ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‍-୨୦୨୧’

The Sakala Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‍-୨୦୨୧’। ଗତ ୨ବର୍ଷ ମଧ୍ୟରେ ଇକୋ ରିଟ୍ରିଟର ସଫଳତା ମିଳିବା ପରେ ଏହାକୁ ଅଧିକ ସମ୍ପ୍ରସାରିତ କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଗତବର୍ଷ ରାମଚଣ୍ଡୀ ବେଳାଭୂମି ସମେତ ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଏବଂ ସାତକୋଶିଆରେ ଅନୁଷ୍ଠିତ ହୋଇଥିବା ବେଳେ ଏଥର ଯୋଡ଼ି ହୋଇଛି ଗଞ୍ଜାମ ଜିଲ୍ଲାର ପତି ସୋନପୁର ବେଳାଭୂମି ଓ କୋରାପୁଟ ପାହାଡ଼ ପାଦଦେଶରେ ଥିବା ପୁଟସିଲ୍‍। ଏଥର […]

ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‍-୨୦୨୧’। ଗତ ୨ବର୍ଷ ମଧ୍ୟରେ ଇକୋ ରିଟ୍ରିଟର ସଫଳତା ମିଳିବା ପରେ ଏହାକୁ ଅଧିକ ସମ୍ପ୍ରସାରିତ କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଗତବର୍ଷ ରାମଚଣ୍ଡୀ ବେଳାଭୂମି ସମେତ ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଏବଂ ସାତକୋଶିଆରେ ଅନୁଷ୍ଠିତ ହୋଇଥିବା ବେଳେ ଏଥର ଯୋଡ଼ି ହୋଇଛି ଗଞ୍ଜାମ ଜିଲ୍ଲାର ପତି ସୋନପୁର ବେଳାଭୂମି ଓ କୋରାପୁଟ ପାହାଡ଼ ପାଦଦେଶରେ ଥିବା ପୁଟସିଲ୍‍। ଏଥର ୭ଟି ସ୍ଥାନରେ ଅନୁଷ୍ଠିତ ହେବ ଇକୋ ରିଟ୍ରିଟ୍‍। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେଉଁ ସ୍ଥାନ ଗୁଡ଼ିକ କେଉଁ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇ ନଥିବା ଜଣା ପଡ଼ିଛି। ତେବେ ପୂର୍ବ ବର୍ଷ ଭଳି ଇକୋ ରିଟ୍ରିଟ୍‍ର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାଙ୍କ ହାତକୁ ଦିଆଯିବ ବୋଲି ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଦୁର୍ଗା ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଇକୋ ରିଟ୍ରିଟ୍‍ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗନ୍ତବ୍ୟସ୍ଥଳୀ ପାଲଟିବ। ଐତିହ୍ୟ, କୀର୍ତିରାଜ, କଳାକୃତି, ବନ୍ୟଯନ୍ତୁ,ପରିବେଶ ଓ ପ୍ରାକୃତିକ ସମ୍ପଦର ସବୁ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଆଗରେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ପର୍ଯ୍ୟଟନ ସହ ଯୋଡ଼ି ହୋଇଛି କ୍ରୀଡ଼ା ପର୍ଯ୍ୟଟନ, ଆଡଭେଞ୍ଚର ଓ ୱାଟର ସ୍ପୋର୍ଟସ୍‍ ଓ ପରିବେଶ ପର୍ଯ୍ୟଟନ। ବନ୍ୟା, ବାତ୍ୟା ସାଙ୍ଗକୁ ମହାମାରୀ କରୋନା ଭଳି ପ୍ରାକୃତିକ ବିପର୍ଯୟ ପର୍ଯ୍ୟଟନ ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲେ ମଧ୍ୟ ହାର ମାନିନି ରାଜ୍ୟ ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ବିବାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଡିସେମ୍ୱର ଆରମ୍ଭରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ‘ଇକୋ ରିଟ୍ରିଟ୍‍’ରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ସୁବିଧା ଉପଲବ୍ଧ ରହିବ। ପର୍ଯ୍ୟଟକଙ୍କ ରହଣୀ ନିମନ୍ତେ କଟେଜ୍‍, ରେସ୍ତୋରାଁ, କନେଭେନସନ୍‍ ହଲ୍‍ କରାଯିବା ସହିତ ମନୋରଞ୍ଜନ ପାଇଁ ୱାଟର ରାଇଡ୍‌ସ, ଜେଟ୍‍ ସ୍କି, ବନାନା ରାଇଡ୍‍, ବୋଟିଂ ଆଦିର ବ୍ୟବସ୍ଥା ରହିବ। ଏହାସହ ଫରେଷ୍ଟ ସଫାରୀ, ରୋପ୍‍ୱେ ରାଇଫଲ୍‍ ମଜ୍ଜା ନେଇପାରିବେ ପର୍ଯ୍ୟଟକ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁକିଂ ସିଷ୍ଟମ୍‍ ଖୁବ୍‍ ଶୀଘ୍ର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

01 Nov 2021 By The Sakala

ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‍-୨୦୨୧’

ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‍-୨୦୨୧’। ଗତ ୨ବର୍ଷ ମଧ୍ୟରେ ଇକୋ ରିଟ୍ରିଟର ସଫଳତା ମିଳିବା ପରେ ଏହାକୁ ଅଧିକ ସମ୍ପ୍ରସାରିତ କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଗତବର୍ଷ ରାମଚଣ୍ଡୀ ବେଳାଭୂମି ସମେତ ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଏବଂ ସାତକୋଶିଆରେ ଅନୁଷ୍ଠିତ ହୋଇଥିବା ବେଳେ ଏଥର ଯୋଡ଼ି ହୋଇଛି ଗଞ୍ଜାମ ଜିଲ୍ଲାର ପତି ସୋନପୁର ବେଳାଭୂମି ଓ କୋରାପୁଟ ପାହାଡ଼ ପାଦଦେଶରେ ଥିବା ପୁଟସିଲ୍‍। ଏଥର ୭ଟି ସ୍ଥାନରେ ଅନୁଷ୍ଠିତ ହେବ ଇକୋ ରିଟ୍ରିଟ୍‍। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେଉଁ ସ୍ଥାନ ଗୁଡ଼ିକ କେଉଁ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇ ନଥିବା ଜଣା ପଡ଼ିଛି। ତେବେ ପୂର୍ବ ବର୍ଷ ଭଳି ଇକୋ ରିଟ୍ରିଟ୍‍ର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାଙ୍କ ହାତକୁ ଦିଆଯିବ ବୋଲି ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଦୁର୍ଗା ମହାପାତ୍ର କହିଛନ୍ତି।

ଇକୋ ରିଟ୍ରିଟ୍‍ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗନ୍ତବ୍ୟସ୍ଥଳୀ ପାଲଟିବ। ଐତିହ୍ୟ, କୀର୍ତିରାଜ, କଳାକୃତି, ବନ୍ୟଯନ୍ତୁ,ପରିବେଶ ଓ ପ୍ରାକୃତିକ ସମ୍ପଦର ସବୁ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଆଗରେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ପର୍ଯ୍ୟଟନ ସହ ଯୋଡ଼ି ହୋଇଛି କ୍ରୀଡ଼ା ପର୍ଯ୍ୟଟନ, ଆଡଭେଞ୍ଚର ଓ ୱାଟର ସ୍ପୋର୍ଟସ୍‍ ଓ ପରିବେଶ ପର୍ଯ୍ୟଟନ। ବନ୍ୟା, ବାତ୍ୟା ସାଙ୍ଗକୁ ମହାମାରୀ କରୋନା ଭଳି ପ୍ରାକୃତିକ ବିପର୍ଯୟ ପର୍ଯ୍ୟଟନ ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲେ ମଧ୍ୟ ହାର ମାନିନି ରାଜ୍ୟ ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ବିବାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଡିସେମ୍ୱର ଆରମ୍ଭରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ‘ଇକୋ ରିଟ୍ରିଟ୍‍’ରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ସୁବିଧା ଉପଲବ୍ଧ ରହିବ। ପର୍ଯ୍ୟଟକଙ୍କ ରହଣୀ ନିମନ୍ତେ କଟେଜ୍‍, ରେସ୍ତୋରାଁ, କନେଭେନସନ୍‍ ହଲ୍‍ କରାଯିବା ସହିତ ମନୋରଞ୍ଜନ ପାଇଁ ୱାଟର ରାଇଡ୍‌ସ, ଜେଟ୍‍ ସ୍କି, ବନାନା ରାଇଡ୍‍, ବୋଟିଂ ଆଦିର ବ୍ୟବସ୍ଥା ରହିବ। ଏହାସହ ଫରେଷ୍ଟ ସଫାରୀ, ରୋପ୍‍ୱେ ରାଇଫଲ୍‍ ମଜ୍ଜା ନେଇପାରିବେ ପର୍ଯ୍ୟଟକ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁକିଂ ସିଷ୍ଟମ୍‍ ଖୁବ୍‍ ଶୀଘ୍ର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର