ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ

The Sakala Picture
Published On

ତେଲକୋଇ : ଦାଦନ ଖଟିବାକୁ ଗଲେ ଶବ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ସୁନ୍ଦରିଆ ଗାଁରେ। ଗାଁର ମହେଶ୍ୱର ପାତ୍ରଙ୍କ ପୁଅ ଟୁନା ପାତ୍ର(୩୦) ଦୀର୍ଘ ଆଠ ବର୍ଷ ହେବ ବାଙ୍ଗାଲୋରରେ ଦାଦନ କାମ କରୁଥିଲେ। ଗତ ୨ ତାରିଖରେ ହନିବେଲ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଛେଦ ରିପୋର୍ଟ ଅନୁଯାୟୀ ତାଙ୍କର […]

ତେଲକୋଇ : ଦାଦନ ଖଟିବାକୁ ଗଲେ ଶବ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ସୁନ୍ଦରିଆ ଗାଁରେ। ଗାଁର ମହେଶ୍ୱର ପାତ୍ରଙ୍କ ପୁଅ ଟୁନା ପାତ୍ର(୩୦) ଦୀର୍ଘ ଆଠ ବର୍ଷ ହେବ ବାଙ୍ଗାଲୋରରେ ଦାଦନ କାମ କରୁଥିଲେ। ଗତ ୨ ତାରିଖରେ ହନିବେଲ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଛେଦ ରିପୋର୍ଟ ଅନୁଯାୟୀ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବା ପରେ ଗତକାଲି ରାତିରେ ସୁନ୍ଦରିଆ ସ୍ଥିତ ବାସଭବନରେ ପହଞ୍ଚିଛି। ମହେଶ୍ୱର ଙ୍କର ଏକମାତ୍ର ପୁତ୍ରଙ୍କ ମୃତ୍ୟୁରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର