କଲରାପତରିଆ ବାଘଛାଲ ଡିଲ ବେଳେ ବନବିଭାଗର ଚଢ଼ଉ, ୭ ଅଭିଯୁକ୍ତ ଗିରଫ

The Sakala Picture
Published On

ଦେବଗଡ: ବାରକୋଟ ବନାଞ୍ଚଳ ଗୋଳାବନ୍ଧ ନିକଟରେ ଥିବା ରାଜସ୍ଥାନୀ ଢାବାରେ ବାଘ ଛାଲ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାର ଡିଲ ଚାଲିଥିବା ସମୟରେ ମାଡିବସିଲା ବନବିଭାଗ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଲରାପତ୍ରିଆ ବାଘ ଛାଲ ସମେତ ଦୁଇଟି ବାଇକ ଏବଂ ୫ ଟି ମୋବାଇଲ ଜବତ ହୋଇଛି। ଗିରଫ ହୋଇଥିବା ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରାଜସ୍ଥାନ ଜୋଧପୁର ଜିଲାର ଅଶୋକ ବିଶ୍ନୋଇ, ଅଜୟପାଲ ବିଶ୍ନୋଇ, ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ସାନବାଗଦର୍ହି ଗାଁର ବିରବର ନାହାକ, ଦେବଗଡ […]

ଦେବଗଡ: ବାରକୋଟ ବନାଞ୍ଚଳ ଗୋଳାବନ୍ଧ ନିକଟରେ ଥିବା ରାଜସ୍ଥାନୀ ଢାବାରେ ବାଘ ଛାଲ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାର ଡିଲ ଚାଲିଥିବା ସମୟରେ ମାଡିବସିଲା ବନବିଭାଗ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଲରାପତ୍ରିଆ ବାଘ ଛାଲ ସମେତ ଦୁଇଟି ବାଇକ ଏବଂ ୫ ଟି ମୋବାଇଲ ଜବତ ହୋଇଛି। ଗିରଫ ହୋଇଥିବା ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରାଜସ୍ଥାନ ଜୋଧପୁର ଜିଲାର ଅଶୋକ ବିଶ୍ନୋଇ, ଅଜୟପାଲ ବିଶ୍ନୋଇ, ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ସାନବାଗଦର୍ହି ଗାଁର ବିରବର ନାହାକ, ଦେବଗଡ ଜିଲ୍ଲା ବାରକୋଟ ଥାନା ରଜାମୁଣ୍ଡା ଗାଁର ମାନସିଂ ବରି, ଝରବାହାଳ ଗାଁର ରମେଶ ଚନ୍ଦ୍ର ନାଏକ, ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣା, ଠିଆନାଳ ଗାଁର କର୍ମୁ ନାଏକ ରହିଥିବା ଜଣାପଡିଛି।

ତେବେ କଲରାପତ୍ରିଆ ବାଘକୁ କେଉଁ ଜଙ୍ଗଲରେ ହତ୍ୟା କରାଯାଇଥିଲା ଏବଂ ଏହା ପଛରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ଅଧିକ ଖୋଳତାଡ ଜାରି ରହିଛି। କଲରାପତ୍ରିଆ ବାଘ ଶିକାରୀ ଏବଂ ଛାଲ ବିକ୍ରି ଘଟଣାରେ ଆହୁରି ୧୦ ଜଣରୁ ଅଧିକ ଅଭିଯୁକ୍ତ ସାମିଲ ଥିବା ଅନୁମାନ କରାଯାଉଛି । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ବେଳେ ଖୁବଶିଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ଧରା ପଡିବେ ବୋଲି ବନବିଭାଗ ଠାରୁ ଜଣାପଡିଛି । ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବା ପାଇଁ ବନବିଭାଗ ମନା କରିଛି । ପ୍ରାୟ ୬ ମାସ ପୂର୍ବରୁ କଲରାପତ୍ରିଆ ବାଘକୁ ହତ୍ୟା କରି ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp