ପୂର୍ବତନ ଡିଏସ୍‍ପିଙ୍କୁ ୨ ବର୍ଷ ଜେଲ

The Sakala Picture
Published On

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଡିଏସ୍‍ପି ଶ୍ରୀକାନ୍ତ କୁମାର ମିଶ୍ରଙ୍କୁ ଅଦାଲତ ୨ ବର୍ଷ ସଶ୍ରମ କାରଦଣ୍ଡ ପ୍ରଦାନ କରଛନ୍ତି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଶ୍ରୀ ମିଶ୍ରଙ୍କୁ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ଯଦି ଜରିମାନା ବାବଦ ଅର୍ଥ ଜମା କରା ନଯାଏ ତେବେ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗ କରବାକୁ ପଡ଼ିବ ବୋଲି […]

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଡିଏସ୍‍ପି ଶ୍ରୀକାନ୍ତ କୁମାର ମିଶ୍ରଙ୍କୁ ଅଦାଲତ ୨ ବର୍ଷ ସଶ୍ରମ କାରଦଣ୍ଡ ପ୍ରଦାନ କରଛନ୍ତି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଶ୍ରୀ ମିଶ୍ରଙ୍କୁ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ଯଦି ଜରିମାନା ବାବଦ ଅର୍ଥ ଜମା କରା ନଯାଏ ତେବେ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗ କରବାକୁ ପଡ଼ିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁରଠାରେ ହୋମଗାର୍ଡ ଡିଏସ୍‍ପି ଭାବେ କାର୍ଯ୍ୟକରୁଥିବା ବେଳେ ଶ୍ରୀ ମିଶ୍ରଙ୍କ ବିରୋଧରେ ଏ ସମ୍ପର୍କିତ ମାମଲା ରୁଜୁ ହୋଇଥିଲା। ଆୟ ବର୍ହିଭୂତ ସମ୍ପତି ଠୂଳ ଅଭିଯୋଗ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ୨୦୦୬ ଜୁଲାଇ ୧୫ରେ ଶ୍ରୀ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଶ୍ରୀ ମିଶ୍ରଙ୍କ ୧୯ଲକ୍ଷ ୨୦ହଜାର ୨୮୪ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠାବ କରାଯାଇଥିଲା। ପୂର୍ବତନ ଡିଏସ୍‍ପି ପ୍ରବୀଣ କୁମାର ଦାଶ ଘଟଣାର ତଦନ୍ତ କରିଥିଲେ। ଭିଜିଲାନ୍ସ ପକ୍ଷରୁ ପବ୍ଲିକ୍‍ ପ୍ରୋସିକ୍ୟୁଟର ବୀରେନ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର