ବଡ଼ମ୍ବା ରେଞ୍ଜରେ ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର, ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ସୂଚନା

The Sakala Picture
Published On

କଟକ: କଟକ ବଡ଼ମ୍ବାରେ ପୁଣି ଦନ୍ତା ହାତୀ ମୃତ୍ୟୁ। ବଡମ୍ବା ରେଞ୍ଜ ଅଧିନ ଅରଣ୍ଡା ବିଟ ଭିଲେଜ ଏରିଆ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ବଜ୍ରାଘାତ ଘଟିବାରୁ ହାତୀର ମୃତ୍ୟୁ ଘଟିଥିବା ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଖବର ପାଇ ବଡ଼ମ୍ବା ବନ ବିଭାଗ ଅଧିକାରୀ, ଆଠଗଡ ଡିଏଫଓ , ଅନୁଗୁଳ ଆରସିସିଏଫ, ସାତକୋଶିଆ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଛନ୍ତି l […]

କଟକ: କଟକ ବଡ଼ମ୍ବାରେ ପୁଣି ଦନ୍ତା ହାତୀ ମୃତ୍ୟୁ। ବଡମ୍ବା ରେଞ୍ଜ ଅଧିନ ଅରଣ୍ଡା ବିଟ ଭିଲେଜ ଏରିଆ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ବଜ୍ରାଘାତ ଘଟିବାରୁ ହାତୀର ମୃତ୍ୟୁ ଘଟିଥିବା ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଖବର ପାଇ ବଡ଼ମ୍ବା ବନ ବିଭାଗ ଅଧିକାରୀ, ଆଠଗଡ ଡିଏଫଓ , ଅନୁଗୁଳ ଆରସିସିଏଫ, ସାତକୋଶିଆ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଛନ୍ତି l ହାତୀଟିର ବୟସ ୩୫ବର୍ଷ ହେବ ବୋଲି ଜଣା ପଡ଼ିଛି। ପାରିପାର୍ଶ୍ଵିକ ସ୍ଥିତିରୁ ହାତୀଟି ବଜ୍ରାଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ସାତକୋଶିଆ ପ୍ରାଣୀ ବିଶେଷଜ୍ଞ ଡ଼ କିଶୋର କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର