ବିଡିଏରେ ବାଜିବ ‘୫-ଟି’ ଛାଟ: ଟଙ୍କା ନ ଦେଲେ ଫାଇଲ ହଲୁନି, ଏଜେଣ୍ଟଙ୍କ ମାଧ୍ୟମରେ ପକେଟ ଗରମ କରୁଛନ୍ତି ଅସାଧୁ ଅଧିକାରୀ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ ଚାଲିଛି ଦଲାଲ ରାଜ୍‌‌। ଟଙ୍କା ନ ଦେଲେ ଏହି କାର୍ଯ୍ୟାଳୟରେ ଲୋକଙ୍କ ଫାଇଲ୍‌‌ ଘୁଞ୍ଚିବାର ନାଁ ଧରୁନି। ‘୫-ଟି’ ଛାଟକୁ ଭୃକ୍ଷେପ ନ କରି କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଫାଇଲ୍‌‌ ପିଛା ଦର ଧାର୍ଯ୍ୟ କରି ନିଜ ପକେଟ୍‌‌ ଗରମ କରୁଛନ୍ତି। ଅଧିକାରୀଙ୍କ ପକେଟ୍‌‌କୁ ମାଲ ନ ଗଲେ ଫାଇଲ୍‌‌ରେ ଗାର ପଡ଼ୁ ନଥିବାରୁ ବାଧ୍ୟ ହୋଇ ଲୋକେ ଏହି ଅସାଧୁ ଅଧିକାରୀଙ୍କ ଆର୍ଥିକ କୋପର ଶିକାର ହେଉଛନ୍ତି। ଏଭଳି […]

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ ଚାଲିଛି ଦଲାଲ ରାଜ୍‌‌। ଟଙ୍କା ନ ଦେଲେ ଏହି କାର୍ଯ୍ୟାଳୟରେ ଲୋକଙ୍କ ଫାଇଲ୍‌‌ ଘୁଞ୍ଚିବାର ନାଁ ଧରୁନି। ‘୫-ଟି’ ଛାଟକୁ ଭୃକ୍ଷେପ ନ କରି କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଫାଇଲ୍‌‌ ପିଛା ଦର ଧାର୍ଯ୍ୟ କରି ନିଜ ପକେଟ୍‌‌ ଗରମ କରୁଛନ୍ତି। ଅଧିକାରୀଙ୍କ ପକେଟ୍‌‌କୁ ମାଲ ନ ଗଲେ ଫାଇଲ୍‌‌ରେ ଗାର ପଡ଼ୁ ନଥିବାରୁ ବାଧ୍ୟ ହୋଇ ଲୋକେ ଏହି ଅସାଧୁ ଅଧିକାରୀଙ୍କ ଆର୍ଥିକ କୋପର ଶିକାର ହେଉଛନ୍ତି। ଏଭଳି ଅର୍ଥ ରୋଜଗାର ଯୋଗୁଁ ପଦୋନ୍ନତି ପରେ ମଧ୍ୟ କିଛି ଅଧିକାରୀ ବିଡିଏ ଛାଡ଼ି ଯିବାକୁ ମନ ବଳାଉ ନଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଅଭିଯୋଗ ଅନୁଯାୟୀ ବିଡିଏର ଆଲର୍ଟମେଣ୍ଟ ସେକ୍ସନର ଥିବା ଅଧିକାରୀମାନେ ବେଶ ହାତ ଚିକ୍କଣ କରୁଛନ୍ତି। କାର୍ଯ୍ୟାଳୟରେ କିଛି ତଳିଆ କର୍ମଚାରୀଙ୍କୁ ନିଜର ଏଜେଣ୍ଟ ଭାବରେ ବ୍ୟବହାର କରି ଲୋକଙ୍କଠାରୁ ମନ ଇଚ୍ଛା ଅର୍ଥ ନେଉଛନ୍ତି। ଘର କିମ୍ବା ପ୍ଲଟ୍‌‌ ଆଲର୍ଟମେଣ୍ଟ ପାଇଁ ଅତି କମ୍‌‌ରେ ୫୦ ହଜାର ଟଙ୍କା ନିଆଯାଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ମାଲିକାନା ପରିବର୍ତ୍ତନ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି। ବିଡିଏଠାରୁ ଯେଉଁମାନେ ଆବଣ୍ଟନ ସ୍କିମ୍‌‌ରେ ପ୍ଲଟ୍‌‌ କିଣିଥିଲେ ଆବଶ୍ୟକ ସ୍ଥଳେ ସେମାନେ ଏହାକୁ ବିକ୍ରି କରିବାକୁ ଚାହିଁଲେ ବିଡିଏଠାରୁ ଅନୁମତି ନେବାର ନିୟମ ରହିଛି। ଏଥିପାଇଁ ଅର୍ଥ ନ ଦେଲେ ଫାଇଲ୍‌‌ ହଲୁ ନ ଥିବା କିଛି ହିତାଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଅଭିଯୋଗ କରିଛନ୍ତି। ବଡ଼ କଥା ହେଉଛି ଯେ ବିଡିଏ କାର୍ଯ୍ୟାଳୟକୁ ଦୁର୍ନୀତି ମୁକ୍ତ ରଖିବାର ଉତ୍ତର ଦାୟିତ୍ୱ ମୁଣ୍ଡାଇଥିବା ବିଡିଏ ସଚିବ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ନା ଏହି କାର୍ଯ୍ୟ ପାଇଁ ତାଙ୍କର ମଧ୍ୟ ପରୋକ୍ଷ ସମର୍ଥନ ରହିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ବିଡିଏରେ ଚାଲିଥିବା ଏଭଳି ଘଟଣା ସମ୍ପର୍କରେ କିଛି ଲୋକ ମୋ ସରକାର ସେଲ୍‌ଫରେ ଅଭିଯୋଗ କରିଥିବା ନେଇ ମଧ୍ୟ ସୂଚନା ମିଳିଛି। ଯାହା ପରେ ଏହି ବିଭାଗ ମୁଖ୍ୟତଃ ଆଲର୍ଟମେଣ୍ଟ ସେକ୍ସନ ଉପରେ କଡ଼ା ନଜର ରଖାଯାଇଥିବା ନେଇ ସୂଚନା ମିଳିଛି। ଯେ କୌଣସି ସମୟରେ ଏହି କାର୍ଯ୍ୟାଳୟରେ ଗାଦି ମାଡ଼ିବସିଥିବା ଅଧିକାରୀଙ୍କ ଉପରେ ୫-ଟି ଛାଟ ବାଜିପାରେ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ରାଜଧାନୀରେ ଗୃହ କର୍ତ୍ତାଙ୍କର ବିଭିନ୍ନ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଦୀର୍ଘଦିନ ଧର ଲାଗି ରହିଥିବା ସମସ୍ୟା ସମାଧାନ କରିବା ପାଇଁ ସର୍ବକ୍ଷମାରେ ବେଆଇନ୍‌‌ ଘରକୁ ଅନୁମୋଦନ ଦେବା ସହିତ ଲିଜ୍‌‌ ଡିଡ୍‌‌ ପ୍ରଦାନ କରିବା ପାଇଁ ବିଡିଏକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇ ସେବା ଯୋଗାଇ ଦେବା ନିର୍ଦ୍ଦେଶ ଆସିବା ପରେ ବିଡିଏ ଅଧିକାରୀଙ୍କ ପାଇଁ ବିରାଡ଼ି କପାଳକୁ ଶିକା ଛିଡ଼ିବା ସଦୃଶ ହୋଇଛି। କାରଣ ଏହି ସମସ୍ୟାର ସମାଧାନ ପାଇଁ ଲୋକେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ବେଳେ ଲୋକମାନଙ୍କର ବୃହତର ସ୍ୱାର୍ଥ ଏଥିରେ ରହିଛି। ଏହାକୁ ଦୃଷ୍ଟିରେ ଆଲର୍ଟମେଣ୍ଟ ସେକ୍ସନର ଅଧିକାରୀମାନେ ମନ ଇଚ୍ଛା ଟଙ୍କା କମାଉଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଅନ୍ୟପଟେ ବିଡିଏ ସଚିବଙ୍କର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦନ୍ନୋତି ହୋଇ ସାରିଥିଲେ ମଧ୍ୟ ତାଙ୍କର କାହିଁକି ଏଠାରୁ ବଦଳି ହେଉ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେରସ୍ତ କରି ଦେବା ପାଇଁ ବିଡିଏ ବିଜ୍ଞପ୍ତି ଜାରି କରିଛି। କମ୍ପାଉଣ୍ଡ ଫି’ ଫେରସ୍ତ ପାଇଁ ଡିସେମ୍ୱର ୧୦ ସୁଦ୍ଧା ବିଡିଏ ଓ ବିଏମସିରେ ଆବେଦନ କଲେ ପକ୍ଷରୁ କରାଯିବ ୩୧ ତାରିଖ ସୁଦ୍ଧା ସମସ୍ତ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବ ବୋଲି ବିଡିଏ କହିଛି। ଏନେଇ ବିଡିଏ ସଚିବଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ୍‌‌ ଉଠାଇ ନ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର