ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନଭାଇକୁ ହାଣିଲା ବଡ଼ ଭାଇ

Madhusudan Das Picture
Published On

ଉଦଳା: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ ସାଜିଲା ଭଗାରୀ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନଭାଇକୁ ହାଣିଲା ବଡ଼ ଭାଇ । ଏଭଳି ଘଟଣା ଘଟିଛି ଉଦଳା ଥାନା ଧାନଘେରା ଛକ ନିକଟରେ । ଏହି ଗ୍ରାମର ରାଜେଶ ବାରିକ ଧାନଘେରା ମଡେଲ ସ୍କୁଲ ଛକରେ ଖାସି କାଟୁଥିଲେ । ଏହି ସମୟରେ ତାଙ୍କର ଦୁଇ ଭାଇ ଆଶିଷ ବାରିକ ଏବଂ ଅଶ୍ୱିନୀ ବାରିକ ସେଠାରେ ପହଞ୍ଚି ସମସ୍ତ ମାଂସ ଦେବାକୁ କହିଥିଲେ । ଏହାସହ ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ରାଜେଶଙ୍କୁ ଆକ୍ରମଣ କରିଥିଲେ । ରାଜେଶଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣିବା ସହିତ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ରାଜେଶଙ୍କ ପୁଅ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣରେ ରାଜେଶ ଗୁରୁତର ହେବା ପରେ ଦୁଇ ଭାଇ ସେଠାରୁ ଚାଲି ଯାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ରାଜେଶଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଛନ୍ତି । ରାଜେଶଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି ।

ଆହୁରି ପଢ଼ନ୍ତୁ: ଶିମିଳିପାଳ ଜଙ୍ଗଲରେ ରହିଛି କ୍ୟାନସର୍‌ ସଞ୍ଜିବନୀ ‘ଲାଇକେନ୍‌’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp