ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗୁଣ୍ଡାଗିରି; ଏସଏଚଜିଙ୍କ ଦ୍ୱାରା ନିର୍ମାଣାଧୀନ ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଦେଲେ ବିଧାୟକ ଓ ତାଙ୍କ ସମର୍ଥକ

The Sakala Picture
Published On

ଦେବଗଡ଼: ଦେବଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଦାଦାଗିରି । ମହିଳା ସଶକ୍ତିକରଣ କାର୍ଯ୍ୟକୁ ଖୁଲମଖୁଲା ବିରୋଧ କଲେ ବିଜେପି ବିଧାୟକ । ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ପାଚେରୀକୁ ତାଙ୍କ ଉପସ୍ଥିତିରେ ଭାଙ୍ଗିଦେଇଛନ୍ତି ସମର୍ଥକ । ପୌରପରିଷଦ ଅଞ୍ଚଳରେ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ପାଚେରୀ ନିର୍ମାଣ କରିଥିଲେ । ଏଥିପାଇଁ ୧୪ଲକ୍ଷ ୬୫ହଜାର ୩୦୦ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ । […]

ଦେବଗଡ଼: ଦେବଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଦାଦାଗିରି । ମହିଳା ସଶକ୍ତିକରଣ କାର୍ଯ୍ୟକୁ ଖୁଲମଖୁଲା ବିରୋଧ କଲେ ବିଜେପି ବିଧାୟକ । ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ପାଚେରୀକୁ ତାଙ୍କ ଉପସ୍ଥିତିରେ ଭାଙ୍ଗିଦେଇଛନ୍ତି ସମର୍ଥକ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ପୌରପରିଷଦ ଅଞ୍ଚଳରେ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ପାଚେରୀ ନିର୍ମାଣ କରିଥିଲେ । ଏଥିପାଇଁ ୧୪ଲକ୍ଷ ୬୫ହଜାର ୩୦୦ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ । ବିଜେପି କର୍ମୀଙ୍କୁ କାମ ମିଳିନଥିବାରୁ ଉତ୍ତେଜିତ ହୋଇପଡ଼ିଥିଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ଏଥିପାଇଁ ରାଗରେ ପାଚେରୀ ଭାଙ୍ଗି ଦେଇଛନ୍ତି ବିଧାୟକ ଓ ତାଙ୍କ ସମର୍ଥକ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ବିଧାୟକଙ୍କ ଏପରି ଆଚରଣ ଦେଖି କାନ୍ଦିପକାଇଥିଲେ ଏସଏଚଜି ସଦସ୍ୟା । ଏନେଇ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ହରିଓମ ଏସଏଚଜି ସଭାନେତ୍ରୀ ଗୀତାଞ୍ଜଳି ପୃଷ୍ଟି ଓ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର । ଅନ୍ୟପଟେ ଘଟଣାସ୍ଥଳରେ ଭଙ୍ଗା ପାଚେରୀର ଫଟୋ ଉଠାଇବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିରୋଧ କରିଥିଲେ ବିଧାୟକ । ଜଣେ ବିଧାୟକ ହୋଇ ମହିଳାଙ୍କ ଆତ୍ମନିର୍ଭର କାର୍ଯ୍ୟକୁ ବିରୋଧ କରିବା ଶୋଭନୀୟ ନୁହେଁ । ବିଧାୟକଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ଜିଲ୍ଲାବାସୀ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

09 Jan 2023 By The Sakala

ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗୁଣ୍ଡାଗିରି; ଏସଏଚଜିଙ୍କ ଦ୍ୱାରା ନିର୍ମାଣାଧୀନ ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଦେଲେ ବିଧାୟକ ଓ ତାଙ୍କ ସମର୍ଥକ

ଦେବଗଡ଼: ଦେବଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଦାଦାଗିରି । ମହିଳା ସଶକ୍ତିକରଣ କାର୍ଯ୍ୟକୁ ଖୁଲମଖୁଲା ବିରୋଧ କଲେ ବିଜେପି ବିଧାୟକ । ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ପାଚେରୀକୁ ତାଙ୍କ ଉପସ୍ଥିତିରେ ଭାଙ୍ଗିଦେଇଛନ୍ତି ସମର୍ଥକ ।

ପୌରପରିଷଦ ଅଞ୍ଚଳରେ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ପାଚେରୀ ନିର୍ମାଣ କରିଥିଲେ । ଏଥିପାଇଁ ୧୪ଲକ୍ଷ ୬୫ହଜାର ୩୦୦ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ । ବିଜେପି କର୍ମୀଙ୍କୁ କାମ ମିଳିନଥିବାରୁ ଉତ୍ତେଜିତ ହୋଇପଡ଼ିଥିଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ଏଥିପାଇଁ ରାଗରେ ପାଚେରୀ ଭାଙ୍ଗି ଦେଇଛନ୍ତି ବିଧାୟକ ଓ ତାଙ୍କ ସମର୍ଥକ ।

ବିଧାୟକଙ୍କ ଏପରି ଆଚରଣ ଦେଖି କାନ୍ଦିପକାଇଥିଲେ ଏସଏଚଜି ସଦସ୍ୟା । ଏନେଇ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ହରିଓମ ଏସଏଚଜି ସଭାନେତ୍ରୀ ଗୀତାଞ୍ଜଳି ପୃଷ୍ଟି ଓ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର । ଅନ୍ୟପଟେ ଘଟଣାସ୍ଥଳରେ ଭଙ୍ଗା ପାଚେରୀର ଫଟୋ ଉଠାଇବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିରୋଧ କରିଥିଲେ ବିଧାୟକ । ଜଣେ ବିଧାୟକ ହୋଇ ମହିଳାଙ୍କ ଆତ୍ମନିର୍ଭର କାର୍ଯ୍ୟକୁ ବିରୋଧ କରିବା ଶୋଭନୀୟ ନୁହେଁ । ବିଧାୟକଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ଜିଲ୍ଲାବାସୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର