ସମ୍ପର୍କର ନିଆରା ଡୋରି ବାନ୍ଧିଲେ ସୂତାହାଟର ମିନତୀ; ରିକ୍ସା ଚାଳକଙ୍କ ହାତକୁ ଟେକିଦେଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି

The Sakala Picture
Published On

କଟକ: ଆଜିର ଯୁଗରେ ସମ୍ପତି ପାଇଁ ରକ୍ତ ସମ୍ପର୍କ ଫିକା ପଡୁଛି । ସମ୍ପତି ପାଇଁ ବାପ ପୁଅ ଓ ଭାଇ ଭାଇ ମଧ୍ୟରେ ଝଗଡା ଲାଗୁଛିି । ହେଲେ କୌଣସି ରକ୍ତ ସଂପର୍କ ନ ଥାଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏଭଳି ବଦାନ୍ୟତାର ନିଆରା ଉଦାହରଣ ସାଜିଛନ୍ତି କଟକ ସହରର ସୂତାହାଟ ଅଂଚଳର ମିନତୀ ପଟ୍ଟନାୟକ । ସ୍ୱାମୀ ପଛେ ପଛେ […]

କଟକ: ଆଜିର ଯୁଗରେ ସମ୍ପତି ପାଇଁ ରକ୍ତ ସମ୍ପର୍କ ଫିକା ପଡୁଛି । ସମ୍ପତି ପାଇଁ ବାପ ପୁଅ ଓ ଭାଇ ଭାଇ ମଧ୍ୟରେ ଝଗଡା ଲାଗୁଛିି । ହେଲେ କୌଣସି ରକ୍ତ ସଂପର୍କ ନ ଥାଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏଭଳି ବଦାନ୍ୟତାର ନିଆରା ଉଦାହରଣ ସାଜିଛନ୍ତି କଟକ ସହରର ସୂତାହାଟ ଅଂଚଳର ମିନତୀ ପଟ୍ଟନାୟକ । ସ୍ୱାମୀ ପଛେ ପଛେ ଚାଲିଗଲା ଝିଅ । ୬ ମାସରେ ମିନତୀ ପଟ୍ଟନାୟକଙ୍କ ସହ ଘଟିଲା ଦୁଇ ଦୁଇଟି ବଡ଼ ଅଘଟଣ । ୬୩ ବର୍ଷୀୟ ମିନତୀଙ୍କ ଏ ଅସମୟରେ ଦମ୍ଭର ପାଚେରି ସାଜିଥିଲେ ରିକ୍ସାବାଲା ବୁଢ଼ା ସାମଲ । ମିନତୀଙ୍କୁ ଦୁନିଆ ଅନ୍ଧକାର ଦିଶୁଥିବା ବେଳେ ବନ୍ଧୁ ବାନ୍ଧବ ବି ପଚାରି ନଥିଲେ । ହେଲେ ମିନତୀଙ୍କୁ ଜଗି ରହିଥିଲେ ରିକ୍ସାବାଲା ବୁଢ଼ା । ନେଉଥିଲ ପ୍ରତି ମୁହୂର୍ତ୍ତର ଯତ୍ନ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ମିନତୀଙ୍କ ଝିଅ ଓ ସ୍ୱାମୀ ଥିବାବେଳେ ଭାବିଥିଲେ ରିକ୍ସାବାଲାଙ୍କ ପାଇଁ ଖଣ୍ଡେ ଯାଗା କିଣି ସ୍ଥାୟୀ ବାସ ଦେବେ । ସ୍ୱାମୀ ଓ ଝିଅର ମୃତ୍ୟୁ ପରେ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇଛନ୍ତି ମିନତୀ । ନିଜର ସବୁଠୁ କଠିନ ସମୟରେ ଯିଏ ପାଖରେ ଠିଆ ହୋଇଥିଲା ସିଏ ଥିଲେ ରିକ୍ସା ଚାଳକ ବୁଢା ସାମଲ । ରକ୍ତ ସମ୍ପର୍କ ନଥିଲେ ବି ମିନତୀ ସବୁ ସମ୍ପତ୍ତିବାଡ଼ିକୁ ରିକ୍ସାବାଲା ନାଁରେ ଲେଖି ଦେଇଛନ୍ତି । ଏନେଇ ମିନତୀଙ୍କୁ ତାଙ୍କ ସାନ ଭଉଣୀ ବିରୋଧ କରିଥିଲେ ମଧ୍ୟ ଅକୁଣ୍ଠ ସ୍ନେହ, ମମତା, ଭଲ ପାଇବା ଆଗରେ ସମ୍ପତ୍ତି ‘ସମ୍ପର୍କ’ ମାନେ ରଖିନି । ବୁଢ଼ାଙ୍କ ନାଁରେ ମିନତୀ ସୂତାହାଟର ତିନିମହଲା ଘର ସହ ସବୁ ସମ୍ପତ୍ତି କରି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

୨୫ ବର୍ଷ ହେଲା ମିନତୀଙ୍କ ସହ ଜଡ଼ିତ ଏହି ରିକ୍ସାବାଲା ପରିବାର । ଘରର ସବୁ ଛୋଟ ମୋଟ କାମଠୁ ନେଇ ସବୁ କିଛି କରି ଆସୁଥିଲେ ବୁଢ଼ା ସାମଲ । ସମ୍ପତ୍ତି ପାଇଁ ଥିଲା ନା ମୋହ, ନା ମାୟା । ଏବେ ସେବା ବଦଳରେ ମିନତୀ ତାଙ୍କର ସବୁ ସମ୍ପତ୍ତିକୁ ବୁଢ଼ା ସାମଲଙ୍କ ନାଁରେ କରି ଦେବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି । ମିନତୀ ତାଙ୍କ ଘରକୁ ବୁଢ଼ା ସାମଲଙ୍କ ନାଁରେ କରିବା ସହ ଭୂମିହୀନଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ୧୯୯୪ ମସିହାରେ ରିକ୍ସା ଟାଣୁଥିବା ବୁଢ଼ା ସାମଲଙ୍କ ସହ ଭେଟ ହୋଇଥିଲେ ମିନତୀ ପଟ୍ଟନାୟକ । ୨୭ ବର୍ଷ ହେଲା ତିଷ୍ଠି ରହିଥିବା ସମ୍ପର୍କ, ଆଗକୁ ସୁଦୃଢ଼ ରହିବ ବୋଲି କହିଛନ୍ତି ମିନତୀ ଓ ବୁଢ଼ା ସାମଲ । ବୁଢ଼ା ସାମଲଙ୍କ ପତ୍ନୀ ଓ ୨ ପୁଅ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

13 Nov 2021 By The Sakala

ସମ୍ପର୍କର ନିଆରା ଡୋରି ବାନ୍ଧିଲେ ସୂତାହାଟର ମିନତୀ; ରିକ୍ସା ଚାଳକଙ୍କ ହାତକୁ ଟେକିଦେଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି

କଟକ: ଆଜିର ଯୁଗରେ ସମ୍ପତି ପାଇଁ ରକ୍ତ ସମ୍ପର୍କ ଫିକା ପଡୁଛି । ସମ୍ପତି ପାଇଁ ବାପ ପୁଅ ଓ ଭାଇ ଭାଇ ମଧ୍ୟରେ ଝଗଡା ଲାଗୁଛିି । ହେଲେ କୌଣସି ରକ୍ତ ସଂପର୍କ ନ ଥାଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏଭଳି ବଦାନ୍ୟତାର ନିଆରା ଉଦାହରଣ ସାଜିଛନ୍ତି କଟକ ସହରର ସୂତାହାଟ ଅଂଚଳର ମିନତୀ ପଟ୍ଟନାୟକ । ସ୍ୱାମୀ ପଛେ ପଛେ ଚାଲିଗଲା ଝିଅ । ୬ ମାସରେ ମିନତୀ ପଟ୍ଟନାୟକଙ୍କ ସହ ଘଟିଲା ଦୁଇ ଦୁଇଟି ବଡ଼ ଅଘଟଣ । ୬୩ ବର୍ଷୀୟ ମିନତୀଙ୍କ ଏ ଅସମୟରେ ଦମ୍ଭର ପାଚେରି ସାଜିଥିଲେ ରିକ୍ସାବାଲା ବୁଢ଼ା ସାମଲ । ମିନତୀଙ୍କୁ ଦୁନିଆ ଅନ୍ଧକାର ଦିଶୁଥିବା ବେଳେ ବନ୍ଧୁ ବାନ୍ଧବ ବି ପଚାରି ନଥିଲେ । ହେଲେ ମିନତୀଙ୍କୁ ଜଗି ରହିଥିଲେ ରିକ୍ସାବାଲା ବୁଢ଼ା । ନେଉଥିଲ ପ୍ରତି ମୁହୂର୍ତ୍ତର ଯତ୍ନ ।

ମିନତୀଙ୍କ ଝିଅ ଓ ସ୍ୱାମୀ ଥିବାବେଳେ ଭାବିଥିଲେ ରିକ୍ସାବାଲାଙ୍କ ପାଇଁ ଖଣ୍ଡେ ଯାଗା କିଣି ସ୍ଥାୟୀ ବାସ ଦେବେ । ସ୍ୱାମୀ ଓ ଝିଅର ମୃତ୍ୟୁ ପରେ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇଛନ୍ତି ମିନତୀ । ନିଜର ସବୁଠୁ କଠିନ ସମୟରେ ଯିଏ ପାଖରେ ଠିଆ ହୋଇଥିଲା ସିଏ ଥିଲେ ରିକ୍ସା ଚାଳକ ବୁଢା ସାମଲ । ରକ୍ତ ସମ୍ପର୍କ ନଥିଲେ ବି ମିନତୀ ସବୁ ସମ୍ପତ୍ତିବାଡ଼ିକୁ ରିକ୍ସାବାଲା ନାଁରେ ଲେଖି ଦେଇଛନ୍ତି । ଏନେଇ ମିନତୀଙ୍କୁ ତାଙ୍କ ସାନ ଭଉଣୀ ବିରୋଧ କରିଥିଲେ ମଧ୍ୟ ଅକୁଣ୍ଠ ସ୍ନେହ, ମମତା, ଭଲ ପାଇବା ଆଗରେ ସମ୍ପତ୍ତି ‘ସମ୍ପର୍କ’ ମାନେ ରଖିନି । ବୁଢ଼ାଙ୍କ ନାଁରେ ମିନତୀ ସୂତାହାଟର ତିନିମହଲା ଘର ସହ ସବୁ ସମ୍ପତ୍ତି କରି ଦେଇଛନ୍ତି ।

୨୫ ବର୍ଷ ହେଲା ମିନତୀଙ୍କ ସହ ଜଡ଼ିତ ଏହି ରିକ୍ସାବାଲା ପରିବାର । ଘରର ସବୁ ଛୋଟ ମୋଟ କାମଠୁ ନେଇ ସବୁ କିଛି କରି ଆସୁଥିଲେ ବୁଢ଼ା ସାମଲ । ସମ୍ପତ୍ତି ପାଇଁ ଥିଲା ନା ମୋହ, ନା ମାୟା । ଏବେ ସେବା ବଦଳରେ ମିନତୀ ତାଙ୍କର ସବୁ ସମ୍ପତ୍ତିକୁ ବୁଢ଼ା ସାମଲଙ୍କ ନାଁରେ କରି ଦେବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି । ମିନତୀ ତାଙ୍କ ଘରକୁ ବୁଢ଼ା ସାମଲଙ୍କ ନାଁରେ କରିବା ସହ ଭୂମିହୀନଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ୧୯୯୪ ମସିହାରେ ରିକ୍ସା ଟାଣୁଥିବା ବୁଢ଼ା ସାମଲଙ୍କ ସହ ଭେଟ ହୋଇଥିଲେ ମିନତୀ ପଟ୍ଟନାୟକ । ୨୭ ବର୍ଷ ହେଲା ତିଷ୍ଠି ରହିଥିବା ସମ୍ପର୍କ, ଆଗକୁ ସୁଦୃଢ଼ ରହିବ ବୋଲି କହିଛନ୍ତି ମିନତୀ ଓ ବୁଢ଼ା ସାମଲ । ବୁଢ଼ା ସାମଲଙ୍କ ପତ୍ନୀ ଓ ୨ ପୁଅ ଅଛନ୍ତି ।

https://www.thesakala.in/latest-odisha-news/cuttack/old-women-donate-her-all-property-in-the-name-of-rickshaw-pullar/article-6814
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର