ମରୁଡି ଘୋଷଣାରେ କେନ୍ଦ୍ର ସର୍ତ୍ତ ସାଜିଛି ବାଧକ: ରାଜ୍ଯ ସାମ୍ନାରେ କେନ୍ଦ୍ର ରଖିଛି ୫ଟି ସର୍ତ୍ତ

The Sakala Picture
Published On

ଭୁବନେଶ୍ୱର: ଆଖି ଦେଖା ଆକଳନ ଓ ଚାଷ ଉତ୍ପାଦନକୁ ଦେଖି ରାଜ୍ୟ ସରକାର ମରୁଡି ଘୋଷଣା କରୁଥିଲେ। କେନ୍ଦ୍ର ସରକାର ମରୁଡ଼ି ଘୋଷଣାଜନିତ ନିୟମ ଓ ଲଗାଇଥିବା ସର୍ତ୍ତ ୨୦୧୭ରେ ଅନୁପାଳନ ପରଠାରୁ ମରୁଡ଼ି ଘୋଷଣା ପ୍ରସଙ୍ଗଟି ଜଟିଳ ହୋଇପଡିଛି। ଏମିତି ଯେ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁଯାୟୀ ଧାର୍ଯ୍ୟ ବୈଜ୍ଞାନିକ ମାପଦଣ୍ଡ ପୂରଣ କରୁ ନ ଥିଲେ, ରାଜ୍ୟ ସରକାର ମରୁଡ଼ି ଘୋଷଣା କରିପାରିବେ ନାହିଁ। ଆଉ ଯଦି ରାଜ୍ୟ ସରକାର କରନ୍ତି, ତେବେ କେନ୍ଦ୍ରୀୟ […]

ଭୁବନେଶ୍ୱର: ଆଖି ଦେଖା ଆକଳନ ଓ ଚାଷ ଉତ୍ପାଦନକୁ ଦେଖି ରାଜ୍ୟ ସରକାର ମରୁଡି ଘୋଷଣା କରୁଥିଲେ। କେନ୍ଦ୍ର ସରକାର ମରୁଡ଼ି ଘୋଷଣାଜନିତ ନିୟମ ଓ ଲଗାଇଥିବା ସର୍ତ୍ତ ୨୦୧୭ରେ ଅନୁପାଳନ ପରଠାରୁ ମରୁଡ଼ି ଘୋଷଣା ପ୍ରସଙ୍ଗଟି ଜଟିଳ ହୋଇପଡିଛି। ଏମିତି ଯେ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁଯାୟୀ ଧାର୍ଯ୍ୟ ବୈଜ୍ଞାନିକ ମାପଦଣ୍ଡ ପୂରଣ କରୁ ନ ଥିଲେ, ରାଜ୍ୟ ସରକାର ମରୁଡ଼ି ଘୋଷଣା କରିପାରିବେ ନାହିଁ। ଆଉ ଯଦି ରାଜ୍ୟ ସରକାର କରନ୍ତି, ତେବେ କେନ୍ଦ୍ରୀୟ ସହାୟତା ମିଳିବ ନାହିଁ ।

ଆହୁରି ପଢ଼ନ୍ତୁ: ୯ ମାସ ବଢ଼ିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ, ଜାନୁଆରୀ ୨୦୨୭ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଏବେ ରାଜ୍ୟର କିଛି ବ୍ଳକରେ ଦେଖାଦେଇଥିବା ମରୁଡି ପରିସ୍ଥିତି ଚିତ୍ରରେ କେନ୍ଦ୍ର ସରକାରଙ୍କ ଏହି ମାନଦଣ୍ଡ କଣ୍ଟା ଭଳି ଲାଗିଛି। ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ସରକାର ଅପେକ୍ଷା କରିବେ ଓ ଯଦି କେନ୍ଦ୍ରୀୟ ମାନଦଣ୍ଡ ପୂରଣ କରିବ ନାହିଁ, ତେବେ ଓଡ଼ିଶାର ଚାଷୀଙ୍କୁ ନିରାଶ ହେବାକୁ ପଡ଼ିପାରେ। ଏଭଳି ଏକ ଆଶଙ୍କା ଚାଷୀକୂଳକୁ ଚିନ୍ତାରେ ପକାଇଲାଣି।  ଚାଷ ହରାଇବା ପରେ ବି କେନ୍ଦ୍ର ସରକାରଙ୍କ ନିୟମ କାରଣରୁ ସେମାନଙ୍କୁ କ୍ଷତିପୂରଣ ମିଳିବା ସମ୍ଭାବନା କ୍ଷୀଣ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧୪ରେ କାହିଁକି ପାଳନ କରାଯାଏ ଓଡ଼ିଆ ନବବର୍ଷ? ଜାଣନ୍ତୁ ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ

ଚଳିତବର୍ଷ ଚାଷୀଙ୍କୁ ଧୋକା ଦେଇଛି ମୌସୁମୀ। ଜୁନ୍‌ ମାସରେ ସ୍ଵାଭାବିକ ଠାରୁ କମ୍ ବୃଷ୍ଟିପାତ ହେବା କାରଣରୁ ଚାଷୀମାନେ ଧାନ ଓ ଅଣଧାନ ଚାଷ ବିଳମ୍ବରେ ଆରମ୍ଭ କଲେ। ଜୁଲାଇ, ଅଗଷ୍ଟରେ ବି ବର୍ଷା ଅଭାବର ସାମ୍ନା କଲେ ଚାଷୀ। ଜୁନରୁ ଅଗଷ୍ଟ ଚାଷ ପାଇଁ ପ୍ରଥମ ତିନିମାସ ଗୁରୁତ୍ବପୂର୍ଣ୍ଣ ।

ଆହୁରି ପଢ଼ନ୍ତୁ: ଓଡ଼ିଆ ଅସ୍ମିତାକୁ ଧକ୍କା: ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଷଡ଼ଯନ୍ତ୍ର ଆରମ୍ଭ

ହେଲେ ଏହି ତିନିମାସର ବୃଷ୍ଟିପାତର ଚିତ୍ର ବୟାନ କରୁଛି ଯେ ପ୍ରକୃତ ବୃଷ୍ଟିପାତ ସ୍ବାଭାବିକ ଠାରୁ ପ୍ରାୟ ୨୯.୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ସରକାର କହିସାରିଛନ୍ତି ଯେ ୨୦ଟି ଜିଲ୍ଲାର ୧୦୨ଟି ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ କାରଣରୁ ଫସଲ ପ୍ରଭାବିତ ହୋଇଛି। ରାଜସ୍ବ ବିଭାଗ ଆଶା ଦେଖାଇଛି, ସ୍ଥିତିରେ ଉନ୍ନତି ଘଟିପାରେ। ଉଭୟ କୃଷି ଓ ରାଜସ୍ବ ବିଭାଗ ପରିସ୍ଥିତି ଉପରେ ନଜର ରଖୁଛନ୍ତି। ବିରୋଧୀ ରାଜନୈତିକ ଦଳର ଦାବି ସରକାର ତୁରନ୍ତ ମରୁଡି ଘୋଷଣା କରନ୍ତୁ । ହେଲେ ବାସ୍ତବତା ହେଲା, ବର୍ଷା ହେଲେ ବି ଯେଉଁ ଜମିରେ ଚାଷ ପୂରା ଉଜୁଡିଯାଇଛି, ସେଠି ଆଉ ଥରେ ଫସଲକୁ ଫେରାଇ ଆଣିବା ମୁସ୍କିଲ୍ ବ୍ୟାପାର । ରାଜ୍ୟ ସରକାରଙ୍କ କ୍ଷେତ୍ରୀୟ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖୁପପପପଛନ୍ତି।

ଏବେ ସମସ୍ୟାଟି ହେଲା ୨୦୧୭ ମାର୍ଚ୍ଚ ୮ ତାରିଖରେ କେନ୍ଦ୍ର ସରକାର ମରୁଡି ଘୋଷଣା କ୍ଷେତ୍ରରେ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଥିରେ କୁହାଯାଇଛି, କେବଳ ବୃଷ୍ଟିପାତ ଜନିତ ଚାଷ କ୍ଷୟକ୍ଷତିକୁ ରାଜ୍ୟ ସରକାରମାନେ ଆଖିବୁଜି ମରୁଡି ଘୋଷଣା କରିପାରିବେ ନାହିଁ। ବରଂ ବୃଷ୍ଟିପାତର ଅଭାବ, ଶସ୍ୟର ଅବସ୍ଥା ସଂପର୍କିତ ସୂଚନା (ମଞ୍ଜିବୁଣା ସ୍ଥିତି), ସୁଦୂର ସମ୍ବେଦନଶୀଳ ଉଦ୍ଭଦରାଜିର ସଙ୍କେତ, ଭୂମିର ଆର୍ଦ୍ରତାର ସଙ୍କେତ ଏବଂ ସର୍ବୋପରି ଜଳ ବିଜ୍ଞାନ ସଂପର୍କିତ ସୂଚନା ଅର୍ଥାତ୍ ଜଳଭଣ୍ଡାରରେ ଥିବା ଗଚ୍ଛିତ ଜଳର ଅବସ୍ଥିତି ଓ ଭୂତଳ ଜଳର ସଙ୍କେତକୁ ବିଚାରକୁ  ନିଆଯିବ। ଏ ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି, ତାହା ପୂରଣ ହେଲେ ଯାଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ। ନ ହେଲେ ନାହିଁ ।

କୃଷି ବିଜ୍ଞାନୀମାନଙ୍କର କହିବା କଥା ହେଉଛି କେନ୍ଦ୍ର ସରକାର ଏହି ନିୟମ ପ୍ରସ୍ତୁତ ବେଳେ ପୂରା ଭାରତବର୍ଷକୁ ଦୃଷ୍ଟିରେ ରଖ କରିଥାଇପାରନ୍ତି । ହେଲେ ସଂପ୍ରତି ଓଡ଼ିଶା ଭଳି ରାଜ୍ୟରେ ଯେଭଳି ବିକ୍ଷିପ୍ତ ଭାବେ ବର୍ଷା ହେଉଛି, ଗୋଟିଏ ଭାଗରେ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଅନ୍ୟ ଭାଗରେ ତାର ବିପରୀତ ସ୍ଥିତି ଉପୁଜୁଛି। ଏହାକୁ କେନ୍ଦ୍ର କକାର ବିଚାରକୁ ନେବା ଦରକାର। କେବଳ ସେତିକି ନୁହେଁ, ଓଡ଼ିଶାରେ ପ୍ରତି ବର୍ଷା ବନ୍ୟା, ବାତ୍ୟା ଆଦି ଚାଷୀର ମେରୁଦଣ୍ଡ ଦୋହଲାଇ ଦେଉଥିବା କାରଣରୁ କେନ୍ଦ୍ର ସରକାର ଏସବୁ ପାଇଁ ମଧ୍ୟ ଧାନ ରଖି ନିୟମାବଳୀ ଜାରି କରିବା କଥା ।

ନାମ ଗୋପନ ସର୍ତ୍ତରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୧୮ ମସିହାରେ ରାଜ୍ୟରେ ଉପୁଜିଥିବା ଉତ୍କଟ ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସରକାର ମରୁଡି ଘୋଷଣା କରିଥିଲେ। ପାଖାପାଖୁ ୨ଶହ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ କ୍ଷତିପୂରଣ ବାବଦରେ ଦିଆଯାଇଥିଲା। ହେଲେ କେନ୍ଦ୍ର ସରକାରଙ୍କୁ ଏ ସଂକ୍ରାନ୍ତ ସ୍ମାରକପତ୍ର ଦିଆଯାଇଥିଲା ହେଁ, ତାହାକୁ ସେମାନେ ଗ୍ରହଣ କରି ନ ଥିଲେ। ବରଂ ଅଗ୍ରାହ୍ୟ କରିଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେବେ ସମୁଦାୟ ଖର୍ଚ୍ଚ ବହନ କରିଥିଲେ। ଏବେ କୋଭିଡ୍ ସ୍ଥିତିରେ ରାଜ୍ୟ ଯେବେ ଗୁରୁତର ଆର୍ଥିକ ସଙ୍କଟ ଭିତରେ ଅଛନ୍ତି, ସେବେ କେନ୍ଦ୍ର ସରକାର ଏ କ୍ଷେତ୍ରରେ ନିୟମ କୋହଳ ନକଲେ ଚାଷୀଙ୍କ ସ୍ବାର୍ଥ ସୁରକ୍ଷା ଅସମ୍ଭବ ହୋଇପଡିବ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟର ମୋଟ ୫୬ଲକ୍ଷ ୩୩ ହଜାର ହେକ୍ଟର ଜମିରେ ବିଭିନ୍ନ ଫସଲ କରାଯାଇଛି। ଏହା ଧାର୍ଯ୍ୟ ଲକ୍ଷ୍ୟ (୬୧ଲକ୍ଷ ୯୬ ହଜାର ହେକ୍ଟର)ର ୯୧ ପ୍ରତିଶତ | ଗତବର୍ଷ ତୁଳନାରେ ଏହି ସମୟ ସୁଦ୍ଧା ୧ଲକ୍ଷ ୧୯ ହଜାର ହେକ୍ଟର ଜମିରେ ଚାଷ ହୋଇଛି।

12 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର