ପାଳିତ ମା’ର ଡାକ ଶୁଣି ଫେରି ଆସିଲା ଧୁଡୁ

The Sakala Picture
Published On

ତେଲକୋଇ: ମଣିଷ ଓ ପଶୁର ଅନାବିଳ ସ୍ନେହ ଆଗରେ ହାର ମାନିଛି ବନ୍ୟପ୍ରାଣୀ ଆଇନ୍। ମୋ ଡାକ ଶୁଣିଲେ ପୁଣି ଫେରି ଆସିବ ବିଶ୍ବାସ ଆଜି ସତ ହୋଇଛି। କୁନ୍ତଳାଙ୍କ କୋଳକୁ ଫେରିଛି ଜଙ୍ଗଲି ବାରହା ଧୁଡୁ (ଜନ୍ତୁ ର ନାଁ) । ସପ୍ତାହେ ହେଲା ବନ କର୍ମଚାରୀ ଜଙ୍ଗଲି ବାରହା ଧୁଡୁକୁ ନେଇ ଜଙ୍ଗଲରେ ଛାଡ଼ିଥିଲେ। ମଣିଷ ପାଖରୁ ପଶୁ ଟିକୁ ବିଛେଦ ପରେ ଜଙ୍ଗଲ ମଧ୍ୟରେ ଥିବା ନିଜ ପାଳିତ ପଶୁ ଧୁଡୁକୁ  ପାଗଳିଙ୍କ ପରି […]

ତେଲକୋଇ: ମଣିଷ ଓ ପଶୁର ଅନାବିଳ ସ୍ନେହ ଆଗରେ ହାର ମାନିଛି ବନ୍ୟପ୍ରାଣୀ ଆଇନ୍। ମୋ ଡାକ ଶୁଣିଲେ ପୁଣି ଫେରି ଆସିବ ବିଶ୍ବାସ ଆଜି ସତ ହୋଇଛି। କୁନ୍ତଳାଙ୍କ କୋଳକୁ ଫେରିଛି ଜଙ୍ଗଲି ବାରହା ଧୁଡୁ (ଜନ୍ତୁ ର ନାଁ) । ସପ୍ତାହେ ହେଲା ବନ କର୍ମଚାରୀ ଜଙ୍ଗଲି ବାରହା ଧୁଡୁକୁ ନେଇ ଜଙ୍ଗଲରେ ଛାଡ଼ିଥିଲେ। ମଣିଷ ପାଖରୁ ପଶୁ ଟିକୁ ବିଛେଦ ପରେ ଜଙ୍ଗଲ ମଧ୍ୟରେ ଥିବା ନିଜ ପାଳିତ ପଶୁ ଧୁଡୁକୁ  ପାଗଳିଙ୍କ ପରି ଖୋଜୁଥିଲେ କୁନ୍ତଳା୧୦ ମାସ ହେଲା ନିଜ ପାଖରେ ରଖି କୋଳେଇ କାଖେଇ ବଡ଼ କରିଥିବା ଧୁଡୁ ଶେଷରେ କୁନ୍ତଳାଙ୍କ କୋଳକୁ ଫେରିଛି । ଧୁଡୁକୁ ପାଇ କୁନ୍ତଳାଙ୍କ ଖୁସି କହିଲେ ନ ସରେ। ଜଙ୍ଗଲରେ ଦୁଢୁ ବୁଲୁଥିବା ନେଇ ଆଜି ଗ୍ରାମବାସୀଙ୍କଠାରୁ ଖବର ପାଇ କୁନ୍ତଳା ପେଣ୍ଠେଇ ଓ ତାଙ୍କ ଝିଅ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ ଧୁଡ଼ୁକୁ ଉଦ୍ଧାର କରି ଘରକୁ ଆଣିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ସୂଚନାଅନୁସାରେ,  ୨ ବର୍ଷ ପୂର୍ବରୁ ଜଙ୍ଗଲକୁ ପୁରୁଷୋତ୍ତମପୁର ଗ୍ରାମର ମହିଳା କୁନ୍ତଳା କୁମାରୀ ପେଣ୍ଠେଇ ଜାଳେଣୀ କାଠ ଆଣିବା ପାଇଁ ଯାଇଥିଲା । ଜଙ୍ଗଲ ମଧ୍ୟରେ ଏକ ବାରହା ଶାବକ ଏକା ଏକା ତା ମା କୁ ଖୋଜୁଥିଲା ହେଲେ ମହିଳା ଜଣଙ୍କ ତାକୁ ଉଦ୍ଧାର କରି ନିଜ ଘରକୁ ଆଣି ଛୁଆ ଭଳି ସ୍ନେହ ଦେଇ ପାଖରେ ରଖିଥିଲେ । ଶିଶୁ ଶାବକ ମାଆର ସ୍ନେହ ପାଇ ତାଙ୍କରି ଘରେ ରହିବା ପରେ ଏବେ ବଡ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ତେବେ ଜଙ୍ଗଲ ଜନ୍ତୁ ରଖିବା ଅପରାଧ ଏବଂ ଲୋକ ମାନଙ୍କ ଅଭିଯୋଗ କ୍ରମେ ବନବିଭାଗ ଜନ୍ତୁଙ୍କୁ ଉଦ୍ଧାର କରିବା ସହିତ ମହିଳାଙ୍କୁ ଗତ ମଙ୍ଗଳବାର ତେଲକୋଇ ମୂଖ୍ୟାଳୟକୁ ଆଣିଥିଲେ । ମହିଳାଙ୍କୁ ଜଙ୍ଗଲ ଆକ୍ଟ ବିଷୟରେ ବୁଝାଇବା ସହିତ ବାରାହାଟିକୁ ତେଲକୋଇ ନିକଟସ୍ଥ କମଳାଙ୍ଗ ଜଙ୍ଗଲ ରେ ଛାଡିଦେଇଥିଲେ । ହେଲେ ମହିଳାଙ୍କ ସ୍ନେହର ଜନ୍ତୁ ପାଇଁ ପ୍ରତିଦିନ ଭାତ ଧରି ଜଙ୍ଗଲ ରେ ବୁଲିବା ସହିତ ତା ଧୁଡୁ (ଜନ୍ତୁ ର ନାଁ ) ବୋଲି ଜଙ୍ଗଲ ମଧ୍ୟରେ ପାଗଳିଙ୍କ ଭଳି ଡାକ ଛାଡିବା ଆରମ୍ଭ କରିଥିଲେ । ମହିଳାଙ୍କ ବିଶ୍ଵାସ ସେ ଭୋକରେ ଥିବ । ମୋ ଡାକ ଶୁଣିଲେ ପୁଣି ଫେରି ଆସିବ ଏବଂ ମୁଁ ଘରକୁ ନେଇ ଯତ୍ନ କରିବି । ବନାଂଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଜଙ୍ଗଲ ଜନ୍ତୁ ଘରେ ପାଳିବା ଅନୁଚିତ । ଜଙ୍ଗଲ ଆକ୍ଟ ଅନୁଯାୟୀ ତାଙ୍କୁ ଜଙ୍ଗଲରେ ଛାଡି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର