କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଡିଏମ୍‌‌ଆରସି ତତ୍ପର, ୬ଟି ଷ୍ଟେସନ ନିର୍ମାଣ ପାଇଁ ଟେଣ୍ଡର୍‌ ଆହ୍ୱାନ

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରୁ ମେଟ୍ରୋ ପ୍ରକଳ୍ପ କାମ ପାଇଁ ତତ୍ପର ହୋଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସନ୍‌‌(ଡିଏମ୍‌‌ଆରସି)। ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସଂସ୍ଥା ଏକ ବଡ଼ ଟେଣ୍ଡର୍‌ ଆହ୍ୱାନ କରିଛି। ଏଥିରେ ଭୁବନେଶ୍ୱରର ପ୍ରମୁଖ ୬ଟି ସ୍ଥାନରେ ଷ୍ଟେସନ୍‌ ନିର୍ମାଣ ସହ ଭାଏଡକ୍ଟ ନିର୍ମାଣ ପାଇଁ ଟେଣ୍ଡର୍‌ ଆହ୍ୱାନ କରାଯାଇଛି। ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୬୩୦.୬୫ କୋଟି ଟଙ୍କା ରହିଥିବା ବେଳେ ଟେଣ୍ଡର୍‌ ପ୍ରକ୍ରିୟାରେ ଭାଗନେବା ପାଇଁ […]

ଭୁବନେଶ୍ୱର : ଭୁବନେଶ୍ୱରରୁ ମେଟ୍ରୋ ପ୍ରକଳ୍ପ କାମ ପାଇଁ ତତ୍ପର ହୋଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସନ୍‌‌(ଡିଏମ୍‌‌ଆରସି)। ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସଂସ୍ଥା ଏକ ବଡ଼ ଟେଣ୍ଡର୍‌ ଆହ୍ୱାନ କରିଛି। ଏଥିରେ ଭୁବନେଶ୍ୱରର ପ୍ରମୁଖ ୬ଟି ସ୍ଥାନରେ ଷ୍ଟେସନ୍‌ ନିର୍ମାଣ ସହ ଭାଏଡକ୍ଟ ନିର୍ମାଣ ପାଇଁ ଟେଣ୍ଡର୍‌ ଆହ୍ୱାନ କରାଯାଇଛି। ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୬୩୦.୬୫ କୋଟି ଟଙ୍କା ରହିଥିବା ବେଳେ ଟେଣ୍ଡର୍‌ ପ୍ରକ୍ରିୟାରେ ଭାଗନେବା ପାଇଁ ହେଲେ ସମାନ ପ୍ରକଳ୍ପ ଭଳି ୫୦୦ କୋଟି ଟଙ୍କାର କାର୍ଯ୍ୟ କରିଥିବା ଅଭିଜ୍ଞତା ରହିଥିବା ସର୍ତ୍ତ ରହିଛି। ଏଲଭେଟଡ୍‌‌ ପଦ୍ଧତିରେ ଏହି ଷ୍ଟେସନ ନିର୍ମାଣ କରାଯିବ ବୋଲି ଟେଣ୍ଡରରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା କ୍ୟାଡରରୁ ପୁଣି ଜଣେ ଆଇପିଏସ୍‌ଙ୍କ ଇସ୍ତଫା: ଜଗମୋହନଙ୍କ ପରେ ଚାକିରି ଛାଡ଼ିଲେ ସି.ଏ. ରାମଦାସ

ଷ୍ଟେସନ୍‌ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ କ୍ୟାପିଟାଲ୍‌‌ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମନ୍ଦିର ଛକ, ବାଣି ବିହାର ଓ ଆଚାର୍ଯ୍ୟ ବିହାର ଛକ ଆଦି ୬ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଭୁବନେଶ୍ୱର ବିମାନ ବନ୍ଦରରେ ମେଟ୍ରୋ ଷ୍ଟେସନ ପାଇଁ ଡିଜିସିଏରୁ ଅନୁମତି ମିଳିବା ପରେ ନିର୍ମାଣ ଆରମ୍ଭ ହେବ। ପୂର୍ବରୁ ଶିଶୁଭବନ ଛକରେ ଷ୍ଟେସନ ହେବାର ଯୋଜନା ଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇ ବାପୁଜୀନଗରରେ ଷ୍ଟେସନ ହେବ। ୭ କିଲୋମିଟରରୁ ଅଧିକ ଏହି ରାସ୍ତାରେ ଏବେ ଗୋଟିଏ ଲାଇନ ବିଛାଯିବ। ଟେଣ୍ଡର ଡକାଯାଇଥିବା ଏହି କାର୍ଯ୍ୟ ସାରିବାକୁ ୩ ମାସ ସମୟ ଦିଆଯାଇଅଛି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ୬୨୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ। ୪ ବର୍ଷରେ ସମ୍ପୂର୍ଣ୍ଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ଦ୍ଦେଶକ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍

୧୫ଏପ୍ରିଲ୍‌‌ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ଟେଣ୍ଡର ଦାଖଲ ପ୍ରକ୍ରିୟା ଜାରି ରହିବା ସହ ୨୪ଏପ୍ରିଲରେ ଟେଣ୍ଡର ଖୋଲିବ ବୋଲି ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଆସନ୍ତା ୧୯ତାରିଖରେ ଏକ ପ୍ରି-ବିଡ୍‌‌ ବୈଠକ ବସିବା ନେଇ ଦିଲ୍ଲୀ ମେଟ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଗତ ନୂଆବର୍ଷ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏହି ବହୁପ୍ରତୀକ୍ଷିତ ପ୍ରକଳ୍ପର ଭିତ୍ତି ସ୍ଥାପନ କରିବା ପରେ ଏହି ମେଟ୍ରୋ ପ୍ରକଳ୍ପ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଦିଲ୍ଲୀ ମେଟ୍ରୋ କର୍ପୋରେସନ୍‌‌କୁ ରାଜ୍ୟର ମେଟ୍ରୋ ପ୍ରକଳ୍ପର ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ଫୁଲପୋଖରୀ ନିକଟରେ ଦିଲ୍ଲୀ ମେଟ୍ରୋ ପକ୍ଷରୁ ମେଟ୍ରୋ ଡିପୋ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଡିପୋ ନିର୍ମାଣ ସହ ୱାର୍କସପ୍‌‌, ଓସିସି ବିଲ୍ଡିଂ ନିର୍ମାଣ ଓ ପାଚେରି ସମେତ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ଭିନ୍ନଭିନ୍ନ ଭାବେ ୨ଟି ଟେଣ୍ଡର୍‌ ପୂର୍ବରୁ ଆହ୍ୱାନ କରାଯାଇ ସାରିଛି।

ଆହୁରି ପଢ଼ନ୍ତୁ: ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରା: ସଜେଇ ହୋଇଛି ପୁରୀ ବଡଦାଣ୍ଡ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଜ୍ୟର ଏହି ସର୍ବବୃହତ୍‌ ପ୍ରକଳ୍ପ ପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବା ବେଳେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବେ। ‘୫-ଟି’ ଉପକ୍ରମ ଅନୁଯାୟୀ ଏହାକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ରହିଛି। ସୂଚନାଯୋଗ୍ୟ ଯେ ତ୍ରିଶୁଳିଆଠାରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏଁ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ମୋଟ ୨୦ ଷ୍ଟେସନ ରହିବ।

ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ କାମଚଳା ବଜେଟ୍‌‌ରେ ୧ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଯେହେତୁ ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ତେଣୁ ସାଧାରଣ ବଜେଟ୍‌‌ ଆସିବାରେ ବିଳମ୍ବ ହେବ। ମେଟ୍ରୋ ପ୍ରକଳ୍ପ ପାଇଁ ଆଗକୁ ଜୋରଦାର କାର୍ଯ୍ୟ ହେବାକୁ ଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ମେଟ୍ରୋ ରେଳ କର୍ପୋ‌ରେସନ୍‌ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ଓ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକରେ ମଧ୍ୟ ମେଟ୍ରୋ ରେଳ ପ୍ରକଳ୍ପ କାମକୁ ବାରମ୍ବାର ସମୀକ୍ଷା କରାଯାଉଛି। ଗତ ଫେବ୍ରୁଆରୀରେ ଏହି ଦୁଇ ଉଚ୍ଚସ୍ତରୀୟ କମିଟି ବୈଠକରେ ଆସନ୍ତା ୬ ମାସ ମଧ୍ୟରେ ମେଟ୍ରୋ ପକ୍ରଳ୍ପ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଟେଣ୍ଡର ପ୍ରକ୍ରିୟା ସାରାକିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଭୂମି ଯୋଜନା ଓ ଗଠନ ବ୍ୟବସ୍ଥା, ସିଭିଲ କାମ, ବିଭିନ୍ନ ଉପଯୋଗିତା ସ୍ଥାନାନ୍ତର ଆଦି ସମ୍ପର୍କରେ ଟେଣ୍ଡର କାର୍ଯ୍ୟ ସରିବା ପାଇଁ ଯୋଜନା କରାଯାଇଛି। ଯାହାର ପରିଣାମ ସ୍ୱରୂପ ଏହି ଗୁରୁତ୍ୱପୂର୍ଣ୍ଣ ଟେଣ୍ଡର ଆହ୍ୱାନ କରାଯାଇଥିବା ଜଣାପଡ଼ିଛି।

13 Mar 2024 By The Sakala

କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଡିଏମ୍‌‌ଆରସି ତତ୍ପର, ୬ଟି ଷ୍ଟେସନ ନିର୍ମାଣ ପାଇଁ ଟେଣ୍ଡର୍‌ ଆହ୍ୱାନ

ଭୁବନେଶ୍ୱର : ଭୁବନେଶ୍ୱରରୁ ମେଟ୍ରୋ ପ୍ରକଳ୍ପ କାମ ପାଇଁ ତତ୍ପର ହୋଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସନ୍‌‌(ଡିଏମ୍‌‌ଆରସି)। ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସଂସ୍ଥା ଏକ ବଡ଼ ଟେଣ୍ଡର୍‌ ଆହ୍ୱାନ କରିଛି। ଏଥିରେ ଭୁବନେଶ୍ୱରର ପ୍ରମୁଖ ୬ଟି ସ୍ଥାନରେ ଷ୍ଟେସନ୍‌ ନିର୍ମାଣ ସହ ଭାଏଡକ୍ଟ ନିର୍ମାଣ ପାଇଁ ଟେଣ୍ଡର୍‌ ଆହ୍ୱାନ କରାଯାଇଛି। ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୬୩୦.୬୫ କୋଟି ଟଙ୍କା ରହିଥିବା ବେଳେ ଟେଣ୍ଡର୍‌ ପ୍ରକ୍ରିୟାରେ ଭାଗନେବା ପାଇଁ ହେଲେ ସମାନ ପ୍ରକଳ୍ପ ଭଳି ୫୦୦ କୋଟି ଟଙ୍କାର କାର୍ଯ୍ୟ କରିଥିବା ଅଭିଜ୍ଞତା ରହିଥିବା ସର୍ତ୍ତ ରହିଛି। ଏଲଭେଟଡ୍‌‌ ପଦ୍ଧତିରେ ଏହି ଷ୍ଟେସନ ନିର୍ମାଣ କରାଯିବ ବୋଲି ଟେଣ୍ଡରରେ ଦର୍ଶାଯାଇଛି।

ଷ୍ଟେସନ୍‌ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ କ୍ୟାପିଟାଲ୍‌‌ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମନ୍ଦିର ଛକ, ବାଣି ବିହାର ଓ ଆଚାର୍ଯ୍ୟ ବିହାର ଛକ ଆଦି ୬ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଭୁବନେଶ୍ୱର ବିମାନ ବନ୍ଦରରେ ମେଟ୍ରୋ ଷ୍ଟେସନ ପାଇଁ ଡିଜିସିଏରୁ ଅନୁମତି ମିଳିବା ପରେ ନିର୍ମାଣ ଆରମ୍ଭ ହେବ। ପୂର୍ବରୁ ଶିଶୁଭବନ ଛକରେ ଷ୍ଟେସନ ହେବାର ଯୋଜନା ଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇ ବାପୁଜୀନଗରରେ ଷ୍ଟେସନ ହେବ। ୭ କିଲୋମିଟରରୁ ଅଧିକ ଏହି ରାସ୍ତାରେ ଏବେ ଗୋଟିଏ ଲାଇନ ବିଛାଯିବ। ଟେଣ୍ଡର ଡକାଯାଇଥିବା ଏହି କାର୍ଯ୍ୟ ସାରିବାକୁ ୩ ମାସ ସମୟ ଦିଆଯାଇଅଛି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ୬୨୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ। ୪ ବର୍ଷରେ ସମ୍ପୂର୍ଣ୍ଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

୧୫ଏପ୍ରିଲ୍‌‌ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ଟେଣ୍ଡର ଦାଖଲ ପ୍ରକ୍ରିୟା ଜାରି ରହିବା ସହ ୨୪ଏପ୍ରିଲରେ ଟେଣ୍ଡର ଖୋଲିବ ବୋଲି ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଆସନ୍ତା ୧୯ତାରିଖରେ ଏକ ପ୍ରି-ବିଡ୍‌‌ ବୈଠକ ବସିବା ନେଇ ଦିଲ୍ଲୀ ମେଟ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଗତ ନୂଆବର୍ଷ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏହି ବହୁପ୍ରତୀକ୍ଷିତ ପ୍ରକଳ୍ପର ଭିତ୍ତି ସ୍ଥାପନ କରିବା ପରେ ଏହି ମେଟ୍ରୋ ପ୍ରକଳ୍ପ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଦିଲ୍ଲୀ ମେଟ୍ରୋ କର୍ପୋରେସନ୍‌‌କୁ ରାଜ୍ୟର ମେଟ୍ରୋ ପ୍ରକଳ୍ପର ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ଫୁଲପୋଖରୀ ନିକଟରେ ଦିଲ୍ଲୀ ମେଟ୍ରୋ ପକ୍ଷରୁ ମେଟ୍ରୋ ଡିପୋ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଡିପୋ ନିର୍ମାଣ ସହ ୱାର୍କସପ୍‌‌, ଓସିସି ବିଲ୍ଡିଂ ନିର୍ମାଣ ଓ ପାଚେରି ସମେତ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ଭିନ୍ନଭିନ୍ନ ଭାବେ ୨ଟି ଟେଣ୍ଡର୍‌ ପୂର୍ବରୁ ଆହ୍ୱାନ କରାଯାଇ ସାରିଛି।

ରାଜ୍ୟର ଏହି ସର୍ବବୃହତ୍‌ ପ୍ରକଳ୍ପ ପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବା ବେଳେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବେ। ‘୫-ଟି’ ଉପକ୍ରମ ଅନୁଯାୟୀ ଏହାକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ରହିଛି। ସୂଚନାଯୋଗ୍ୟ ଯେ ତ୍ରିଶୁଳିଆଠାରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏଁ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ମୋଟ ୨୦ ଷ୍ଟେସନ ରହିବ।

ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ କାମଚଳା ବଜେଟ୍‌‌ରେ ୧ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଯେହେତୁ ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ତେଣୁ ସାଧାରଣ ବଜେଟ୍‌‌ ଆସିବାରେ ବିଳମ୍ବ ହେବ। ମେଟ୍ରୋ ପ୍ରକଳ୍ପ ପାଇଁ ଆଗକୁ ଜୋରଦାର କାର୍ଯ୍ୟ ହେବାକୁ ଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ମେଟ୍ରୋ ରେଳ କର୍ପୋ‌ରେସନ୍‌ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ଓ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକରେ ମଧ୍ୟ ମେଟ୍ରୋ ରେଳ ପ୍ରକଳ୍ପ କାମକୁ ବାରମ୍ବାର ସମୀକ୍ଷା କରାଯାଉଛି। ଗତ ଫେବ୍ରୁଆରୀରେ ଏହି ଦୁଇ ଉଚ୍ଚସ୍ତରୀୟ କମିଟି ବୈଠକରେ ଆସନ୍ତା ୬ ମାସ ମଧ୍ୟରେ ମେଟ୍ରୋ ପକ୍ରଳ୍ପ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଟେଣ୍ଡର ପ୍ରକ୍ରିୟା ସାରାକିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଭୂମି ଯୋଜନା ଓ ଗଠନ ବ୍ୟବସ୍ଥା, ସିଭିଲ କାମ, ବିଭିନ୍ନ ଉପଯୋଗିତା ସ୍ଥାନାନ୍ତର ଆଦି ସମ୍ପର୍କରେ ଟେଣ୍ଡର କାର୍ଯ୍ୟ ସରିବା ପାଇଁ ଯୋଜନା କରାଯାଇଛି। ଯାହାର ପରିଣାମ ସ୍ୱରୂପ ଏହି ଗୁରୁତ୍ୱପୂର୍ଣ୍ଣ ଟେଣ୍ଡର ଆହ୍ୱାନ କରାଯାଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର