ବିଜେଡିର କ୍ଷୋଭ: ଦରଦାମ୍‌ ବୃଦ୍ଧିରେ ଦହଗଞ୍ଜ ହେଉଛନ୍ତି ଖାଉଟି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ରବିବାର ଓମ୍‌ଫେଡ୍‌ ଦୁଗ୍ଧ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି। ଯେଉଁଥିରେ ମାତ୍ର ୧ ଟଙ୍କା ଚାଷୀ ଉପକୃତ ହୋଇଥିଲା ବେଳେ ଆଉ ତିନି ଟଙ୍କା ସରକାର ଚାଲାଖି କରି ନିଜ ତହବିଲକୁ ନେଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ଡବଲ ଇଞ୍ଜିନ ସରକାରରେ ଦରଦାମ ବୃଦ୍ଧି କରି ସାଧାରଣ ଖାଉଟିକୁ ହସ୍ତସନ୍ତ କଲାଣି ବୋଲି ଦଳ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।  

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ଗିରଫ

ରବିବାର ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ସରକାର ଚାଲାଖି କରି ଦୁଇ ଦିନ ତଳେ ଦୁଗ୍ଧ ଚାଷୀମାନଙ୍କୁ ଲିଟର ପିଛା ୧ ଟଙ୍କା ଦେବା ପାଇଁ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରି ବାହାବା ନେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଆଜି ସରକାରଙ୍କ ଅସଲ ଉଦ୍ଦେଶ୍ୟ ସର୍ବସମ୍ମୁଖକୁ ଆସିଛି। ଚାଷୀଙ୍କୁ ୧ ଟଙ୍କା ଦେବା ବାହାନାରେ ସରକାର ସାଧାରଣ ଖାଉଟିଙ୍କଠାରୁ ୪ ଟଙ୍କା ଲୁଟିବା ବ୍ୟବସ୍ଥା କରିଛନ୍ତି। ସରକାର କ୍ଷୀର ଲିଟର ପିଛିା ବୃଦ୍ଧି କରିଥିବା ସମସ୍ତ ୪ ଟଙ୍କା ଦୁଗ୍ଧ ଚାଷୀଙ୍କୁ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।  

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଅନ୍ୟପଟେ ଗ୍ୟାସ୍‌ ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଅଣାୟତ୍ତ କରିସାରିଲାଣି। ବିଗତ ୬ ମାସରେ ୪ ଥର ଗ୍ୟାସ୍‌ ଦର ବୃଦ୍ଧି ‘ବେଡ଼ି ଉପରେ କୋରଡା ମାଡ଼’ ସଦୃଶ ହୋଇଛି। ଏହା ଲୋକଙ୍କ ଦୈନନ୍ଦିନ ଜୀବନରେ ଆର୍ଥିକ ବୋଝ ବଢ଼ାଇବାରେ ଲାଗିଛି ବୋଲି ଡଃ ମହାନ୍ତି କହିଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ସାଧାରଣ ଛାତ୍ରଟିଏ ଚା’ କପ୍‌ ଟିଏ ୫ ଟଙ୍କାରେ ପିଉଥିଲା ବେଳେ ୨୦ ଟଙ୍କାରେ ଜଳିଖିଆ ଖାଉଥିଲା। କିନ୍ତୁ ଆଜି ସରକାରଙ୍କ ଏହି ଦର ବୃଦ୍ଧି ଯୋଗୁଁ ସାଧାରଣ ଛାତ୍ରଟିଏ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ସରକାର ଦରବୃଦ୍ଧିକୁ ତୁରନ୍ତ ନିୟନ୍ତ୍ରଣକୁ ନ ଆଣିଲେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଏହାର ଦୃଢ଼ ବିରୋଧ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଟେକ ରଖିଲେ ଓଡ଼ିଆ ଝିଅ ଅଭୀପ୍ସା: ‘ମଇଳା ଚାଦର’କୁ ‘ଅନରେବଲ୍‌ ଜୁରି ମେନ୍‌ସନ୍‌’ ସମ୍ମାନ

03 May 2026 By Madhusudan Das

ବିଜେଡିର କ୍ଷୋଭ: ଦରଦାମ୍‌ ବୃଦ୍ଧିରେ ଦହଗଞ୍ଜ ହେଉଛନ୍ତି ଖାଉଟି

ଭୁବନେଶ୍ୱର: ରାଜ୍ୟ ସରକାର ରବିବାର ଓମ୍‌ଫେଡ୍‌ ଦୁଗ୍ଧ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି। ଯେଉଁଥିରେ ମାତ୍ର ୧ ଟଙ୍କା ଚାଷୀ ଉପକୃତ ହୋଇଥିଲା ବେଳେ ଆଉ ତିନି ଟଙ୍କା ସରକାର ଚାଲାଖି କରି ନିଜ ତହବିଲକୁ ନେଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ଡବଲ ଇଞ୍ଜିନ ସରକାରରେ ଦରଦାମ ବୃଦ୍ଧି କରି ସାଧାରଣ ଖାଉଟିକୁ ହସ୍ତସନ୍ତ କଲାଣି ବୋଲି ଦଳ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।  

ରବିବାର ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ସରକାର ଚାଲାଖି କରି ଦୁଇ ଦିନ ତଳେ ଦୁଗ୍ଧ ଚାଷୀମାନଙ୍କୁ ଲିଟର ପିଛା ୧ ଟଙ୍କା ଦେବା ପାଇଁ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରି ବାହାବା ନେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଆଜି ସରକାରଙ୍କ ଅସଲ ଉଦ୍ଦେଶ୍ୟ ସର୍ବସମ୍ମୁଖକୁ ଆସିଛି। ଚାଷୀଙ୍କୁ ୧ ଟଙ୍କା ଦେବା ବାହାନାରେ ସରକାର ସାଧାରଣ ଖାଉଟିଙ୍କଠାରୁ ୪ ଟଙ୍କା ଲୁଟିବା ବ୍ୟବସ୍ଥା କରିଛନ୍ତି। ସରକାର କ୍ଷୀର ଲିଟର ପିଛିା ବୃଦ୍ଧି କରିଥିବା ସମସ୍ତ ୪ ଟଙ୍କା ଦୁଗ୍ଧ ଚାଷୀଙ୍କୁ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।  

ଅନ୍ୟପଟେ ଗ୍ୟାସ୍‌ ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଅଣାୟତ୍ତ କରିସାରିଲାଣି। ବିଗତ ୬ ମାସରେ ୪ ଥର ଗ୍ୟାସ୍‌ ଦର ବୃଦ୍ଧି ‘ବେଡ଼ି ଉପରେ କୋରଡା ମାଡ଼’ ସଦୃଶ ହୋଇଛି। ଏହା ଲୋକଙ୍କ ଦୈନନ୍ଦିନ ଜୀବନରେ ଆର୍ଥିକ ବୋଝ ବଢ଼ାଇବାରେ ଲାଗିଛି ବୋଲି ଡଃ ମହାନ୍ତି କହିଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ସାଧାରଣ ଛାତ୍ରଟିଏ ଚା’ କପ୍‌ ଟିଏ ୫ ଟଙ୍କାରେ ପିଉଥିଲା ବେଳେ ୨୦ ଟଙ୍କାରେ ଜଳିଖିଆ ଖାଉଥିଲା। କିନ୍ତୁ ଆଜି ସରକାରଙ୍କ ଏହି ଦର ବୃଦ୍ଧି ଯୋଗୁଁ ସାଧାରଣ ଛାତ୍ରଟିଏ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ସରକାର ଦରବୃଦ୍ଧିକୁ ତୁରନ୍ତ ନିୟନ୍ତ୍ରଣକୁ ନ ଆଣିଲେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଏହାର ଦୃଢ଼ ବିରୋଧ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର