୧୦୮ ଆମ୍ବୁଲାନ୍ସ ଓ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ,୨ ଚାଳକ ଆହତ

The Sakala Picture
Published On

ଢେଙ୍କାନାଳ : କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡି ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ନାମ ମଙ୍ଗରାଜ ପ୍ରଧାନ ବୋଲି ଜଣାପଡିଛି । ତେବେ ଟାଟା ଏସି ଗାଡି ଚାଳକ ଜଣଙ୍କ କାମାକ୍ଷାନଗରର କବାଡି ଦୋକାନୀ ଏମଡି […]

ଢେଙ୍କାନାଳ : କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡି ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ନାମ ମଙ୍ଗରାଜ ପ୍ରଧାନ ବୋଲି ଜଣାପଡିଛି । ତେବେ ଟାଟା ଏସି ଗାଡି ଚାଳକ ଜଣଙ୍କ କାମାକ୍ଷାନଗରର କବାଡି ଦୋକାନୀ ଏମଡି ମୁକ୍ତାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୧୦୮ ଆମ୍ବୁଲାନ୍ସଟି କାମାକ୍ଷାନଗରରୁ ଏକ ରୋଗୀକୁ ଧରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ବେଳେ ମହୁଲି ଛକ ନିକଟରେ ଢେଙ୍କାନାଳ ଆଡୁ କାମାକ୍ଷାନଗର ଯାଉଥିବା ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇ ଗାଡିର ଚାଳକ ଆହତ ହୋଇଥିଲେ । ଏପରିକି ରୋଗୀ ଜଣଙ୍କ ମଧ୍ୟ ଆହତ ହୋଇଥିବା ଆମ୍ବୁଲାନ୍ସ ଡ୍ରାଇଭର ପ୍ରକାଶ କରିଛନ୍ତି । ମାତ୍ର ଆମ୍ବୁଲାନ୍ସରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବହୁତ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଗାଡିରେ ଢେଙ୍କାନାଳ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

06 Aug 2022 By The Sakala

୧୦୮ ଆମ୍ବୁଲାନ୍ସ ଓ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ,୨ ଚାଳକ ଆହତ

ଢେଙ୍କାନାଳ : କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡି ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ନାମ ମଙ୍ଗରାଜ ପ୍ରଧାନ ବୋଲି ଜଣାପଡିଛି । ତେବେ ଟାଟା ଏସି ଗାଡି ଚାଳକ ଜଣଙ୍କ କାମାକ୍ଷାନଗରର କବାଡି ଦୋକାନୀ ଏମଡି ମୁକ୍ତାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୧୦୮ ଆମ୍ବୁଲାନ୍ସଟି କାମାକ୍ଷାନଗରରୁ ଏକ ରୋଗୀକୁ ଧରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ବେଳେ ମହୁଲି ଛକ ନିକଟରେ ଢେଙ୍କାନାଳ ଆଡୁ କାମାକ୍ଷାନଗର ଯାଉଥିବା ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇ ଗାଡିର ଚାଳକ ଆହତ ହୋଇଥିଲେ । ଏପରିକି ରୋଗୀ ଜଣଙ୍କ ମଧ୍ୟ ଆହତ ହୋଇଥିବା ଆମ୍ବୁଲାନ୍ସ ଡ୍ରାଇଭର ପ୍ରକାଶ କରିଛନ୍ତି । ମାତ୍ର ଆମ୍ବୁଲାନ୍ସରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବହୁତ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଗାଡିରେ ଢେଙ୍କାନାଳ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

https://www.thesakala.in/latest-odisha-news/dhenkanal/108-ambulance-and-tata-ac-vehicle-collide-2-passengers-injured/article-13909
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର