ଇଚ୍ଛାମୃତ୍ୟୁ ପାଇଁ ଆବେଦନ ପରେ ଆତ୍ମହତ୍ୟା

The Sakala Picture
Published On

କଟକ : ଏସ୍‍ସିବି ମେଡିକାଲରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରରେ ହୋଇଥିବା ଅଭିଯୋଗ ଆଣି ସରକାରଙ୍କ ସହାୟତା ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ପରେ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଥିଲେ। ଏସ୍‍ସିବିକୁ ପୁଣି ଆସି ୨୨ଦିନ ପଡ଼ିବା ପରେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆ ନ ଯାଇ ରାତିଅଧିଆ ଡିସ୍‌ଚାର୍ଜ କରି ଦିଆଗଲା। ଯେଉଁଥିପାଇଁ ସେ ଗତ ୫ ତାରିଖରେ ଇଚ୍ଛାମୃତ୍ୟୁ ଆବେଦନ […]

କଟକ : ଏସ୍‍ସିବି ମେଡିକାଲରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରରେ ହୋଇଥିବା ଅଭିଯୋଗ ଆଣି ସରକାରଙ୍କ ସହାୟତା ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ପରେ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଥିଲେ। ଏସ୍‍ସିବିକୁ ପୁଣି ଆସି ୨୨ଦିନ ପଡ଼ିବା ପରେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆ ନ ଯାଇ ରାତିଅଧିଆ ଡିସ୍‌ଚାର୍ଜ କରି ଦିଆଗଲା। ଯେଉଁଥିପାଇଁ ସେ ଗତ ୫ ତାରିଖରେ ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ। ହେଲେ ଆଜି ବିଧାନସଭା ସମ୍ମୁଖରେ ଯାଇ ପ୍ରାଣ ହାରି ଦେଇଛନ୍ତି ଦୁଷ୍ମନ୍ତ ଦାସ। ଏସ୍‌ସିବିରେ ତାଙ୍କୁ ଚିକିତ୍ସା କରିବାରେ ଗୁରୁତର ଅବହେଳା କରାଯାଇଥିବା ଅଭିଯୋଗ କରି ଦୁଷ୍ମନ୍ତ ବୁଧବାର ଗାନ୍ଧୀ ମାର୍ଗରେ ହାତ କାଟିଦେବା ସହ ବିଷ ପିଇଦେଇଥିବା ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଛନ୍ତି ବହୁ ଓଡ଼ିଆ ଶ୍ରମିକ

ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଏସ୍‍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କ ମୃତଦେହକୁ ମେଡିକାଲର ଶବ ବ୍ୟବଚ୍ଛେଦଗୃହରେ ରଖାଯାଇଛି। ଗୁରୁବାର ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳ ଅଞ୍ଚଳର ଦୁଷ୍ମନ୍ତ ୨୦୨୦ ମାର୍ଚ୍ଚ ୨୨ ତାରିଖ ରାତିରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ଘରକୁ ଫେରୁଥିବା ସମୟରେ ଏକ ପିକଅପ ଭ୍ୟାନ୍‌ ପଛ ପାର୍ଶ୍ବରୁ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଜଗତସିଂପୁର ମେଡିକାଲରେ ଓ ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏସ୍‍ସିବି ମେଡିକାଲକୁ ଅଣାଯାଇଥିଲା।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ମାର୍ଚ୍ଚ ୨୩ରେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ମାସାଧିକ କାଳ ବିତି ଯାଇଥିଲେ ମଧ୍ୟ ଗୋଡ଼ଟି ଭଲ ହୋଇ ନ ଥିଲା। ଜୁନ୍‌ ୨୦ ତାରିଖରେ ସେ ପୁଣି କଟକ ଆସି ଏସ୍‍ସିବି ମେଡିକାଲରେ ଡାକ୍ତରଙ୍କୁ ଭେଟିଥିଲେ। ଏହା ପରେ ଆଉ ଏକ ଅସ୍ତ୍ରୋପଚାର ହୋଇଥିଲା। ମାତ୍ର ଗୋଡ଼ଟି କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ଦିନକୁ ଦିନ ଅକ୍ଷମ ହେବାକୁ ଲାଗିଥିଲା। ଏହାପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏସ୍‍ସିବି ମେଡିକାଲରେ ଦୁଇଥର ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଡାକ୍ତରମାନେ ଠିକ୍‌ ଭାବେ ଅପରେସନ କରି ପାରି ନ ଥିବା ଅଭିଯୋଗ ହୋଇଥିଲା। ତାଙ୍କ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଡ ଥିବା ବେଳେ ତାଙ୍କ ଉତ୍ତମ ଚିକିତ୍ସା କରାଯାଉ ନ ଥିଲା।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଏପରିକି ତାଙ୍କୁ ହସ୍ପିଟାଲରେ ନିର୍ଯାତନା ଦିଆଯାଇଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ। ସହାୟତା ନିମନ୍ତେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ଦିନ ପୂର୍ବେ ଏକ ଚିଠି ଲେଖିଥିଲେ। ତାଙ୍କ କୁନି ଝିଅ ଦେବାଂଶୀ ମଧ୍ୟ ବାପାର ଏଭଳି ଅବସ୍ଥାରେ ବିଚଳିତ ହୋଇ ଏକ ଭିଡିଓ ମାଧ୍ୟରେ ତାଙ୍କୁ ସୁସ୍ଥ କରିଦେବା ପାଇଁ ନିବେଦନ କରିଥିଲେ। ଏହା ଜାଣିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏସ୍‍ସିବି ମେଡିକାଲ ଅଧୀକ୍ଷକଙ୍କୁ ଚିଠି ଲେଖିଥିଲେ। ଦୁଷ୍ମନ୍ତଙ୍କ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଚିଠି ପରେ ଦୁଷ୍ମନ୍ତଙ୍କ ପୁନଃଚିକିତ୍ସା କରାଯିବାର ପଥ ଉନ୍ମୁକ୍ତ ହୋଇଥିଲା। ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ଅସ୍ଥିଶଲ୍ୟ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ଏକ ନୋଟିସ୍‍ ଜାରି ହୋଇଥିଲା। ଉକ୍ତ ନୋଟିସ୍‍ ପରେ ଦୁଷ୍ମନ୍ତ ଗତ ମାସରେ ବଡ଼ ମେଡିକାଲ ପୁଣି ଥରେ ଆସିଥିଲେ। ଏଠାରେ ତାଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ୨୨ ଦିନ ରହିବା ପରେ ଗତ ୬ ତାରିଖ ଦିନ ସନ୍ଧ୍ୟାରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ଏ ସମ୍ପର୍କରେ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ଲୁସି ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା।

09 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର