ଦୀପିକା-ଦିନେଶଙ୍କ ପାରିବାରିକ ମାମଲା: ଆସିଲା DNA ରିପୋର୍ଟ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟସ ହେଉଛନ୍ତି ଦିନେଶ ଓ ଦୀପିକା

The Sakala Picture
Published On

ବ୍ରହ୍ମପୁର: ଆସିଲା ଦୀପିକା ଓ ଦିନେଶଙ୍କ ଡିଏନଏ ରିପୋର୍ଟ । ରିପୋର୍ଟରେ ସ୍ପଷ୍ଟ ଲେଖା ଅଛି ଯେ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ହେଉଛନ୍ତି ଦିନେଶ ଓ ଦୀପିକା। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ ଲ୍ୟାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିଲା । ୨୦୨୧ରେ ହୋଇଥିବା ମାମଲା ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ […]

ବ୍ରହ୍ମପୁର: ଆସିଲା ଦୀପିକା ଓ ଦିନେଶଙ୍କ ଡିଏନଏ ରିପୋର୍ଟ । ରିପୋର୍ଟରେ ସ୍ପଷ୍ଟ ଲେଖା ଅଛି ଯେ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ହେଉଛନ୍ତି ଦିନେଶ ଓ ଦୀପିକା। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ ଲ୍ୟାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିଲା । ୨୦୨୧ରେ ହୋଇଥିବା ମାମଲା ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସଡିଜେଏମ, ବ୍ରହ୍ମପୁର ଏସପି ଓ ଟାଉନ ଥାନାକୁ ଏହି ରିପୋର୍ଟ ପ୍ରଦାନ କରିଥିଲା ଏସଏଫଏସଏଲ । ଏପର୍ୟ୍ୟନ୍ତ ଏହି ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା । ତେବେ କୋର୍ଟର ଆବଶ୍ୟକତା ଓ ତାଙ୍କ ଓକିଲର ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସପି ଶ୍ରବଣ ଏମ୍ ।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ନିଖୋଜ ଓଡ଼ିଆ ନାବିକ ସାର୍ଥକ: ୫ ଦିନ ପରେ ବି ମିଳିଲାନି ପତ୍ତା, କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଖବର ଅନୁଯାୟୀ, ସ୍ତ୍ରୀର ହକ୍‌ ସହ ଛୁଆକୁ ବାପାର ପରିଚୟ ଦେବା ପାଇଁ ଦୀର୍ଘ ଦିନ ଧରି ବଡବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିଲେ ଦୀପିକା ।

ଆହୁରି ପଢ଼ନ୍ତୁ: ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ'ଣ ଆନ୍ତରିକତା ?: ନବୀନ ପଟ୍ଟନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp