ମାଡି ଆସୁଛି ବାତ୍ୟା : ପୁରୀ ଜିଲ୍ଲାରେ ଛୁଇଁପାରେ ସ୍ଥଳଭାଗ

The Sakala Picture
Published On

ଭୁବନେଶ୍ବର : ପୁରୀ ଜିଲ୍ଲାରେ ଉପକୂଳ ଛୁଇଁପାରେ ବାତ୍ୟା “ଜୱାଦ୍‌” । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା । ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ । ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ ବାତ୍ୟା । […]

ଭୁବନେଶ୍ବର : ପୁରୀ ଜିଲ୍ଲାରେ ଉପକୂଳ ଛୁଇଁପାରେ ବାତ୍ୟା “ଜୱାଦ୍‌” । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା । ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ । ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ ବାତ୍ୟା । ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ପବନ ବହିପାରେ । ଆଇଏମଡ଼ି ଆକଳନ ଅନୁସାରେ ଏପରି ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଆଜି ମଧ୍ୟ ରାତ୍ରୀରୁ ବର୍ଷା ଆରମ୍ଭ ହେବ, କାଲି ବର୍ଷାର ପରିମାଣ ବଢିବ। ବର୍ତ୍ତମାନ ତାଜା ସୁଚନା ଅନୁସାରେ ବାତ୍ୟା ବର୍ତମାନ ବିଶାଖାପାଟନମ୍ ରୁ ଦକ୍ଷିଣ-ଦକ୍ଷିଣ ପୁର୍ବ ଦିଗରେ ପାଖାପାଖି ୫୮୦ କିମି ଦୂରରେ ଅଛି ସେହିପରି ପାରାଦ୍ୱୀପ ଠାରୁ ଉତ୍ତ-ଉତ୍ତର ଦକ୍ଷିଣ ଦିଗରେ ଅଛି ।ଯାହାଫଳରେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ୯୦ ରୁ ୧୦୦ କିମି ରହିବ । ଲ୍ୟାଣ୍ଡଫଲ ପରେ ଏହାର ବେଗ କମିବ । ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ଭିତରେ ଏହା ଲ୍ୟାଣ୍ଡଫଲ ହେବ । ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଅଧିକ ରହିବ । ଏହାର ପ୍ରଭାବରେ ପୁରୀ,ଖୋର୍ଦ୍ଧା,ଗଞ୍ଜାମ,ଜଗସିଂହପୁର,କେନ୍ଦ୍ରାପଡ଼ା ରେ ଏହାର ପ୍ରଭାବ ଅଧିକ ରହିବ । ଫଳରେ ଲ୍ୟାଣ୍ଡଫଲ ବେଳେ ୬୦ ରୁ ୮୦ କିମି ବେଗରେ ପବନ ବହିବ ।

ସେହିପରି ପୁରୀ ଜିଲ୍ଲା ରେ ଏହା ୯୦ କିମି ରହିବ । ୪ ତାରିଖ ସନ୍ଧ୍ୟା ଠାରୁ ବର୍ଷା ଜୋରରେ ହେବାର ସମ୍ବାବନା ରହିଛି । ଅନ୍ୟ ଜିଲ୍ଲାରେ ମଧ୍ୟ ମଧ୍ୟମ ଧରଣରେ ବର୍ଷା ରହିବ । ୫ ତାରିଖ ମଧ୍ୟ କିଛି ସ୍ଥାନରେ ବର୍ଷା ହେବ । ରେଡ଼୍ ୱାଣ୍ଣିଂ ସ୍ଥାନରେ ଯଥା ପୁରୀ,ଗଞ୍ଜାମ,ଗଜପତି.ଜଗସିଂହପୁରରେ ଅଧିକ ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ବନ୍ୟା ହେବାର କୌଣସି ଆଶଂକା ନାହିଁ ବୋଲି କହିଛନ୍ତି ଏସଆରସି । ସେ କହିଛନ୍ତି, ବାତ୍ୟାକୁ ନେଇ ସମସ୍ତ ପ୍ରସ୍ତୁତି ସରିଛି । ସମୁଦ୍ରକୂଳିଆ ନିକଟବର୍ତ୍ତି ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ । ବାତ୍ୟା ସମୟରେ କଚ୍ଚା ଘରେ ନରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସେହିପରି ଭୟଭିତ ହୋଇ ଦୋକାନରୁ ଆଳୁ ପିଆଜ କିଣି ଘରେ ମହଜୁଦ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

03 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର