ପ୍ରତିରକ୍ଷା ବିଭାଗ ସୁରକ୍ଷା ଭେଦୁଛନ୍ତି ପଡୋଶୀ : ମୁକୁଳା ପଡିଛି ବିସ୍ତୀର୍ଣ୍ଣ ସମୁଦ୍ର ତଟ, ଅନୁପ୍ରବେଶକାରୀଙ୍କୁ ଅନୁକୂଳ ସମୁଦ୍ରକୁଳ

The Sakala Picture
Published On

ବାହାନଗା : ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ବା ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ଦେଶର ପ୍ରତିରକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ମଧ୍ୟ ଦେଶର ସବୁଠାରୁ ସୁରକ୍ଷିତ ଅଞ୍ଚଳ ଭାବେ ପରିଚିତ। ଏଠାକାର ସୁରକ୍ଷା ବ୍ୟବସ୍ଥା ପ୍ରତିରକ୍ଷା ବିଭାଗ ଦ୍ଵାରା ନିୟନ୍ତ୍ରିତ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ମୁକୁଳା ହୋଇଥିବାର ଦେଖାଯାଇଛି। କେନ୍ଦ୍ର ପରିସରରେ […]

ବାହାନଗା : ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ବା ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ଦେଶର ପ୍ରତିରକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ମଧ୍ୟ ଦେଶର ସବୁଠାରୁ ସୁରକ୍ଷିତ ଅଞ୍ଚଳ ଭାବେ ପରିଚିତ। ଏଠାକାର ସୁରକ୍ଷା ବ୍ୟବସ୍ଥା ପ୍ରତିରକ୍ଷା ବିଭାଗ ଦ୍ଵାରା ନିୟନ୍ତ୍ରିତ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ମୁକୁଳା ହୋଇଥିବାର ଦେଖାଯାଇଛି। କେନ୍ଦ୍ର ପରିସରରେ କାର୍ଯ୍ୟରତ କିଛି ଠିକା ଓ ନିୟମିତ କର୍ମଚାରୀଙ୍କ ଦ୍ୱାରା ଅନ୍ତର୍ଘାତି କାର୍ଯ୍ୟ ବୃଦ୍ଧିପାଇଛି। ଯାହା ଦେଶର ଆଭ୍ୟନ୍ତରୀଣ ତଥା ବାହ୍ୟ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର

ତେବେ ଏହା ମଧ୍ୟରେ ଗୁପ୍ତଚରି ସମ୍ପର୍କ ଯୋଗୁଁ ଚାନ୍ଦିପୁର ଆଖପାଖ ଅଞ୍ଚଳ ତଥା କ୍ଷେପଣାସ୍ତ୍ର ପରୀକ୍ଷଣ ପରିଧି ମଧ୍ୟରେ ଆସୁଥିବା ସମୁଦ୍ର ତଟ ଜନବସତି ପ୍ରତି ମଧ୍ୟ ବିଦେଶୀ ଶତ୍ରୁଙ୍କ ଠାରୁ ବିପଦ ମାଡି ଆସୁଥିବାର ଆଭାସ ମିଳୁଛି। ସୂଚନା ମୁତାବକ ଗତ କିଛି ବର୍ଷ ମଧ୍ୟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପରିସରରେ କିଛି କର୍ମଚାରୀ ଗୁପ୍ତଚରି କାର୍ଯ୍ୟକଳାପ ଯୋଗୁଁ ଗିରଫ ହୋଇଛନ୍ତି। ଠିକା ଫଟୋଗ୍ରାଫର ଈଶ୍ୱର ବେହେରା ୨୦୧୪ମସିହାରେ ଗୁପ୍ତଚରି ଅଭିଯୋଗରେ ଗିରଫ ହୋଇ ଦେଶଦ୍ରୋହ ମାମଲାରେ ଆଜୀବନ ସଜା କାଟୁଛନ୍ତି। ତେବେ ଉକ୍ତ ଘଟଣା ସେତେବେଳେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଲୋକେ ଈଶ୍ୱର ବେହେରାକୁ ଭୁଲି ଯିବାକୁ ବସିଥିବା ବେଳେ ଘଟଣାର ୭ବର୍ଷ ପରେ ପୁନର୍ବାର ଗୁପ୍ତଚରି ମାମଲାରେ ୪ଜଣ ଠିକା ଓ ଜଣେ ନିୟମିତ କର୍ମଚାରୀ ଗିରଫ ହେବା ଘଟଣା ବାଲେଶ୍ୱର ଜିଲ୍ଲା ସମେତ ଦେଶର ଗୁଇନ୍ଦାବିଭାଗ ଚକିତ ହୋଇଛି।

ଆହୁରି ପଢ଼ନ୍ତୁ: ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆହୁରି ପଢ଼ନ୍ତୁ: ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ସ୍ୱାସ୍ଥ୍ୟବସ୍ଥା ସ୍ଥିର

ତେବେ ଉକ୍ତ ପ୍ରସଙ୍ଗ ସିଧାସଳଖ ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଚାନ୍ଦିପୁର ଆଇଟିଆର ସଦର ବ୍ଲକରେ ସମୁଦ୍ର ତଟରେ ଅବସ୍ଥିତ ଥିବାବେଳେ ଏହାର ପଡୋଶୀ ରେମୁଣା, ବାହାନଗା ବ୍ଲକରେ ଶତାଧିକ ଗ୍ରାମ ସମୁଦ୍ର କୂଳରେ ଅବସ୍ଥିତ। ମାଛଧରା ନାମରେ ସମୁଦ୍ରକୂଳରେ ଅନୁପ୍ରବେଶ ବଢିବା ସହିତ ଜନବସତି ସ୍ଥାପନ ଚାଲିଛି। ଦୈନିକ ଶହ ଶହ ଛୋଟ ବଡ଼ ମାଛ ଧରା ବୋଟରେ ଅନୁପ୍ରବେଶକାରୀ ମତ୍ସ୍ୟଜୀବୀ ବେଶରେ ସମୁଦ୍ରକୂଳରେ ଆସି ପହଞ୍ଚୁଛନ୍ତି। ତେବେ ମାଛ ଧରା ବୋଟରେ କେଉଁମାନେ ଦେଶ ଭିତରକୁ ଧସେଇ ପଶୁଛନ୍ତି, ତାର କୌଣସି ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ନାହିଁ। ସାମୁଦ୍ରିକ ମତ୍ସ୍ୟ ବିଭାଗ ବୋଟ ମାଲିକଙ୍କୁ ବୋଟ ପଞ୍ଜିକରଣ ପାଇଁ ସ୍ପଷ୍ଟ ନିର୍ଦେଶ ଦେଇଥିଲେ ବି କେତେକ ଅସାଧୁ ଅଧିକାରୀ ହାତଗୁଞ୍ଜା ନେଇ ଆଖି ବୁଜି ଦେଉଛନ୍ତି। ଜିଲ୍ଲାରେ ଉପରୋକ୍ତ ବ୍ଲକର ସମୁଦ୍ର ଉପକୂଳରେ ଅନୁପ୍ରବେଶ ବଢ଼ି ଚାଲିଥିଲେ ମଧ୍ୟ ପ୍ରଶାସନ କୋହଳ ମନୋଭାବ ପୋଷଣ କରୁଛି। ଅନୁପ୍ରବେଶକାରୀ କିଛିଦିନ ମୁଣ୍ଡ ଗୁଞ୍ଜିବା ପରେ ନିଜ ନାମରେ ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ରେସନ କାର୍ଡ ହାତେଇ ଭାରତୀୟ ପରିଚୟ ପାଇବାରେ ସଫଳ ହୋଇଛନ୍ତି। ସମୁଦ୍ର ତଟ ଜଗିଥିବା ମେରାଇନ ପୁଲିସ ନାମକୁମାତ୍ର ଜଗିଥିବାର ଦେଖାଯାଇଛି।

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମାଳମାଳ ପୁଲିସ ମୁତୟନ ରହିଥିବା ବେଳେ ମେରାଇନ ପାଟ୍ରୋଲିଂ ପାଇଁ କର୍ମଚାରୀ ମରୁଡ଼ି। ଫଳରେ ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳରେ ଅନୁପ୍ରବେଶ ବଢିଚାଲିଛି। ଚାନ୍ଦିପୁର ଆଇଟିଆର ପରିସରରୁ ଦ୍ୱିତୀୟ ଥର ପାଇଁ ଗୁପ୍ତ ତଥ୍ୟ ଲିକ ଘଟଣା ପଦାକୁ ଆସିବା ପରେ ଦେଶର ଆଭ୍ୟନ୍ତରୀଣ ତଥା ବାହ୍ୟ ସୁରକ୍ଷା ନିହାତି ଅପରିହାର୍ଯ୍ୟ ହୋଇଛି। ବେଆଇନ ଅନୁପ୍ରବେଶ ଦ୍ୱାରା ଦେଶପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଏହାକୁ ରୋକିବା ପାଇଁ ସ୍ୱତନ୍ତ୍ର କୌଶଳ ଅବଲମ୍ବନ କରିବାକୁ ବୁଦ୍ଧିଜୀବି ମହଲରେ ସ୍ୱର ଉଠିଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

27 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର