ଚା’ ବିକାଳିଙ୍କ ପୁଅ ଚାମ୍ପିୟନ; ଅଲଇଣ୍ଡିଆ ବୋର୍ଡ ସେଲିଂରେ ଶେଖର ଜିତିଲେ ସ୍ବର୍ଣ୍ଣ

The Sakala Picture
Published On

କଟକ: ପିଲାଟି ବେଳୁ ଆର୍ଥିକ ଦୁରବସ୍ଥା ଭିତରେ ଗତି କରୁଛନ୍ତି । ବାପାଙ୍କ ଚା’ ଦୋକାନ ହିଁ ତାଙ୍କ ପରିବାରକୁ ଚଳାଉଛି । ହେଲେ ଆର୍ଥିକ ପ୍ରତିବନ୍ଧକ ତାଙ୍କ ପ୍ରତିଭାକୁ ରୋକି ପାରିନି । ଗୋଆରେ ଶେଷ ହୋଇଥିବା ଅଲଇଣ୍ଡିଆ ବୋର୍ଡ ସେଲିଂ ଚାମ୍ପିଅନସିପରେ ଭାଗ ନେଇ ସେ ଚାମ୍ପିଅନ ହୋଇଛନ୍ତି । ସମ୍ମୁଖରେ ଥିବା ଭାରତୀୟ ନୌସେନା ବାହିନୀର ଦକ୍ଷ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ଯୁବ ପ୍ରତିଭା […]

କଟକ: ପିଲାଟି ବେଳୁ ଆର୍ଥିକ ଦୁରବସ୍ଥା ଭିତରେ ଗତି କରୁଛନ୍ତି । ବାପାଙ୍କ ଚା’ ଦୋକାନ ହିଁ ତାଙ୍କ ପରିବାରକୁ ଚଳାଉଛି । ହେଲେ ଆର୍ଥିକ ପ୍ରତିବନ୍ଧକ ତାଙ୍କ ପ୍ରତିଭାକୁ ରୋକି ପାରିନି । ଗୋଆରେ ଶେଷ ହୋଇଥିବା ଅଲଇଣ୍ଡିଆ ବୋର୍ଡ ସେଲିଂ ଚାମ୍ପିଅନସିପରେ ଭାଗ ନେଇ ସେ ଚାମ୍ପିଅନ ହୋଇଛନ୍ତି । ସମ୍ମୁଖରେ ଥିବା ଭାରତୀୟ ନୌସେନା ବାହିନୀର ଦକ୍ଷ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ଯୁବ ପ୍ରତିଭା ଜଣକ ହେଲେ ମଙ୍ଗଳାବାଗ ମହାସାହିର ଡି. ଶେଖର ରାଓ। ଉକ୍ତ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସମସ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା |

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଏକ ଦୁଃସାହାସିକ ନୌଚାଳନା ପ୍ରତିଯୋଗିତା ହେଉଛି ବୋର୍ଡସେଲିଂ ଚାମ୍ପିଅନସିପ । ଗୋଆର ହାଲି ବିଚ୍ ରେ ଅଲଇଣ୍ଡିଆ ବୋର୍ଡସେଲିଂ ଚାମ୍ପିଅନସିପ ଖେଳାଯାଉଥିଲା। ଏଥିରେ ଭାଗ ନେଇଥିଲେ ଶେଖର । ମୋଟ ୧୨ଟି ରେସ୍ ହୋଇଥିଲା। ଶେଖରଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିଲେ ଗୋଆର କିଛି ତାରକା ଖେଳାଳି ଓ ନୌସେନା ବାହିନୀର ଦକ୍ଷ ଅଫିସର । ମୋଟ୍ ୧୨ଟି ରେସ୍ ଭିତରୁ ୯ଟି ରେସରେ ପ୍ରଥମ ସ୍ଥାନ ହାସଲ କରି ସେ ସହଜରେ ଚାମ୍ପିଅନ ଟାଇଟଲ ଜିତିଛନ୍ତି | ଶେଖରଙ୍କୁ ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜଣାଯାଇଛି। ସୋମବାର ଦିନ ସେ କଟକରେ ପହଞ୍ଚିବା ପରେ ଶୋଭାଯାତ୍ରା ମାଧ୍ୟମରେ ତାଙ୍କୁ ପାଛୋଟି ନିଅଯାଇଥିଲା। କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍ ମଧ୍ୟ ତାଙ୍କୁ ଭେଟି ସମ୍ବଦ୍ଧିତ କରିଛନ୍ତି। କୋଚ୍ ତଥା ଅନ୍ତର୍ଜାତୀୟ ସମୁଦ୍ରବୁଡ଼ାଳି ସବୀର ଦଳଙ୍କୁ ଶେଖର ସଫଳତାର ଶ୍ରେୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଡି. ରମନ୍ନା ରାଓ ଏବଂ ଡି. ଇଶ୍ବରୀଙ୍କ ୪ ସନ୍ତାନ ଭିତରୁ ସବୁଠୁ ସାନ ହେଉଛନ୍ତି ଶେଖର। ଏହାଛଡ଼ା ଶେଖରଙ୍କ ଆଉ ଏକ ପରିଚୟ ରହିଛି। ସ୍ବର୍ଗତଃ ପଦ୍ମଶ୍ରୀ ଡ଼. ପ୍ରକାଶ ରାଓ ହେଉଛନ୍ତି ତାଙ୍କ ବଡ଼ବାପା। ମହାସାହି ଅଞ୍ଚଳରେ ଘର ଭଡ଼ା ନେଇ ଶେଖରଙ୍କ ପରିବାର ଲୋକେ ରହୁଛନ୍ତି। ପିତା ରମନ୍ନା ଜଣେ ଚା’ ଦୋକାନୀ। ଏସ୍‌ସିବି ମେଡ଼ିକାଲ ମାନସିକ ରୋଗ ବିଭାଗ ସମ୍ମୁଖରେ ସେ ଚା’ ବିକ୍ରି କରି ପରିବାର ଚଳାନ୍ତି। ଶେଖରଙ୍କ ବଡ଼ ଭାଇ ଚଣ୍ଡୀ ପିତା ରମନ୍ନାଙ୍କୁ ଏହି ବ୍ୟବସାୟରେ ସାହାଯ୍ୟ କରନ୍ତି। ୨୦୧୩ରେ କୋଚ୍ ସବୀର ମହାନଦୀରେ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଥିଲେ। ଏଥିରେ ଭାଗ ନେଇଥିଲେ ଶେଖର। ସେତେବେଳେ ସେ ସନ୍ତରଣ ମଧ୍ୟ ଶିଖି ନଥିଲେ । ହେଲେ ଉଚିତ୍‌ ପ୍ରଶିକ୍ଷଣ ହାସଲ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

୨୦୧୫ରେ ତାମିଲନାଡୁର ରାମେଶ୍ଵରମଠାରେ ହୋଇଥିବା ୱିଣ୍ଡ ସର୍ପିଂଗ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରଠାରୁ ଶେଖର ପଛକୁ ଫେରି ଚାହିଁ ନାହାନ୍ତି। ଲଗାତାର ଭାବେ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିବା ସହ ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ଆର୍ଥିକ ସମସ୍ୟା ଥିଲେ ମଧ୍ୟ ପରିବାର ଲୋକେ କେବେ ଅନୁଭବ କରିବାକୁ ଦେଇ ନାହାନ୍ତି ବୋଲି ଶେଖର କହିଛନ୍ତି। ପରିବାରରୁ ତାଙ୍କୁ ସବୁବେଳେ ସମର୍ଥନ ମିଳିଛି। କୋଚ୍ ସବୀର କହିଛନ୍ତି ଯେ ଶେଖରଙ୍କ ପାଖରେ ପ୍ରତିଭା ଭରପୂର ହୋଇ ରହିଛି। ସେ ସବୁବେଳେ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି। ଗୋଆରେ ଅନୁଷ୍ଠିତ ଅଲଇଣ୍ଡିଆ ବୋର୍ଡସେଲିଂ ଚାମ୍ପିଅନସିପରେ ସେ ଅନ୍ୟ ସମସ୍ତ ପ୍ରତିଦ୍ବନ୍ଦୀଙ୍କୁ ତାଜୁବ କରି ଦେଇଥିଲେ ବୋଲି ସବୀର କହିଛନ୍ତି। ଏହାଛଡ଼ା ପ୍ରତିଯୋଗିତା ନିମନ୍ତେ ପ୍ରୋତ୍ସାହନ କରିଥିବାରୁ ରାଜ୍ୟ କ୍ରୀଡ଼ା ସଚିବ ଆର ଭିନୀଲ କ୍ରିଷ୍ଣାଙ୍କୁ ସବୀର କୃତଜ୍ଞତା ଜଣାଇଛନ୍ତି ।

26 Apr 2022 By The Sakala

ଚା’ ବିକାଳିଙ୍କ ପୁଅ ଚାମ୍ପିୟନ; ଅଲଇଣ୍ଡିଆ ବୋର୍ଡ ସେଲିଂରେ ଶେଖର ଜିତିଲେ ସ୍ବର୍ଣ୍ଣ

କଟକ: ପିଲାଟି ବେଳୁ ଆର୍ଥିକ ଦୁରବସ୍ଥା ଭିତରେ ଗତି କରୁଛନ୍ତି । ବାପାଙ୍କ ଚା’ ଦୋକାନ ହିଁ ତାଙ୍କ ପରିବାରକୁ ଚଳାଉଛି । ହେଲେ ଆର୍ଥିକ ପ୍ରତିବନ୍ଧକ ତାଙ୍କ ପ୍ରତିଭାକୁ ରୋକି ପାରିନି । ଗୋଆରେ ଶେଷ ହୋଇଥିବା ଅଲଇଣ୍ଡିଆ ବୋର୍ଡ ସେଲିଂ ଚାମ୍ପିଅନସିପରେ ଭାଗ ନେଇ ସେ ଚାମ୍ପିଅନ ହୋଇଛନ୍ତି । ସମ୍ମୁଖରେ ଥିବା ଭାରତୀୟ ନୌସେନା ବାହିନୀର ଦକ୍ଷ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ଯୁବ ପ୍ରତିଭା ଜଣକ ହେଲେ ମଙ୍ଗଳାବାଗ ମହାସାହିର ଡି. ଶେଖର ରାଓ। ଉକ୍ତ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସମସ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା |

ଏକ ଦୁଃସାହାସିକ ନୌଚାଳନା ପ୍ରତିଯୋଗିତା ହେଉଛି ବୋର୍ଡସେଲିଂ ଚାମ୍ପିଅନସିପ । ଗୋଆର ହାଲି ବିଚ୍ ରେ ଅଲଇଣ୍ଡିଆ ବୋର୍ଡସେଲିଂ ଚାମ୍ପିଅନସିପ ଖେଳାଯାଉଥିଲା। ଏଥିରେ ଭାଗ ନେଇଥିଲେ ଶେଖର । ମୋଟ ୧୨ଟି ରେସ୍ ହୋଇଥିଲା। ଶେଖରଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିଲେ ଗୋଆର କିଛି ତାରକା ଖେଳାଳି ଓ ନୌସେନା ବାହିନୀର ଦକ୍ଷ ଅଫିସର । ମୋଟ୍ ୧୨ଟି ରେସ୍ ଭିତରୁ ୯ଟି ରେସରେ ପ୍ରଥମ ସ୍ଥାନ ହାସଲ କରି ସେ ସହଜରେ ଚାମ୍ପିଅନ ଟାଇଟଲ ଜିତିଛନ୍ତି | ଶେଖରଙ୍କୁ ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜଣାଯାଇଛି। ସୋମବାର ଦିନ ସେ କଟକରେ ପହଞ୍ଚିବା ପରେ ଶୋଭାଯାତ୍ରା ମାଧ୍ୟମରେ ତାଙ୍କୁ ପାଛୋଟି ନିଅଯାଇଥିଲା। କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍ ମଧ୍ୟ ତାଙ୍କୁ ଭେଟି ସମ୍ବଦ୍ଧିତ କରିଛନ୍ତି। କୋଚ୍ ତଥା ଅନ୍ତର୍ଜାତୀୟ ସମୁଦ୍ରବୁଡ଼ାଳି ସବୀର ଦଳଙ୍କୁ ଶେଖର ସଫଳତାର ଶ୍ରେୟ ଦେଇଛନ୍ତି।

ଡି. ରମନ୍ନା ରାଓ ଏବଂ ଡି. ଇଶ୍ବରୀଙ୍କ ୪ ସନ୍ତାନ ଭିତରୁ ସବୁଠୁ ସାନ ହେଉଛନ୍ତି ଶେଖର। ଏହାଛଡ଼ା ଶେଖରଙ୍କ ଆଉ ଏକ ପରିଚୟ ରହିଛି। ସ୍ବର୍ଗତଃ ପଦ୍ମଶ୍ରୀ ଡ଼. ପ୍ରକାଶ ରାଓ ହେଉଛନ୍ତି ତାଙ୍କ ବଡ଼ବାପା। ମହାସାହି ଅଞ୍ଚଳରେ ଘର ଭଡ଼ା ନେଇ ଶେଖରଙ୍କ ପରିବାର ଲୋକେ ରହୁଛନ୍ତି। ପିତା ରମନ୍ନା ଜଣେ ଚା’ ଦୋକାନୀ। ଏସ୍‌ସିବି ମେଡ଼ିକାଲ ମାନସିକ ରୋଗ ବିଭାଗ ସମ୍ମୁଖରେ ସେ ଚା’ ବିକ୍ରି କରି ପରିବାର ଚଳାନ୍ତି। ଶେଖରଙ୍କ ବଡ଼ ଭାଇ ଚଣ୍ଡୀ ପିତା ରମନ୍ନାଙ୍କୁ ଏହି ବ୍ୟବସାୟରେ ସାହାଯ୍ୟ କରନ୍ତି। ୨୦୧୩ରେ କୋଚ୍ ସବୀର ମହାନଦୀରେ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଥିଲେ। ଏଥିରେ ଭାଗ ନେଇଥିଲେ ଶେଖର। ସେତେବେଳେ ସେ ସନ୍ତରଣ ମଧ୍ୟ ଶିଖି ନଥିଲେ । ହେଲେ ଉଚିତ୍‌ ପ୍ରଶିକ୍ଷଣ ହାସଲ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ ।

୨୦୧୫ରେ ତାମିଲନାଡୁର ରାମେଶ୍ଵରମଠାରେ ହୋଇଥିବା ୱିଣ୍ଡ ସର୍ପିଂଗ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରଠାରୁ ଶେଖର ପଛକୁ ଫେରି ଚାହିଁ ନାହାନ୍ତି। ଲଗାତାର ଭାବେ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିବା ସହ ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ଆର୍ଥିକ ସମସ୍ୟା ଥିଲେ ମଧ୍ୟ ପରିବାର ଲୋକେ କେବେ ଅନୁଭବ କରିବାକୁ ଦେଇ ନାହାନ୍ତି ବୋଲି ଶେଖର କହିଛନ୍ତି। ପରିବାରରୁ ତାଙ୍କୁ ସବୁବେଳେ ସମର୍ଥନ ମିଳିଛି। କୋଚ୍ ସବୀର କହିଛନ୍ତି ଯେ ଶେଖରଙ୍କ ପାଖରେ ପ୍ରତିଭା ଭରପୂର ହୋଇ ରହିଛି। ସେ ସବୁବେଳେ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି। ଗୋଆରେ ଅନୁଷ୍ଠିତ ଅଲଇଣ୍ଡିଆ ବୋର୍ଡସେଲିଂ ଚାମ୍ପିଅନସିପରେ ସେ ଅନ୍ୟ ସମସ୍ତ ପ୍ରତିଦ୍ବନ୍ଦୀଙ୍କୁ ତାଜୁବ କରି ଦେଇଥିଲେ ବୋଲି ସବୀର କହିଛନ୍ତି। ଏହାଛଡ଼ା ପ୍ରତିଯୋଗିତା ନିମନ୍ତେ ପ୍ରୋତ୍ସାହନ କରିଥିବାରୁ ରାଜ୍ୟ କ୍ରୀଡ଼ା ସଚିବ ଆର ଭିନୀଲ କ୍ରିଷ୍ଣାଙ୍କୁ ସବୀର କୃତଜ୍ଞତା ଜଣାଇଛନ୍ତି ।

https://www.thesakala.in/latest-odisha-news/cuttack/shekhar-won-gold-in-the-all-india-board-selling/article-11077
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର