ଓଡ଼ିଶାରେ ୟୁପି ଗ୍ୟାଙ୍ଗଷ୍ଟର ନିରୋଧ ଭଳି ଆଇନ ପାଇଁ ଉପବାଚସ୍ପତି ଭବାନୀ ଭୋଇଙ୍କ ଦାବି

The Sakala Picture
Published On

ଭୁବନେଶ୍ବର: ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ ନିବାରଣ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ। ଜମି ହଡ଼ପ, ଚାନ୍ଦା ଆଦାୟ, ଠିକା ହତ୍ୟା, ବେଆଇନ ଖଣି କାରବାର, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ୍ ଭଳି ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ପ୍ରକ୍ରିୟାଗତ ବିଳମ୍ବ ଏବଂ ଆଇନର ଗଳାବାଟ ଦେଇ ଖସିଯିବାର ସୁଯୋଗ ନେଇ ଅପରାଧୀ ଏ […]

ଭୁବନେଶ୍ବର: ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ ନିବାରଣ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ। ଜମି ହଡ଼ପ, ଚାନ୍ଦା ଆଦାୟ, ଠିକା ହତ୍ୟା, ବେଆଇନ ଖଣି କାରବାର, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ୍ ଭଳି ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ପ୍ରକ୍ରିୟାଗତ ବିଳମ୍ବ ଏବଂ ଆଇନର ଗଳାବାଟ ଦେଇ ଖସିଯିବାର ସୁଯୋଗ ନେଇ ଅପରାଧୀ ଏ ସବୁ କାର୍ଯ୍ୟ ଘଟାଇଥାନ୍ତିା । ଏହି ବିପଦର ମୁକାବିଲା କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତର ପ୍ରଦେଶ ଢାଞ୍ଚାରେ ଏକ ସ୍ୱତନ୍ତ୍ର ଆଇନ ପ୍ରତିଷ୍ଠା କରିବା ଆବଶ୍ୟକତା ରହିଛି। ଏହି ଆଇନ ପ୍ରଣୟନ ହେଲେ ସଂଗଠିତ ଅପରାଧୀ ଗୋଷ୍ଠୀ ଗଠନ ଏବଂ କାର୍ଯ୍ୟକୁ ରୋକାଯାଇପାରିବ । ଗ୍ୟାଙ୍ଗ ନେତା ଏବଂ ସଦସ୍ୟଙ୍କ ଉପରେ ପ୍ରଭାବଶାଳୀ ଦଣ୍ଡବିଧାନ ଏବଂ ପ୍ରତିରୋଧ ସୁନିଶ୍ଚିତ କରିହେବ। ଆଇନଗତ ଢାଞ୍ଚା ମାଧ୍ୟମରେ ସାର୍ବଜନୀନ ଶୃଙ୍ଖଳା, ସୁରକ୍ଷା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିପାରିବା।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏହି ଆଇନ ପ୍ରଣୟ ହେଲେ ଗ୍ୟାଙ୍ଗ ନେଟୱର୍କଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହା ଉପରେ ରୋକ ଲଗାଇବା ଲାଗି ତଦନ୍ତକାରୀ ସଂସ୍ଥଆକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିବ। ଅପରାଧୀଙ୍କ ସମ୍ପତ୍ତି ଆଚାଟ୍ କରିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ପ୍ରତିରୋଧ ଲଗାଯାଇପାରିବ। ତ୍ଵରିତ ବିଚାର ଲାଗି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଲେ ବ୍ୟବସ୍ଥା ସୁଗମ ହେବ। ପୋଲିସ, ଗୁଇନ୍ଦା ବିଭାଗ ଏବଂ ରାଜସ୍ୱ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ। ଶୀଘ୍ର ବିଚାର କରିବା ସହ ଦୋଷୀ ସାବ୍ୟସ୍ତ କରିବା। ଦୀର୍ଘକାଳୀନ ଅପରାଧିକ ସାମ୍ରାଜ୍ୟ ଉପରେ ରୋକ ଲଗାଯାଇପାରିବ। ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ MCOCA ଏବଂ ତାମିଲନାଡୁ ଗୁଣ୍ଡା ଆଇନ, ଗ୍ୟାଙ୍ଗ ହିଂସା ଅପରାଧୀଙ୍କୁ ରୋକିବାରେ ସକାରାତ୍ମକ ପ୍ରଭାବ ଦେଖାଇଛି। OGASAPA ଭଳି ଏକ ସ୍ୱତନ୍ତ୍ର ଆଇନ ଓଡ଼ିଶାର ସଂଗଠିତ ଅପରାଧ ବିରୋଧରେ ଲଢ଼େଇରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ। ଏହା ଅପରାଧୀ ନେଟୱାର୍କକୁ ପ୍ରଭାବଶାଳୀ ଭାବରେ ଭାଙ୍ଗିବା, ବେଆଇନ ସମ୍ପତ୍ତି ଜବତ କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଆଇନଗତ ସମର୍ଥନ ସହିତ ଆଇନ ପ୍ରବର୍ତ୍ତନକାରୀଙ୍କୁ ସଶକ୍ତ କରିବ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

28 Jul 2025 By The Sakala

ଓଡ଼ିଶାରେ ୟୁପି ଗ୍ୟାଙ୍ଗଷ୍ଟର ନିରୋଧ ଭଳି ଆଇନ ପାଇଁ ଉପବାଚସ୍ପତି ଭବାନୀ ଭୋଇଙ୍କ ଦାବି

ଭୁବନେଶ୍ବର: ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ ନିବାରଣ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ। ଜମି ହଡ଼ପ, ଚାନ୍ଦା ଆଦାୟ, ଠିକା ହତ୍ୟା, ବେଆଇନ ଖଣି କାରବାର, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ୍ ଭଳି ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ପ୍ରକ୍ରିୟାଗତ ବିଳମ୍ବ ଏବଂ ଆଇନର ଗଳାବାଟ ଦେଇ ଖସିଯିବାର ସୁଯୋଗ ନେଇ ଅପରାଧୀ ଏ ସବୁ କାର୍ଯ୍ୟ ଘଟାଇଥାନ୍ତିା । ଏହି ବିପଦର ମୁକାବିଲା କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତର ପ୍ରଦେଶ ଢାଞ୍ଚାରେ ଏକ ସ୍ୱତନ୍ତ୍ର ଆଇନ ପ୍ରତିଷ୍ଠା କରିବା ଆବଶ୍ୟକତା ରହିଛି। ଏହି ଆଇନ ପ୍ରଣୟନ ହେଲେ ସଂଗଠିତ ଅପରାଧୀ ଗୋଷ୍ଠୀ ଗଠନ ଏବଂ କାର୍ଯ୍ୟକୁ ରୋକାଯାଇପାରିବ । ଗ୍ୟାଙ୍ଗ ନେତା ଏବଂ ସଦସ୍ୟଙ୍କ ଉପରେ ପ୍ରଭାବଶାଳୀ ଦଣ୍ଡବିଧାନ ଏବଂ ପ୍ରତିରୋଧ ସୁନିଶ୍ଚିତ କରିହେବ। ଆଇନଗତ ଢାଞ୍ଚା ମାଧ୍ୟମରେ ସାର୍ବଜନୀନ ଶୃଙ୍ଖଳା, ସୁରକ୍ଷା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିପାରିବା।

ଏହି ଆଇନ ପ୍ରଣୟ ହେଲେ ଗ୍ୟାଙ୍ଗ ନେଟୱର୍କଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହା ଉପରେ ରୋକ ଲଗାଇବା ଲାଗି ତଦନ୍ତକାରୀ ସଂସ୍ଥଆକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିବ। ଅପରାଧୀଙ୍କ ସମ୍ପତ୍ତି ଆଚାଟ୍ କରିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ପ୍ରତିରୋଧ ଲଗାଯାଇପାରିବ। ତ୍ଵରିତ ବିଚାର ଲାଗି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଲେ ବ୍ୟବସ୍ଥା ସୁଗମ ହେବ। ପୋଲିସ, ଗୁଇନ୍ଦା ବିଭାଗ ଏବଂ ରାଜସ୍ୱ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ। ଶୀଘ୍ର ବିଚାର କରିବା ସହ ଦୋଷୀ ସାବ୍ୟସ୍ତ କରିବା। ଦୀର୍ଘକାଳୀନ ଅପରାଧିକ ସାମ୍ରାଜ୍ୟ ଉପରେ ରୋକ ଲଗାଯାଇପାରିବ। ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ MCOCA ଏବଂ ତାମିଲନାଡୁ ଗୁଣ୍ଡା ଆଇନ, ଗ୍ୟାଙ୍ଗ ହିଂସା ଅପରାଧୀଙ୍କୁ ରୋକିବାରେ ସକାରାତ୍ମକ ପ୍ରଭାବ ଦେଖାଇଛି। OGASAPA ଭଳି ଏକ ସ୍ୱତନ୍ତ୍ର ଆଇନ ଓଡ଼ିଶାର ସଂଗଠିତ ଅପରାଧ ବିରୋଧରେ ଲଢ଼େଇରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ। ଏହା ଅପରାଧୀ ନେଟୱାର୍କକୁ ପ୍ରଭାବଶାଳୀ ଭାବରେ ଭାଙ୍ଗିବା, ବେଆଇନ ସମ୍ପତ୍ତି ଜବତ କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଆଇନଗତ ସମର୍ଥନ ସହିତ ଆଇନ ପ୍ରବର୍ତ୍ତନକାରୀଙ୍କୁ ସଶକ୍ତ କରିବ।

https://www.thesakala.in/latest-odisha-news/deputy-speaker-bbhabani-shankar-bhoi-demands-law-like-up-gangster-deterrence-act-in-odisha/article-41792
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର