ଡବଲ ଇଞ୍ଜିନ ଡବଲ ଧୋକା; ଅନିଶ୍ଚିତତା ଘେରରେ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ…

The Sakala Picture
Published On

ଭୁବନେଶ୍ବର: ଅନିଶ୍ଚିତତା ଘେରରେ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ। ତିନି ଥର ବଦଳିଛି ଡିପିଆର। ବାରମ୍ବାର ବାତିଲ ହୋଇଛି ଟେଣ୍ଡର। ଭାରତମାଳା ଯୋଜନାରେ ଦେଶର ପ୍ରଥମ ପ୍ରକଳ୍ପକୁ ଧୋକା ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍ କରିଛି ବିଜେଡି । ଓଡ଼ିଶାର ପର୍ଯ୍ଯଟନ ସମ୍ଭାରକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପ୍ରଥମେ ରାଜପଥକୁ ୪ ଲେନ ବିଶିଷ୍ଟ କରିବାକୁ ପ୍ରକଳ୍ପ ଅନୁମୋଦନ ହେଲା […]

ଭୁବନେଶ୍ବର: ଅନିଶ୍ଚିତତା ଘେରରେ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ। ତିନି ଥର ବଦଳିଛି ଡିପିଆର। ବାରମ୍ବାର ବାତିଲ ହୋଇଛି ଟେଣ୍ଡର। ଭାରତମାଳା ଯୋଜନାରେ ଦେଶର ପ୍ରଥମ ପ୍ରକଳ୍ପକୁ ଧୋକା ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍ କରିଛି ବିଜେଡି । ଓଡ଼ିଶାର ପର୍ଯ୍ଯଟନ ସମ୍ଭାରକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପ୍ରଥମେ ରାଜପଥକୁ ୪ ଲେନ ବିଶିଷ୍ଟ କରିବାକୁ ପ୍ରକଳ୍ପ ଅନୁମୋଦନ ହେଲା । ୪୧୩ କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପକୁ କମାଇ କରାଗଲା ୩୪୬ କିଲୋମିଟର। ରାମେଶ୍ବରରୁ ପୁରୀ, ପୁରୀରୁ କାକଟପୁର, କାକଟପୁରରୁ ଏରସମା, ଏରସମାରୁ ରତନପୁର ଓ ରତନପୁରରୁ ଦିଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସ୍ବପ୍ନ ଦେଖାଇଲେ କେନ୍ଦ୍ର ସରକାର। ୨୦୧୫ରେ ଘୋଷଣା ହେଲା, ୧୦ ବର୍ଷ ପରେ ଟେଣ୍ଡର କରାଗଲା। ଶେଷରେ ଏହି ଟେଣ୍ଡରକୁ ବି ବାତିଲ କରାଗଲା।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଏହା କେନ୍ଦ୍ରର କିଭଳିଆ ନୀତି ବୋଲି ପ୍ରଶ୍ନ ଉଠାଇଛି ବିଜେଡି। ଏବେ ଚଞ୍ଚକତା କରି ୪ ଲେନ୍ ବିଶିଷ୍ଟ କୋଷ୍ଟାଲ ହାଇଓ୍ବେକୁ ୨ ଲେନ ବିଶିଷ୍ଟ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମସୁଧା କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ବହୁ ପ୍ରତିକ୍ଷୀତ ଓଡ଼ିଶାର ଏହି ଉପକୂଳ ଜାତୀୟ ରାଜପଥକୁ ପୁନର୍ବାର ୪ ଲେନ କରିବାକୁ ଦାବି କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

27 May 2025 By The Sakala

ଡବଲ ଇଞ୍ଜିନ ଡବଲ ଧୋକା; ଅନିଶ୍ଚିତତା ଘେରରେ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ…

ଭୁବନେଶ୍ବର: ଅନିଶ୍ଚିତତା ଘେରରେ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ। ତିନି ଥର ବଦଳିଛି ଡିପିଆର। ବାରମ୍ବାର ବାତିଲ ହୋଇଛି ଟେଣ୍ଡର। ଭାରତମାଳା ଯୋଜନାରେ ଦେଶର ପ୍ରଥମ ପ୍ରକଳ୍ପକୁ ଧୋକା ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍ କରିଛି ବିଜେଡି । ଓଡ଼ିଶାର ପର୍ଯ୍ଯଟନ ସମ୍ଭାରକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପ୍ରଥମେ ରାଜପଥକୁ ୪ ଲେନ ବିଶିଷ୍ଟ କରିବାକୁ ପ୍ରକଳ୍ପ ଅନୁମୋଦନ ହେଲା । ୪୧୩ କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପକୁ କମାଇ କରାଗଲା ୩୪୬ କିଲୋମିଟର। ରାମେଶ୍ବରରୁ ପୁରୀ, ପୁରୀରୁ କାକଟପୁର, କାକଟପୁରରୁ ଏରସମା, ଏରସମାରୁ ରତନପୁର ଓ ରତନପୁରରୁ ଦିଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସ୍ବପ୍ନ ଦେଖାଇଲେ କେନ୍ଦ୍ର ସରକାର। ୨୦୧୫ରେ ଘୋଷଣା ହେଲା, ୧୦ ବର୍ଷ ପରେ ଟେଣ୍ଡର କରାଗଲା। ଶେଷରେ ଏହି ଟେଣ୍ଡରକୁ ବି ବାତିଲ କରାଗଲା।

ଏହା କେନ୍ଦ୍ରର କିଭଳିଆ ନୀତି ବୋଲି ପ୍ରଶ୍ନ ଉଠାଇଛି ବିଜେଡି। ଏବେ ଚଞ୍ଚକତା କରି ୪ ଲେନ୍ ବିଶିଷ୍ଟ କୋଷ୍ଟାଲ ହାଇଓ୍ବେକୁ ୨ ଲେନ ବିଶିଷ୍ଟ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମସୁଧା କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ବହୁ ପ୍ରତିକ୍ଷୀତ ଓଡ଼ିଶାର ଏହି ଉପକୂଳ ଜାତୀୟ ରାଜପଥକୁ ପୁନର୍ବାର ୪ ଲେନ କରିବାକୁ ଦାବି କରିଛି ବିଜେଡି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର