ମାତିଛନ୍ତି ସାଇବର ଠକ: ମୋବାଇଲ କିମ୍ବା ଲାପଟପରେ ଇନଷ୍ଟଲ କରନ୍ତୁ ନାହିଁ ଏହି ଆପ୍‌, ଲୋକଙ୍କୁ ସତର୍କ କଲା ପୁଲିସ

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଜାମତରା ଗ୍ୟାଙ୍ଗ। ରାଜଧାନୀରେ ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା। ସାଇବର ଠକଙ୍କ ଟାର୍ଗେଟରେ ଅଛି ରାଜଧାନୀ ଭୁବନେଶ୍ୱର । ଗତ ଫେବୃଆରୀ ୧ ରୁ ୧୫ ଡିସେମ୍ବର ଭିତରେ ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି  ମାମଲା ରୁଜୁ ହୋଇଛି  । ୧୩ଅଭିଯୁକ୍ତ ଗିରଫ ହୋଇଥିବା ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ କରାଯାଇଛି । […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଜାମତରା ଗ୍ୟାଙ୍ଗ। ରାଜଧାନୀରେ ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା। ସାଇବର ଠକଙ୍କ ଟାର୍ଗେଟରେ ଅଛି ରାଜଧାନୀ ଭୁବନେଶ୍ୱର । ଗତ ଫେବୃଆରୀ ୧ ରୁ ୧୫ ଡିସେମ୍ବର ଭିତରେ ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି  ମାମଲା ରୁଜୁ ହୋଇଛି  । ୧୩ଅଭିଯୁକ୍ତ ଗିରଫ ହୋଇଥିବା ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ କରାଯାଇଛି । ତେବେ ଗୋଲଡେନ ଆୱାର୍ ରେ(ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ) ହେଲ୍ପ ଲାଇନ ନମ୍ବରକୁ କଲ କରି ଠକେଇର ଶିକାର ହୋଇଥିବା ଲୋକ ୧ କୋଟି ୪୮ ଲକ୍ଷ ୧୧ ହଜାର ୮୭୦ ଟଙ୍କା ଫେରିପାଇଛନ୍ତି।ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଡିସିପି କହିଛନ୍ତି ଯେ ଏନିଡେସ୍କ ଆପ୍ଲିକେସନ ଡାଉନଲୋଡ଼ କଲେ ଅଧିକ ଠକେଇ ହେଉଛି । ଏନେଇ କୌଣସି ମେସେଜ ଆସିଲେ ମଧ୍ୟ ଏହି ଆପ୍‌କୁ ଡାଉନଲୋଡ କରୁନ୍ତି ନାହିଁ। କୌଣସି ବେନାମୀ ୱେବସାଇଟ ମଧ୍ୟ ଖୋଲନ୍ତୁ ନାହିଁ। ଯଦି କୌଣସି ଠକ ଆପଣଙ୍କୁ  ଏନିଡେସ୍କ ଆପ୍ଲିକେସନକୁ ଡାଉନଲୋଡ଼ କରିବାକୁ କହୁଛନ୍ତି ତେବେ କୌଣସି ପରିସ୍ଥିତିରେ ମଧ୍ୟ ଏହା ଡାଉନଲୋଡ଼ ନକରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଅନ୍ୟପଟେ ପୁଲିସ ପକ୍ଷରୁ ଗୃହ ମନ୍ତ୍ରାଳୟର ସାଇବର ସେଫକୁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି ପୁଲିସ  । ତେବେ ସାଇବର ଫ୍ରଡ ନେଇ ଟୋଲ ଫ୍ରି ନମ୍ବରକୁ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ ।ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ  । ପଞ୍ଜାବ , ରାଜସ୍ଥାନ , ଗୁଡ଼ଗାଓ ଓ ବ୍ୟାଙ୍ଗଲୋରରୁ ବି ଆସିଛି  ଅଧିକାଂଶ ଫ୍ରଡ଼ କଲ  । ଏନେଇ ଗୁଗୁଲ ମ୍ୟାପିଂରୁ ସାଇବର ଠକଙ୍କ ଲୋକେସନ ଟ୍ରାକ କରିଛି କମିଶନରେଟ ପୁଲିସ । ଏଥିରୁ ଜଣାପଡିଛି ଯେ   ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ରହିଛି। ଏଣୁ ଜନସାଧାରଣ ସତର୍କ ରୁହନ୍ତୁ। ଠକଙ୍କ କଲ୍‌ ଆସିଲେ କୌଣସି ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ। ସର୍ବଦା ସତର୍କ ଏବଂ ସଚେତନ ରୁହନ୍ତ। ଯଦିବି ଆପଣ ସାଇବର ଠକେଇର ଶିକାର ହେଉଛନ୍ତି ତେବେ ତେବେ ଗୋଲଡେନ ଆୱାର୍ ରେ(ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ) ହେଲ୍ପ ଲାଇନ ନମ୍ବରକୁ କଲ କରି ସମସ୍ତ ତଥ୍ୟ ଦିଅନ୍ତୁ। ଯାହା ଦ୍ବାରା ଠକେଇ ହୋଇଥିବା ଟଙ୍କା ଫେରିପାଇବାର ସମ୍ଭାବନା ରହିଛି ଏବଂ ଠକ ମଧ୍ୟ ଗିରଫ ହୋଇପାରିବେ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

18 Dec 2021 By The Sakala

ମାତିଛନ୍ତି ସାଇବର ଠକ: ମୋବାଇଲ କିମ୍ବା ଲାପଟପରେ ଇନଷ୍ଟଲ କରନ୍ତୁ ନାହିଁ ଏହି ଆପ୍‌, ଲୋକଙ୍କୁ ସତର୍କ କଲା ପୁଲିସ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଜାମତରା ଗ୍ୟାଙ୍ଗ। ରାଜଧାନୀରେ ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା। ସାଇବର ଠକଙ୍କ ଟାର୍ଗେଟରେ ଅଛି ରାଜଧାନୀ ଭୁବନେଶ୍ୱର । ଗତ ଫେବୃଆରୀ ୧ ରୁ ୧୫ ଡିସେମ୍ବର ଭିତରେ ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି  ମାମଲା ରୁଜୁ ହୋଇଛି  । ୧୩ଅଭିଯୁକ୍ତ ଗିରଫ ହୋଇଥିବା ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ କରାଯାଇଛି । ତେବେ ଗୋଲଡେନ ଆୱାର୍ ରେ(ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ) ହେଲ୍ପ ଲାଇନ ନମ୍ବରକୁ କଲ କରି ଠକେଇର ଶିକାର ହୋଇଥିବା ଲୋକ ୧ କୋଟି ୪୮ ଲକ୍ଷ ୧୧ ହଜାର ୮୭୦ ଟଙ୍କା ଫେରିପାଇଛନ୍ତି।ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଡିସିପି କହିଛନ୍ତି ଯେ ଏନିଡେସ୍କ ଆପ୍ଲିକେସନ ଡାଉନଲୋଡ଼ କଲେ ଅଧିକ ଠକେଇ ହେଉଛି । ଏନେଇ କୌଣସି ମେସେଜ ଆସିଲେ ମଧ୍ୟ ଏହି ଆପ୍‌କୁ ଡାଉନଲୋଡ କରୁନ୍ତି ନାହିଁ। କୌଣସି ବେନାମୀ ୱେବସାଇଟ ମଧ୍ୟ ଖୋଲନ୍ତୁ ନାହିଁ। ଯଦି କୌଣସି ଠକ ଆପଣଙ୍କୁ  ଏନିଡେସ୍କ ଆପ୍ଲିକେସନକୁ ଡାଉନଲୋଡ଼ କରିବାକୁ କହୁଛନ୍ତି ତେବେ କୌଣସି ପରିସ୍ଥିତିରେ ମଧ୍ୟ ଏହା ଡାଉନଲୋଡ଼ ନକରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ।

ଅନ୍ୟପଟେ ପୁଲିସ ପକ୍ଷରୁ ଗୃହ ମନ୍ତ୍ରାଳୟର ସାଇବର ସେଫକୁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି ପୁଲିସ  । ତେବେ ସାଇବର ଫ୍ରଡ ନେଇ ଟୋଲ ଫ୍ରି ନମ୍ବରକୁ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ ।ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ  । ପଞ୍ଜାବ , ରାଜସ୍ଥାନ , ଗୁଡ଼ଗାଓ ଓ ବ୍ୟାଙ୍ଗଲୋରରୁ ବି ଆସିଛି  ଅଧିକାଂଶ ଫ୍ରଡ଼ କଲ  । ଏନେଇ ଗୁଗୁଲ ମ୍ୟାପିଂରୁ ସାଇବର ଠକଙ୍କ ଲୋକେସନ ଟ୍ରାକ କରିଛି କମିଶନରେଟ ପୁଲିସ । ଏଥିରୁ ଜଣାପଡିଛି ଯେ   ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ରହିଛି। ଏଣୁ ଜନସାଧାରଣ ସତର୍କ ରୁହନ୍ତୁ। ଠକଙ୍କ କଲ୍‌ ଆସିଲେ କୌଣସି ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ। ସର୍ବଦା ସତର୍କ ଏବଂ ସଚେତନ ରୁହନ୍ତ। ଯଦିବି ଆପଣ ସାଇବର ଠକେଇର ଶିକାର ହେଉଛନ୍ତି ତେବେ ତେବେ ଗୋଲଡେନ ଆୱାର୍ ରେ(ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ) ହେଲ୍ପ ଲାଇନ ନମ୍ବରକୁ କଲ କରି ସମସ୍ତ ତଥ୍ୟ ଦିଅନ୍ତୁ। ଯାହା ଦ୍ବାରା ଠକେଇ ହୋଇଥିବା ଟଙ୍କା ଫେରିପାଇବାର ସମ୍ଭାବନା ରହିଛି ଏବଂ ଠକ ମଧ୍ୟ ଗିରଫ ହୋଇପାରିବେ।

https://www.thesakala.in/latest-odisha-news/dont-install-this-app-on-mobile-or-laptop-police-warn-people/article-7698
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର