ବାଘବସା ଗାଁରେ ନବ ବଧୂକୁ ହତ୍ୟା

The Sakala Picture
Published On

କଙ୍କଡାହାଡ଼: ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣି ପଞ୍ଚାୟତ ବାଘବସା ଗ୍ରାମରେ ପ୍ରେମ ବିବାହ କରିଥିବା ନବ ବଧୂକୁ ହତ୍ୟା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗ କରିଛନ୍ତି ନବ ବଧୂଙ୍କ ପିତା । ମୃତକ ଜଣକ ହେଲେ ଝିଲି ତାଣ୍ଡି (୨୦ବର୍ଷ) ତାଙ୍କର ଘର ବଲାଙ୍ଗୀର ଜିଲ୍ଲାର କଣ୍ଟାଇପାଲି ଥାନା ଲୁଇସିଙ୍ଗା ଗାଁରେ । ତାଙ୍କର ସ୍ବାମୀଙ୍କ ନାମ ନରେନ୍ଦ୍ର ପଧାନ। ସେ ୨୦୧୯ ମସିହାରେ ଭଲପାଇ ବିବାହ କରିଥିଲେ। ସୂଚନା ଅନୁଯାୟୀ, ତାଙ୍କର ସ୍ବାମୀ […]

କଙ୍କଡାହାଡ଼: ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣି ପଞ୍ଚାୟତ ବାଘବସା ଗ୍ରାମରେ ପ୍ରେମ ବିବାହ କରିଥିବା ନବ ବଧୂକୁ ହତ୍ୟା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗ କରିଛନ୍ତି ନବ ବଧୂଙ୍କ ପିତା । ମୃତକ ଜଣକ ହେଲେ ଝିଲି ତାଣ୍ଡି (୨୦ବର୍ଷ) ତାଙ୍କର ଘର ବଲାଙ୍ଗୀର ଜିଲ୍ଲାର କଣ୍ଟାଇପାଲି ଥାନା ଲୁଇସିଙ୍ଗା ଗାଁରେ । ତାଙ୍କର ସ୍ବାମୀଙ୍କ ନାମ ନରେନ୍ଦ୍ର ପଧାନ। ସେ ୨୦୧୯ ମସିହାରେ ଭଲପାଇ ବିବାହ କରିଥିଲେ।

ଆହୁରି ପଢ଼ନ୍ତୁ: ସାପକୁ ବେକରେ ପକାଇ ବାହାଦୁରି ଦେଖାଉଥିଲେ ଯୁବକ, ଚୋଟ ଖାଇ ମେଡିକାଲରେ ଭର୍ତ୍ତି ହେଲେ

ସୂଚନା ଅନୁଯାୟୀ, ତାଙ୍କର ସ୍ବାମୀ ନରେନ୍ଦ୍ର ପଧାନ ଆଗରୁ ବଲାଙ୍ଗୀର ଜିଲ୍ଲାରେ ରହି ଇଲେକ୍ଟ୍ରିକ କାମ କରୁଥିଲେ । କାମ କରୁଥିବା ସମୟରେ ହିଁ ତାଙ୍କୁ ଭଲପାଇ ନିଜ ଘରକୁ ଧରି ପଳାଇ ଆସିଥିଲେ । ବିବାହର ୨ ବର୍ଷ ଭିତରେ ତାଙ୍କ ଭିତରେ କୌଣସି କରଣକୁ ନେଇ ମନମାଲିନ୍ୟ ହୋଇଥିଲା ଯାହାକୁ ନେଇ ଗତ ୧୬ତାରିଖ ରାତିରେ ଘରେ ନବ ଧୂର ମୃତ୍ୟୁ ହୋଇଥିଲା ।୧୭ ତାରିଖରେ ଝିଅର ବାପାଘରକୁ ଫୋନ କରି କହିଥିଲେ ଆପଣଙ୍କ ଝିଅର ଅଚାନକ ମୃତ ଘଟିଛି। ଝିଅର ବାପା ମାଆ ଖବର ପାଇ ଆସୁ ଆସୁ ବିଳମ୍ବ ହେବାରୁ ଗ୍ରାମ ବାସୀଙ୍କୁ ଡାକି ଶବକୁ ପୋଡି ଦେଇଥିଲେ। ଶେଷରେ ଝିଅର ବାପା ଭୀଷ୍ମ ତାଣ୍ଡି ଓ ମାଆ ସବିତା ତାଣ୍ଡି ୧୮ ତାରିଖରେ ପହଂଚି ଥାନାରେ ଅଭିଯୋଗ କରିଥିଲେ। ଏହି ଆଧାରରେ କଙ୍କଡ଼ାହାଡ଼ ଥାନା ଅଧିକାରୀ ନିର୍ମଳା ଗୋଛାୟତଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ବାପ ପୁଅ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଆହୁରି ପଢ଼ନ୍ତୁ: କଟକ ଏସସିବି ମେଡିକାଲ ଛାତରୁ ଅତଡା ଘସି ରୋଗୀ ଆହତ ଘଟଣା: ଆହତଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp