସୀ ମୃତ ବିଜୟଙ୍କ ପରିବାରକୁ କ୍ଷତିପୂରଣ ଓ ତାଙ୍କ ଝିଅକୁ ଚାକିରି ଦେବା ଦାବିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡି ନଥିଲେ। ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳି ନାୟକ ଓ ବନ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏ ନେଇ ଟାଙ୍ଗୀ ରେଞ୍ଜର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ହାତୀ ଆକ୍ରମଣରେ ମୃତ ପରିବାରକୁ ସମୁଦାୟ ୪ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବାକୁ ଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ଅଗ୍ରୀମ ୪୦ ହଜାର ଟଙ୍କା ଦିଆଯିବ। ରିପୋର୍ଟ ଆସିବା ପରେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବ। ଚାକିରି ଦାବି କଥା ବନବିଭାଗ ଅଧିକାରୀ ବିଚାର କରିବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରିପୋର୍ଟ ଲେଖା ହେବା ସୁଦ୍ଧା ଗ୍ରାମବାସୀ କ୍ଷତିପୂରଣ ଓ ମୃତ ବିଜୟଙ୍କ ଝିଅଙ୍କୁ ଚାକିରି ପ୍ରଦାନ ଦାବିରେ ମୃତଦେହକୁ ରଖୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର