ଶିକ୍ଷା, ଗର୍ଭଧାରଣ ଓ ଜମି ଅଧିକାର ଉପରେ ଆଇନ୍ ବିଭାଗର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

The Sakala Picture
Published On

କଳାହାଣ୍ଡି : ଶିକ୍ଷା, ଗର୍ଭଧାରଣ ଓ ଜମି ଅଧିକାର ଉପରେ ସଚେତନତା ସୃଷ୍ଟି କରିବାର ଲକ୍ଷ ନେଇ ଆଇନ୍ ବିଭାଗ, ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା। ଏହି ଅଭିଯାନ “ଶିଶୁମାନଙ୍କର ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଆଇନ, ୨୦୦୯”, “ଓଡିଶା ମମତା ଯୋଜନା” ଏବଂ “ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ନିବାସୀ(ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ, ୨୦୦୬” ଉପରେ ହୋଇଥିଲା। ଏହି ଅଭିଯାନର […]

କଳାହାଣ୍ଡି : ଶିକ୍ଷା, ଗର୍ଭଧାରଣ ଓ ଜମି ଅଧିକାର ଉପରେ ସଚେତନତା ସୃଷ୍ଟି କରିବାର ଲକ୍ଷ ନେଇ ଆଇନ୍ ବିଭାଗ, ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା। ଏହି ଅଭିଯାନ “ଶିଶୁମାନଙ୍କର ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଆଇନ, ୨୦୦୯”, “ଓଡିଶା ମମତା ଯୋଜନା” ଏବଂ “ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ନିବାସୀ(ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ, ୨୦୦୬” ଉପରେ ହୋଇଥିଲା। ଏହି ଅଭିଯାନର ଅଂଶ ଭାବରେ ୩ ରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ବଲାଙ୍ଗୀର ଜିଲ୍ଲାରେ ଏକ ସଚେତନତା ଏଲ୍ଇଡି ଗାଡି ପ୍ରଚାର କରିଥିଲା।

ଆହୁରି ପଢ଼ନ୍ତୁ: ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

ଏହି ସଚେତନତା ଗାଡି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଖଜୁରିପଡା, ଫିରିଙ୍ଗିଆ, ବାଲିଗୁଡା ଏବଂ ତୁମୁଡିବନ୍ଧ ବ୍ଲକ ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର, କେସିଙ୍ଗା, ଭବାନିପାଟଣା, ଜୁନାଗଡ ଏବଂ କୁଟୁଲାଗଡ ବ୍ଲକ ଓ ନବରଙ୍ଗପୁରର ପାପଡାହାଣ୍ଡି ଏବଂ ନବରଙ୍ଗପୁର ବ୍ଲକ ଓ ବଲାଙ୍ଗିର ଜିଲ୍ଲାର ସଇଁତଳା, ଟିଟିଲାଗଡ ଏବଂ ବଙ୍ଗମୁଣ୍ଡା ବ୍ଲକ ଇତ୍ୟାଦି ଅଞ୍ଚଳ ମାନଙ୍କରେ ବୁଲିଥିଲା। ଏହି ସଚେତନତା ଗାଡିକୁ ଅନେକ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶା ଏବଂ ପ୍ୟାନେଲ ଓକିଲମାନେ ସମ୍ବୋଧିତ କରିଥିଲେ।

ଆହୁରି ପଢ଼ନ୍ତୁ: ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ

ଓଡିଶାର ଅନେକ ଦୂର ତଥା ଆଭ୍ୟନ୍ତରୀଣ ଗ୍ରାମରେ ଲୋକମାନେ ସରକାରଙ୍କ ମୌଳିକ ଅଧିକାର ଏବଂ କାର୍ଯ୍ୟକ୍ରମ ବିଷୟରେ ଆଂଶିକ ଅବଗତ ଥିଲେ। ପାରମ୍ପରିକ ଆଦିବାସୀ ବାସିନ୍ଦାଙ୍କୁ ଜମି ଅଧିକାର(ପଟା) ବିଷୟରେ ଅବଗତ କରାଯାଇଥିଲା ଯାହା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅଧିନରେ ସରକାରଙ୍କ ଦ୍ୱାରା ମିଳିପାରିବ। ଓଡିଶା ମମତା ଯୋଜନା ଅଧିନରେ ଥିବା ସମାଜର ଗରିବ ଏବଂ ଦୁର୍ବଳ ବର୍ଗର ଗର୍ଭବତୀ ମହିଳା ମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆରର୍ଥିକ ସହାୟତା ଯୋଜନାକୁ ପ୍ରଶଂସା କରିଥିଲେ। ଏହା ଦ୍ୱାରା ଗରିବ ପିତାମାତା ମଧ୍ୟ ଜାଣିବାକୁ ପାଇଲେ ଯେ ସରକାର ୬ ରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରୁଛନ୍ତି।ଆଇନ୍ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ଦିଶା ଯୋଜନାର ଆଇନଗତ ସାକ୍ଷରତା ଓ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅଧିନରେ ଏହି ଗାଡି ପ୍ରଚାର ଭୂବନେଶ୍ୱର ଅବସ୍ଥିତ ସ୍ୟାଡୋ ଆଡ୍ଭଟାଇଜିଂ ଆଣ୍ଡ କମ୍ୟୁନିକେସନ୍ ପ୍ରଇଭେଟ ଲିମିଟେଡ୍ ଦ୍ୱାରା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ

20 Oct 2022 By The Sakala

ଶିକ୍ଷା, ଗର୍ଭଧାରଣ ଓ ଜମି ଅଧିକାର ଉପରେ ଆଇନ୍ ବିଭାଗର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି : ଶିକ୍ଷା, ଗର୍ଭଧାରଣ ଓ ଜମି ଅଧିକାର ଉପରେ ସଚେତନତା ସୃଷ୍ଟି କରିବାର ଲକ୍ଷ ନେଇ ଆଇନ୍ ବିଭାଗ, ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା। ଏହି ଅଭିଯାନ “ଶିଶୁମାନଙ୍କର ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଆଇନ, ୨୦୦୯”, “ଓଡିଶା ମମତା ଯୋଜନା” ଏବଂ “ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ନିବାସୀ(ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ, ୨୦୦୬” ଉପରେ ହୋଇଥିଲା। ଏହି ଅଭିଯାନର ଅଂଶ ଭାବରେ ୩ ରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ବଲାଙ୍ଗୀର ଜିଲ୍ଲାରେ ଏକ ସଚେତନତା ଏଲ୍ଇଡି ଗାଡି ପ୍ରଚାର କରିଥିଲା।

ଏହି ସଚେତନତା ଗାଡି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଖଜୁରିପଡା, ଫିରିଙ୍ଗିଆ, ବାଲିଗୁଡା ଏବଂ ତୁମୁଡିବନ୍ଧ ବ୍ଲକ ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର, କେସିଙ୍ଗା, ଭବାନିପାଟଣା, ଜୁନାଗଡ ଏବଂ କୁଟୁଲାଗଡ ବ୍ଲକ ଓ ନବରଙ୍ଗପୁରର ପାପଡାହାଣ୍ଡି ଏବଂ ନବରଙ୍ଗପୁର ବ୍ଲକ ଓ ବଲାଙ୍ଗିର ଜିଲ୍ଲାର ସଇଁତଳା, ଟିଟିଲାଗଡ ଏବଂ ବଙ୍ଗମୁଣ୍ଡା ବ୍ଲକ ଇତ୍ୟାଦି ଅଞ୍ଚଳ ମାନଙ୍କରେ ବୁଲିଥିଲା। ଏହି ସଚେତନତା ଗାଡିକୁ ଅନେକ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶା ଏବଂ ପ୍ୟାନେଲ ଓକିଲମାନେ ସମ୍ବୋଧିତ କରିଥିଲେ।

ଓଡିଶାର ଅନେକ ଦୂର ତଥା ଆଭ୍ୟନ୍ତରୀଣ ଗ୍ରାମରେ ଲୋକମାନେ ସରକାରଙ୍କ ମୌଳିକ ଅଧିକାର ଏବଂ କାର୍ଯ୍ୟକ୍ରମ ବିଷୟରେ ଆଂଶିକ ଅବଗତ ଥିଲେ। ପାରମ୍ପରିକ ଆଦିବାସୀ ବାସିନ୍ଦାଙ୍କୁ ଜମି ଅଧିକାର(ପଟା) ବିଷୟରେ ଅବଗତ କରାଯାଇଥିଲା ଯାହା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅଧିନରେ ସରକାରଙ୍କ ଦ୍ୱାରା ମିଳିପାରିବ। ଓଡିଶା ମମତା ଯୋଜନା ଅଧିନରେ ଥିବା ସମାଜର ଗରିବ ଏବଂ ଦୁର୍ବଳ ବର୍ଗର ଗର୍ଭବତୀ ମହିଳା ମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆରର୍ଥିକ ସହାୟତା ଯୋଜନାକୁ ପ୍ରଶଂସା କରିଥିଲେ। ଏହା ଦ୍ୱାରା ଗରିବ ପିତାମାତା ମଧ୍ୟ ଜାଣିବାକୁ ପାଇଲେ ଯେ ସରକାର ୬ ରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରୁଛନ୍ତି।ଆଇନ୍ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ଦିଶା ଯୋଜନାର ଆଇନଗତ ସାକ୍ଷରତା ଓ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅଧିନରେ ଏହି ଗାଡି ପ୍ରଚାର ଭୂବନେଶ୍ୱର ଅବସ୍ଥିତ ସ୍ୟାଡୋ ଆଡ୍ଭଟାଇଜିଂ ଆଣ୍ଡ କମ୍ୟୁନିକେସନ୍ ପ୍ରଇଭେଟ ଲିମିଟେଡ୍ ଦ୍ୱାରା କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର