ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି, ୨୫ରୁ ଉର୍ଦ୍ଧ୍ୱ ଆହତ

The Sakala Picture
Published On

କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି ମିନି ଟ୍ରକ । ୨୫ରୁ ଉର୍ଦ୍ଧ୍ୱ କୀର୍ତ୍ତନ ମଣ୍ଡଳୀ ସଦସ୍ୟ ଗୁରୁତର । ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ କାମାକ୍ଷାନଗର ଥାନା ଆଳତୁମା ଗ୍ରାମର ଏକ କୀର୍ତ୍ତନମଣ୍ଡଳୀ ଦଳ ଅଷ୍ଟପ୍ରହରୀ ନାମଯଂଜ୍ଞ ରେ ଭାଗନେବା ପାଇଁ କୋଟଗରା ଯାଇଥିଲେ । ସେଠାରୁ ଅଷ୍ଟପ୍ରହରୀ ସରିଲା ପରେ ଆଜି ଭୋରୁ କାମାକ୍ଷାନଗର ଫେରୁଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ବ୍ରିଜ ନିକଟରେ ଟାଟା […]

କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି ମିନି ଟ୍ରକ । ୨୫ରୁ ଉର୍ଦ୍ଧ୍ୱ କୀର୍ତ୍ତନ ମଣ୍ଡଳୀ ସଦସ୍ୟ ଗୁରୁତର । ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ କାମାକ୍ଷାନଗର ଥାନା ଆଳତୁମା ଗ୍ରାମର ଏକ କୀର୍ତ୍ତନମଣ୍ଡଳୀ ଦଳ ଅଷ୍ଟପ୍ରହରୀ ନାମଯଂଜ୍ଞ ରେ ଭାଗନେବା ପାଇଁ କୋଟଗରା ଯାଇଥିଲେ । ସେଠାରୁ ଅଷ୍ଟପ୍ରହରୀ ସରିଲା ପରେ ଆଜି ଭୋରୁ କାମାକ୍ଷାନଗର ଫେରୁଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ବ୍ରିଜ ନିକଟରେ ଟାଟା ଏସି ମିନି ଟ୍ରକ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହା ଫଳରେ ସେଥିରେ ଥିବା ପ୍ରାୟ କୋଡିଏ ରୁ ତିରିଶ ଜଣ କୀର୍ତ୍ତନ ମଣ୍ଡଳୀର ସଦସ୍ୟ ଗୁରୁତର ହୋଇଛନ୍ତି । ଆମ୍ବୁଲାନ୍ସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଉଛି l ଅଧିକ ଆଘାତ ହୋଇଥିବା ରୋଗୀମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଗୁରୁତର ଆହତଙ୍କ ଘର କାମାକ୍ଷାନଗର ଥାନା ଆଲତୁମା ଗ୍ରାମରେ ହୋଇଥିବା ଜଣା ପଡିଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର