କଟକରେ ଫୁଟିଲା ଗୁଳି : ଫାଙ୍କା ଗୁଳି ଚଳାଇ ସୁନା ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ

The Sakala Picture
Published On

କଟକ: କଟକରେ ଫୁଟିଲା ଗୁଳି। କଟକ କନ୍ଦରପୁର ନିକଟ ମତ୍ତଗଜପୁର ଲେବୁଲ୍‌ କ୍ରସିଂଠାରେ ଡକାୟତି ପାଇଁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଫାଙ୍କା ଗୁଳି କରି ବିକାଶ ପାତ୍ର ନାମକ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ ୨୫ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ କନ୍ଦରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ […]

କଟକ: କଟକରେ ଫୁଟିଲା ଗୁଳି। କଟକ କନ୍ଦରପୁର ନିକଟ ମତ୍ତଗଜପୁର ଲେବୁଲ୍‌ କ୍ରସିଂଠାରେ ଡକାୟତି ପାଇଁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଫାଙ୍କା ଗୁଳି କରି ବିକାଶ ପାତ୍ର ନାମକ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ ୨୫ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ କନ୍ଦରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଅନ୍ତସାରଶୂନ୍ୟ ବଜେଟ; ସାଧାରଣ ଓ ମଧ୍ୟବିତ୍ତ ନିରାଶ: ମାନସ ମଙ୍ଗରାଜ

ମିଳିଥିବା ସୂଚନା ମୁତାବକ ମତ୍ତଗଜପୁର ହାଟସାହି ବାସିନ୍ଦା ବିକାଶ ଜଣେ ସୁନା ବ୍ୟବସାୟୀ। ଏକ ବାଇକ ଯୋଗେ ମତ୍ତଗଜପୁର ଦେଇ ବ୍ୟବସାୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ ୩ଟି ଦୁଇ ଚକିଆ ଯାନରେ ଆସିଥିବା ୪ ଜଣ ଦୁର୍ବୃତ୍ତ ତାଙ୍କ ଅଟକାଇବା ସହ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ବିକାଶଙ୍କୁ ଭୟଭିତ କରିଥିଲେ । ଏହା ପରେ ବିକାଶଙ୍କ ପାଖରେ ଥିବା ପ୍ରାୟ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ । ଖବର ପାଇ କନ୍ଦରପୁର ପୁଲିସ ଓ ସ୍ପେସାଲ ସ୍କାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp