କାମାକ୍ଷାନଗର ସୋଗର ଗ୍ରାମର ଅଲୌକିକ ଝରଣ କୂଅ, ଯେତେ ପାଣି ନେଲେ ମଧ୍ୟ ସରେନହିଁ…

The Sakala Picture
Published On

କାମାକ୍ଷାନଗର(ରିତେଶ ବ୍ରହ୍ମା): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଜଳକଷ୍ଟ ଦେଖିବାକୁ ମିଳୁଥିବା ବେଳେ ଢେଙ୍କାନାଳ ଜିଲ୍ଳାର କାମାକ୍ଷାନଗର ସୋଗର ଗ୍ରାମର ୮ ଫୁଟିଆ ଝରଣ କୂଅ ଗାଁ ଲୋକଙ୍କ ପାଇଁ ପାଲଟିଛି ବରଦାନ। ଏହି କୂଅରୁ ଯେତେ ପାଣି ନେଲେ ସରେନହିଁ। ଏହି ଅଲୌକିକ କୂଅର ବିରାଟ ଇତିହାସ ବିଷୟରେ ଜାଣିବା ଅସମ୍ଭବ। ଆଜି ପର୍ଯ୍ୟନ୍ତ ଏହି କୂଅ ଭିତରେ ପଥର ଖଣ୍ଡ, ବଡ଼ବଡ଼ କାଠ ଗଣ୍ଡି ସହ ଅନେକ ଜିନିଷ ରହିଛି। ପ୍ରତ୍ନତାତ୍ୱିକ ସଂସ୍ଥା […]

କାମାକ୍ଷାନଗର(ରିତେଶ ବ୍ରହ୍ମା): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଜଳକଷ୍ଟ ଦେଖିବାକୁ ମିଳୁଥିବା ବେଳେ ଢେଙ୍କାନାଳ ଜିଲ୍ଳାର କାମାକ୍ଷାନଗର ସୋଗର ଗ୍ରାମର ୮ ଫୁଟିଆ ଝରଣ କୂଅ ଗାଁ ଲୋକଙ୍କ ପାଇଁ ପାଲଟିଛି ବରଦାନ। ଏହି କୂଅରୁ ଯେତେ ପାଣି ନେଲେ ସରେନହିଁ। ଏହି ଅଲୌକିକ କୂଅର ବିରାଟ ଇତିହାସ ବିଷୟରେ ଜାଣିବା ଅସମ୍ଭବ। ଆଜି ପର୍ଯ୍ୟନ୍ତ ଏହି କୂଅ ଭିତରେ ପଥର ଖଣ୍ଡ, ବଡ଼ବଡ଼ କାଠ ଗଣ୍ଡି ସହ ଅନେକ ଜିନିଷ ରହିଛି। ପ୍ରତ୍ନତାତ୍ୱିକ ସଂସ୍ଥା ଦ୍ୱାରା ଏହାର ସର୍ବେକ୍ଷଣ କରାଯିବା ସହ ଏହାର ଇତିହାସ ବିଷୟରେ ତର୍ଜମା କରାଗଲେ ଅନେକ କଥା ସାମ୍ନାକୁ ଆସି ପାରିବ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଢ଼େଙ୍କାନାଳ ଜିଲ୍ଳାର କାମାକ୍ଷାନଗର-ଢେଙ୍କାନାଳ ରାସ୍ତାରେ ଶାଳୁଆ ଛକ। ସେହି ଛକରୁ ବାମ ପାର୍ଶ୍ୱରେ ଚାରି କିଲୋମିଟର ଗଲେ ପଡ଼ିଥାଏ ସୋଗର ଗ୍ରାମ। ପ୍ରାୟ ୭ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ନେଇ ଗଠିତ ହୋଇଥିବା ଏହି ଗାଁରେ ଏବେ ଚର୍ଚ୍ଚାର କାରଣ ପାଲଟିଛି ଏକ ୮ଫୁଟର ଝରଣ କୂଅ। ଏହି କୂଅର ଝର ଏତେ ପ୍ରଖର ଯେ ଆଜିକୁ ୧୫୦ ବର୍ଷ ଧରି କୂଅ ଶୁଖିବା ତ ଦୂରର କଥା ମାତ୍ର ଚାରି ହାତରେ ରହୁଛି ପାଣି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଜଳକଷ୍ଟ ଦେଖିବାକୁ ମିଳୁଥିବା ବେଳେ ଏହି ୮ ଫୁଟିଆ ଝରଣ କୂଅ ସୋଗର ଗାଁ ପାଇଁ ପାଲଟିଛି ବରଦାନ। ପାହାଡ ତଳେ ପଥୁରିଆ ଜାଗାରେ ଥିବା ଏହି ଛୋଟିଆ କୂଅଟି ଲୋକଙ୍କ ଜଳକଷ୍ଟ ଦୂର କରିବା ସହ ତାହାର ଇତିହାସକୁ ନେଇ ଆମ ରାଜ୍ୟର ସମୃଦ୍ଧ ମହିମାଧର୍ମକୁ କରିଛି ଉଜ୍ଜୀବିତ। ଏହି ୮ ଫୁଟିଆ ଝରଣ କୂଅ ନିର୍ମାଣ ପଛରେ ରହିଛି ଅନେକ ଲୋକକଥା ଯାହା ସେତେବେଳର ମହିମାଧର୍ମକୁ ନେଇ ଜଡିତ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଆଜିକୁ ୧୫୦ ବର୍ଷ ପୂର୍ବେ ମହିମା ଧର୍ମର ପ୍ରଚାର, ପ୍ରସାର ପାଇଁ ସ୍ୱାମୀ ଗୋସାଇଁ ଗାଁକୁ ଗାଁ ବୁଲି ଲୋକଙ୍କୁ ମହିମା ଧର୍ମ ବିଷୟରେ ଅବଗତ କରାଉଥିଲେ। ସେତେବେଳେ କାମାକ୍ଷାନଗର ଅଞ୍ଚଳ ମହିମାଧର୍ମ ପ୍ରଚାରର ଉତ୍କୃଷ୍ଟ ସ୍ଥାନ ଥିବା ଇତିହାସରୁ ଜଣାଯାଏ। କାମାକ୍ଷାନଗର, ଜକା, ସୋଗର ମହିମା ଟୁଙ୍ଗି, ଯୋରନ୍ଦା ଇତ୍ୟାଦି ସ୍ଥାନରେ ସେତେବେଳେ ମହିମା ଗୋସାଇଁ ଟୁଙ୍ଗି ସ୍ଥାପନା କରି ଧର୍ମ ପ୍ରଚାର କରୁଥିଲେ। ସେତେବେଳେ ସୋଗର ଗାଁକୁ ସ୍ୱାମୀ ଗୋସାଇଁ ମହିମା ଧର୍ମ ପ୍ରଚାର କରିବାକୁ ଯାଇଥିଲା ବେଳେ ଗ୍ରାମରେ ଭୀଷଣ ଜଳକଷ୍ଟ ଥିବା ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ପାଇଥିଲେ। ଏହାର ସମାଧାନ ନିମନ୍ତେ ସ୍ୱାମୀ ଗୋସାଇଁ ନିଜ ଦୈବୀଶକ୍ତି ବଳରେ ଗାଁର ଶେଷମୁଣ୍ଡରେ ଏକ ପାହାଡ଼ ତଳେ ନିଜର ବେତ ବାଡ଼ି ସାହାଯ୍ୟରେ ଜାଗା ଚିହ୍ନଟ କରିଥିଲେ ଓ ଏହି ସ୍ଥାନରେ କୂଅ ଖୋଳାଇବା ପାଇଁ ଗ୍ରାମବାସୀଙ୍କୁ କହିଲେ। ମାତ୍ର ୮ଫୁଟ ଖୋଳାଇବା ପରେ ଏଠାରୁ ଏକ ବିରାଟ ପଥର ବାହାରିବା ନେଇ କହିଥିଲେ। ସେହି ପଥରକୁ ଖୋଲିବା ପରେ ସେହି ସ୍ଥାନରୁ ଏକ ଏମିତି ଝର ସୃଷ୍ଟି ହେବ ଯାହା କେବେ ଶୁଖିବନାହିଁ ଓ ସମସ୍ତ ଗ୍ରାମବାସୀଙ୍କ ଜଳକଷ୍ଟ ଦୂର କରିବା ନେଇ ଜଣାଇଥିଲେ। ପରେ ସ୍ୱାମୀ ଗୋସାଇଁଙ୍କ ନିର୍ଦ୍ଦେଶରେ ଗ୍ରାମବାସୀ ସେଠାରେ କୂଅ ଖୋଳି ଥିଲେ। ଆଜି ପର୍ଯ୍ୟନ୍ତ ଯେତେ ହାଇପାୱାର ମୋଟର ଲଗାଇ କୂଅର ପାଣିକୁ ନିଷ୍କାସନ କରି ଶୁଖାଇଲେ ସୁଦ୍ଧା ମାତ୍ର କେଇ ମିନିଟ ମଧ୍ୟରେ ପୁଣି କୂଅରେ ପାଣି ଦେଖାଯାଏ। ଆଜିର ଡିଜିଟାଲ ଯୁଗରେ ଏହି ୮ ଫୁଟର କୂଅ ଓ ଏହାର ଇତିହାସ ଏବେ ବି ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରୁଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର