ଜେଲ ପାଚେରୀ ଡେଇଁ କଏଦୀ ଚମ୍ପଟ

The Sakala Picture
Published On

ହିନ୍ଦୋଳ: ହିନ୍ଦୋଳ ଜେଲ ମଧ୍ୟରୁ ଆଜି ଜଣେ ବିଚାରାଧୀନ କଏଦୀ ପାଚେରୀ ଡେଇଁ ଚମ୍ପଟ ମାରିଛି । ଖବର ଜଣା ପଡିବା ପରେ ଜେଲ କର୍ତ୍ତୃପକ୍ଷ ହିନ୍ଦୋଳ ଥାନାକୁ ଖବର ଦେଇଥିଲେ। ଏହାପରେ ଉଭୟ ପୁଲିସ ଓ ଜେଲ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା। ମାତ୍ର ଆସାମୀଙ୍କୁ ଧରି ପରି ନ ଥିଲେ। ସୂଚନା ଯୋଗ୍ୟ ଯେ, ରାସୋଳ ଥାନା ଦଣ୍ଡିରୀ ଗ୍ରାମରେ ଗତ ୨୫ ତାରିଖରେ ଜନ୍ତୁ ମାଂସ ଭାଗ ବଣ୍ଟନକୁ ନେଇ ବୁଲୁ ବେହେରା […]

ହିନ୍ଦୋଳ: ହିନ୍ଦୋଳ ଜେଲ ମଧ୍ୟରୁ ଆଜି ଜଣେ ବିଚାରାଧୀନ କଏଦୀ ପାଚେରୀ ଡେଇଁ ଚମ୍ପଟ ମାରିଛି । ଖବର ଜଣା ପଡିବା ପରେ ଜେଲ କର୍ତ୍ତୃପକ୍ଷ ହିନ୍ଦୋଳ ଥାନାକୁ ଖବର ଦେଇଥିଲେ। ଏହାପରେ ଉଭୟ ପୁଲିସ ଓ ଜେଲ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା। ମାତ୍ର ଆସାମୀଙ୍କୁ ଧରି ପରି ନ ଥିଲେ।

ସୂଚନା ଯୋଗ୍ୟ ଯେ, ରାସୋଳ ଥାନା ଦଣ୍ଡିରୀ ଗ୍ରାମରେ ଗତ ୨୫ ତାରିଖରେ ଜନ୍ତୁ ମାଂସ ଭାଗ ବଣ୍ଟନକୁ ନେଇ ବୁଲୁ ବେହେରା ଓ ବିରଞ୍ଚି ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିରଞ୍ଚି ଏକ ଧାରୁଆ ଅସ୍ତ୍ରରେ ଭୁଲୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ବୁଲୁଙ୍କର ମୃତ୍ୟୁ ହୋଇ ଯାଇଥିଲା । ଉକ୍ତ ଘଟଣାରେ ପୁଲିସ କେସ ନଂ ୯୦/ ୨୦୨୧ରେ ଏକ ହତ୍ୟା ମାମଲା ରୁଜୁ କରି ବିରଞ୍ଚିଙ୍କୁ ଗିରଫ କରି ୨୬ ତାରିଖରେ କୋର୍ଟକୁ ପଠାଇ ଦେଇଥିଲେ। କୋର୍ଟରେ ବିରଞ୍ଚିଙ୍କ ଜାମିନ ନାକଚ ହୋଇ ଯିବାରୁ ତାଙ୍କୁ ହିନ୍ଦୋଳ ଜେଲକୁ ପଠାଇ ଦିଆ ଯାଇଥିଲା। ସେହି ଦିନ ଠାରୁ ବିରଞ୍ଚି ଜେଲରେ ଥିଲେ। ମାତ୍ର ଆଜି ସକାଳେ ବିରଞ୍ଚି ଏକ ବାଉଁଶ ସାହାଯ୍ୟରେ ଜେଲର ସୁଉଚ ପାଚେରୀ ଡେଇଁ ଫେରାର ହୋଇ ଯାଇଥିବା ପ୍ରକାଶ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର