ଭୂତାଣୁ ପରେ ବୀଜାଣୁ ଭୟ, ଡେଉଁଛି ଡାଇରିଆ

The Sakala Picture
Published On

ଭୁବନେଶ୍ବର/ କଟକ/ ଯାଜପୁର/ ଭୁବନ: ୫ ଦିନ ତଳେ ଯାଜପୁରରେ ପାଦ ଥାପିଥିବା ଝାଡ଼ାବାନ୍ତି (ଡାଇରିଆ) ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଯାଜପୁରରେ ସ୍ଥିତି ପୂରା ବେକାବୁ ହୋଇପଡ଼ିଥିବା ବେଳେ ପାର୍ଶ୍ବବର୍ତ୍ତୀ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଶହଶହ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାର କାରଣ କିମ୍ବା ଉତ୍ପତ୍ତିର ବିନ୍ଦୁବିସର୍ଗ ଏ ପର୍ଯ୍ୟନ୍ତ ପାଇପାରୁନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିବା‌‌‌‌ରେ ଲାଗିଛି। ଡାଇରିଆର […]

ଭୁବନେଶ୍ବର/ କଟକ/ ଯାଜପୁର/ ଭୁବନ: ୫ ଦିନ ତଳେ ଯାଜପୁରରେ ପାଦ ଥାପିଥିବା ଝାଡ଼ାବାନ୍ତି (ଡାଇରିଆ) ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଯାଜପୁରରେ ସ୍ଥିତି ପୂରା ବେକାବୁ ହୋଇପଡ଼ିଥିବା ବେଳେ ପାର୍ଶ୍ବବର୍ତ୍ତୀ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଶହଶହ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାର କାରଣ କିମ୍ବା ଉତ୍ପତ୍ତିର ବିନ୍ଦୁବିସର୍ଗ ଏ ପର୍ଯ୍ୟନ୍ତ ପାଇପାରୁନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିବା‌‌‌‌ରେ ଲାଗିଛି। ଡାଇରିଆର ହଟ୍‌ସ୍ପଟ୍‌ ପାଲଟିଥିବା ଯାଜପୁରରୁ ଆଜି ପୁଣି ୫୬ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨୪ ଘଣ୍ଟାରେ, ଜିଲ୍ଲାର ଦାନଗଦି ଅଞ୍ଚଳର ଆଉ ୪୬ ଆକ୍ରାନ୍ତ ହୋଇଥିବା ବେଳେ ଡାଇରିଆରୁ ବର୍ତ୍ତିଯାଇଥିବା ଏକମାତ୍ର ବ୍ଲକ୍‌ ବିଞ୍ଝାରପୁର ଆଜି ଖାତା ଖୋଲିଛି। ବ୍ଲକ୍‌ରୁ ଆଜି ୧୦ ଡାଇରିଆ ରୋଗୀ ବାହାରିଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଡାଇରିଆରେ ଆକ୍ରାନ୍ତ ହୋଇଥିବା ଉଚ୍ଚବାଲି ପଞ୍ଚାୟତ ତାରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୫)ଙ୍କ ଆଜି ମୃତ୍ୟୁ ହୋଇଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନ‌ରେ ଡାଇରିଆ କାୟା ମେଲାଇବାରେ ଲାଗିଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ଭୁବନ ପେଣ୍ଟ୍‌ ସାହିର କୃପାସିନ୍ଧୁ ମଲ୍ଲିକ(୬୨)ଙ୍କ ମୃତ୍ୟୁ ହୋଇଛି। ବସ୍ତିର ଅନ୍ୟ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ, କଟକ ଜିଲ୍ଲାର ୪୨ ‌ମୌଜା ଅନ୍ତର୍ଗତ ଝିଙ୍କିରିଆ ପଞ୍ଚାୟତ ଓ ବାଙ୍କୀର ଘୋଳପୁର ଗାଁରେ ଡାଇରିଆ ପଶିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରୁ ୪୯ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସୂଚନାନୁଯାୟୀ, ଯାଜପୁର ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିନାହିଁ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂଗୃହୀତ ନମୁନାରୁ କଲେରା ବା ହଇଜା ଭୂତାଣୁ ବାହାରିବା ପରେ ଏହାକୁ ନେଇ ଜିଲ୍ଲାବ୍ୟାପୀ ଭୟର ବାତାବରଣ ଦେଖାଦେଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର୍‌ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ପରିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରାଯାଇପାରିନାହିଁ। ସଂଗୃହୀତ ନମୁନାରୁ ୧୧ ଜଣଙ୍କଠାରେ କଲେରା ଜୀବଣୁ ମିଳିଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଜିଲ୍ଲା ବ୍ୟାପୀ ଝାଡ଼ାବାନ୍ତି ବ୍ୟାପିବାର କାରଣ ଏ ପର୍ଯ୍ୟନ୍ତ ଧରିବାରେ ପ୍ରଶାସନ ସଫଳ ହୋଇପାରନି। ତେବେ ଝାଡ଼ାବାନ୍ତି ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଓ ବ୍ୟାସନଗର ପୌରପାଳିକା ସମେତ ଜିଲ୍ଲାର ବିଭିନ୍ନ ହୋଟେଲ ଓ ଢାବାଗୁଡ଼ିକ ଉପରେ ଚଢ଼ଉ ଜାରି ରହିଛି। ଉଭୟ ସହରରେ ୫ଟି ହୋଟେଲ୍‌କୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୂହିକ ଭୋଜିଭାତ ଉପରେ ରୋକ୍‌ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ବେ ଡାଇରିଆର ପ୍ରକୃତ ଉତ୍ସ ଓ କାରଣ ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଅନ୍ୟପକ୍ଷରେ ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଜିଲ୍ଲାରେ ପହଞ୍ଚି ସମୀକ୍ଷା ବୈଠକ କରିବା ସହ ଆକ୍ରାନ୍ତଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଭାଗର ନିର୍ଦ୍ଦେଶିକା ଡ. ବୃନ୍ଦା ଡି. ଓ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡ. ବିଜୟ କୁମାର ମହାପାତ୍ର ଯାଜପୁର ଜିଲ୍ଲାର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରିଥିଲେ। ଏହି ଅବସରରେ ଝାଡ଼ାବାନ୍ତି ତଥା ଡାଇରିଆରେ ଆକ୍ରାନ୍ତ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ମିଶନ ବିଭାଗର ନିର୍ଦ୍ଦେଶିକା ଡ. ବୃନ୍ଦା ଡି. କହିଲେ ଯେତେ ବି ଝାଡ଼ାବାନ୍ତି ସଂକ୍ରମିତ ହେଉଛନ୍ତି, ସବୁର ତାଲିକା କରାଯିବ। ପରବର୍ତ୍ତୀ ସମୟରେ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ତାଙ୍କର ଓ ତାଙ୍କ ପରିବାରର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବେ। ଆର୍‌ବିଏସ୍‌କେ ମୋବାଇଲ ହେଲଥ୍‌ ଟିମ୍‌ ପ୍ରତ୍ୟେକ ଦିନ ଗାଁ ପରିଦର୍ଶନ କରିବେ। ଯେଉଁ ଗ୍ରାମରେ ଅଧିକ ରୋଗୀ ଚିହ୍ନଟ ହେବେ, ସେଇ ଗ୍ରାମକୁ ଆଗ ପରିଦର୍ଶନ କରାଯିବ ଏବଂ ଆଉଟ୍‌ରିଚ୍‌ ଗ୍ରାମଗୁଡ଼ିକୁ ମଧ୍ୟ ଭିଜିଟ୍‌ କରାଯିବ। ପାଣି ପାଉଚ୍‌ ଓ ବୋତଲ ମ୍ୟାନୁଫ୍ୟାକ୍‌ଚର ଉପରେ ତଦାରଖ କରାଯିବ। ପ୍ରତିଦିନ ସନ୍ଧ୍ୟାରେ ଏକ ସମୀକ୍ଷା ବୈଠକ କରାଯିବ। ଏହି ବୈଠକରେ ପ୍ରଭାବିତ ଅଞ୍ଚଳଗୁନିକରେ ପ୍ରତି ସଂକ୍ରମଣ ରୋକିବା ପାଇଁ ଆଶା, ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌ମାନେ ଘରକୁ ଘର ଯାଇ ଜନସାଧାରଣଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଯାଜପୁର ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଉପୁଜିଥିବା ଡାଇରିଆର କ୍ଷେତ୍ରସ୍ତରୀୟ ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଏକ ୭ ଜଣିଆ ସ୍ୱାସ୍ଥ୍ୟ ଟିମ୍‌ ଏବଂ ୩ଜଣିଆ ଖାଦ୍ୟ ନିରାପତ୍ତା ଟିମ୍‌ ଓଡ଼ିଶା ଆସିଛନ୍ତି। ଠିକ୍‌ ସେହିପରି ଭାରତ ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ)ଙ୍କ ତରଫରୁ ୪ ଜଣିଆ ଏକ ସ୍ୱତନ୍ତ୍ର ଖାଦ୍ୟ ଗୁଣବତ୍ତା ଟିମ୍‌ ମଧ୍ୟ ଆସିଛନ୍ତି। ଏହି ତିନୋଟି ଟିମ୍‌ରେ ସମୁଦାୟ ୧୪ଜଣ ଅଛନ୍ତି। ସ୍ୱାସ୍ଥ୍ୟ ଟିମ୍‌ରେ ଆଞ୍ଚଳିକ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଡାକ୍ତର ନିଲମ୍‌ ସୋମାଲକର, ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଡାକ୍ତର ଶିବାନୀ ଲାହିରି, ଭୁବନେଶ୍ୱର ଏମ୍ସର ମାଇକ୍ରୋଲୋଜିଷ୍ଟ ପ୍ରଫେସର ଡାକ୍ତର ସୃଜନ ମହାନ୍ତି, ଶିଶୁରୋଗ ପ୍ରଫେସର୍‌ ଡାକ୍ତର ଭାଗୀରଥି ଦ୍ୱିବେଦୀ, କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ଡାକ୍ତର ସତ୍ୟଜିତ ସୁବୁଦ୍ଧି, କୋଲକାତାସ୍ଥିତ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରେମଜିତ୍‌ ଘୋଷ ଏବଂ ଡାକ୍ତର ଗୌତମ ଚୌଧୁରୀ ପ୍ରମୁଖ ଅଛନ୍ତି। ଖାଦ୍ୟ ନିରାପତ୍ତା ଟିମ୍‌ରେ କୋଲକାତାସ୍ଥିତ ଜାତୀୟ ଖାଦ୍ୟ ଗବେଷଣାଗାରର ଡାକ୍ତର ଗୀତାଞ୍ଜଳି ଶର୍ମା, ବୈଷୟିକ ଅଧିକାରୀ ମିସ ନୟନା, ଏଫ୍‌ଏସ୍‌ ଏସଏଆଇର ପୂର୍ବାଞ୍ଚଳ ଉପ-ନିର୍ଦ୍ଦେଶକ ଡାକ୍ତର ଶଶିକାନ୍ତ ଭୂୟାଁ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟିମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜନ ସ୍ୱାସ୍ଥ୍ୟସ୍ଥିତି ପରଖିବା ସହ ରୋଗର କାରଣ ଏବଂ ନିରାକରଣ ସମ୍ୱନ୍ଧରେ କ୍ଷେତ୍ରସ୍ତରୀୟ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଜଣାଇଛନ୍ତି ଯେ ଯାଜପୁର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୧୬ ଜଣ ଡାଇରିଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨୧୦ ଜଣଙ୍କର ଚିକିତ୍ସା ଚାଲିଛି। ସେମାନେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଚିକିତ୍ସକମାନେ ଆଶା ପ୍ରକଟ କରିଛନ୍ତି।

15 Jun 2025 By The Sakala

https://www.thesakala.in/latest-odisha-news/cuttack/after-the-virus-the-fear-of-germs-diarrhea-is-spreading/article-41169
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର