ରାଉରକେଲାରେ ଝାଡାବାନ୍ତି ଆତଙ୍କ ଘଟଣା: ‘ସ୍ଥିତି ନିୟନ୍ତ୍ରଣାଧୀନ, କମୁଛି ଆକ୍ରାନ୍ତଙ୍କ ସଂଖ୍ୟା’

The Sakala Picture
Published On

ରାଉରକେଲା ସହରରେ ଝାଡାବାନ୍ତି ନିୟନ୍ତ୍ରଣାଧୀନ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅଧିକାଂଶ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରୁଛନ୍ତି। ଝାଡାବାନ୍ତିର କାରଣ ଅନୁଧ୍ୟାନ ଜାରି ରହିଛି । ଗତକାଲି ବିଭିନ୍ନ ସ୍ଥାନରୁ ୫ଶହରୁ ଅଧିକ ଜଳ ନମୁନା ପରୀକ୍ଷା କରାଯାଇଥିଲା। ଜଳ ନମୁନା ପରୀକ୍ଷା ପରେ ଜଳ ଠିକ ରହିଛି। ରାଉରକେଲା ମହାନଗର ନିଗମରେ ଟୋଲ ଫ୍ରି ନମ୍ଵର କାର୍ଯ୍ୟ କରୁଛି। ଆରୋଗ୍ୟ ସମିତି, ଆଶାକର୍ମୀ, ହେଲଥ ୱାର୍କର, ଅଙ୍ଗନବାଡ଼ି, ଜଳସାଥୀ ସହରରେ ଜନ ସଚେତନତା […]

ରାଉରକେଲା ସହରରେ ଝାଡାବାନ୍ତି ନିୟନ୍ତ୍ରଣାଧୀନ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅଧିକାଂଶ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରୁଛନ୍ତି। ଝାଡାବାନ୍ତିର କାରଣ ଅନୁଧ୍ୟାନ ଜାରି ରହିଛି । ଗତକାଲି ବିଭିନ୍ନ ସ୍ଥାନରୁ ୫ଶହରୁ ଅଧିକ ଜଳ ନମୁନା ପରୀକ୍ଷା କରାଯାଇଥିଲା। ଜଳ ନମୁନା ପରୀକ୍ଷା ପରେ ଜଳ ଠିକ ରହିଛି। ରାଉରକେଲା ମହାନଗର ନିଗମରେ ଟୋଲ ଫ୍ରି ନମ୍ଵର କାର୍ଯ୍ୟ କରୁଛି। ଆରୋଗ୍ୟ ସମିତି, ଆଶାକର୍ମୀ, ହେଲଥ ୱାର୍କର, ଅଙ୍ଗନବାଡ଼ି, ଜଳସାଥୀ ସହରରେ ଜନ ସଚେତନତା ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିଲେ ୬ ରାଜ୍ୟର ରାଜ୍ୟପାଳ: ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ

ଖବର ଅନୁଯାୟୀ,  ରାଉରକେଲା ସହରର ୧୦ ଟି ପ୍ରାଥମିକ ଚିକିତ୍ସାଳୟ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି। SCB ଟିମ ଓ RMRC ର ଦୁଇଜଣ ସାଇଣ୍ଟିଷ୍ଟ ଟିମ ଅନୁଧ୍ୟାନ ଜାରି ରଖିଛନ୍ତି। କାରଣ ଜାଣିବା ପାଇଁ ମାଇକ୍ରୋ ବାଇଲୋଜୀ ସାମ୍ପୁଲ ସହିତ ସମସ୍ତ ପ୍ରକାର ସାମ୍ପୁଲ ସଂଗ୍ରହ କରିଛନ୍ତି। ପରୀକ୍ଷା ପାଇଁ ଆଜି ଭୁବନେଶ୍ଵର ପଠାଯିବ। କିଛି ଆକ୍ରାନ୍ତଙ୍କ କଲେରା ରିପୋର୍ଟ ଆସିଥିବାରୁ ଏହାର ଅଧିକ ଅନୁସନ୍ଧାନ ଜାରି ରହିଛି।

ଆହୁରି ପଢ଼ନ୍ତୁ: କ୍ୟାମ୍ପସରେ ଉତ୍ତେଜନା: ରାଜ୍ୟର ଆଉ ୩ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଉରକେଲା ସରକାରୀ ଡାକ୍ତରଖାନାରେ ଅନୁଷ୍ଠିତ ହେଉଛି ବୈଠକ। ରାଉରକେଲା ମହାନଗର ନିଗମ କମିଶନର, ସୁନ୍ଦରଗଡ଼ ସିଡିଏମଓ, ରାଉରକେଲା ସରକାରୀ ଡାକ୍ତରଖାନାର ଵରିଷ୍ଠ ଅଧିକାରୀ, SCB ଟିମ ଓ RMRCର ସାଇଣ୍ଟିଷ୍ଟ ଉପସ୍ଥିତ ଅଛନ୍ତି। ରାଉରକେଲା ସହରର ସମସ୍ତ ପାଣିଟାଙ୍କି ସଫା କରାଯିବା ସହ ପାଇପ ଲିକେଜର ମରାମତି କରାଯାଉଛି। ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ରଙ୍କ ସୂଚନା।

ଆହୁରି ପଢ଼ନ୍ତୁ: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲା ଆନ୍ଧ୍ର, ନିଦା ବିଷ୍ଣୁ ସାଜିଛନ୍ତି ଓଡିଶା ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର