ସରିଲା ପ୍ରଚାର : ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ , ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର
ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ଶେଷ ହୋଇଥିବା ବେଳେ ୧୩ ତାରିଖରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ( ଦେଶର ଚତୁର୍ଥ ପର୍ଯ୍ୟାୟ)ରେ ଓଡ଼ିଶାର ୪ଟି ସଂସଦୀୟ କ୍ଷେତ୍ର – କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ମେ’ ୧୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଯାହାକୁ ନେଇ ଆଜି ପ୍ରେସମିଟ କରି ସମସ୍ତ […]
ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ଶେଷ ହୋଇଥିବା ବେଳେ ୧୩ ତାରିଖରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ( ଦେଶର ଚତୁର୍ଥ ପର୍ଯ୍ୟାୟ)ରେ ଓଡ଼ିଶାର ୪ଟି ସଂସଦୀୟ କ୍ଷେତ୍ର – କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ମେ’ ୧୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଯାହାକୁ ନେଇ ଆଜି ପ୍ରେସମିଟ କରି ସମସ୍ତ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ୩୦,୯୭,୫୨୭ ପୁରୁଷ ଭୋଟର ଓ ୩୧,୮୯,୦୬୦ ମହିଳା ଭୋଟର ଅଛନ୍ତି। ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।
#GeneralElections2024 | 4th Phase
୪ର୍ଥ ପର୍ଯ୍ୟାୟରେ ଓଡ଼ିଶାର ଚାରିଗୋଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହିସବୁ କ୍ଷେତ୍ର ଅନ୍ତର୍ଗତ ୨୮ ଗୋଟି ବିଧାନସଭା ଆସନ ନିମନ୍ତେ ଚଳିତ ମାସ ୧୩ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ @OdishaCeo ଙ୍କ ପ୍ରେସ୍ ବିବୃତି:… pic.twitter.com/CCdRN0hqdH
— I & PR Department, Odisha (@IPR_Odisha) May 11, 2024
ଭୋଟରଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ଭୋଟର ଓ ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୭ ହଜାର ୩୦୩ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥିରୁ ୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ପାଇଁ ପରିଚାଳିତ। ୧୨ ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି। ୬୦ ମତଦାନ କେନ୍ଦ୍ରରୁ ୱେବକାଷ୍ଟିଂ କରାଯିବ ବୋଲି ସିଇଓ ସୂଚନା ଦେଇଛନ୍ତି।
ଶୃଙ୍ଖଳିତ ଭୋଟ୍ ଗ୍ରହଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋଟ ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସୁରକ୍ଷିତ ମତଦାନ ପାଇଁ ୧୦୪ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ ହେବେ। ୬୦ କମ୍ପାନୀ ସଶସ୍ତ୍ର ପୋଲିସ, ୩୧ ସିଆରପିଏଫ୍, ୬ ସିଆଇଏସଏଫ୍ ମୁତୟନ ରହିବେ ।