ୟେଲୋ ଜୋନ୍‌ରେ ବଢୁଛି ଭିଡ଼

The Sakala Picture
Published On

ଭୁବନେଶ୍ୱର : ଗୁରୁବାର ତୁଳନାରେ ଶୁକ୍ରବାର ସଂକ୍ରମଣ ବଢି ନ ଥିଲେ ମଧ୍ୟ ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବେଶ କିଛି ଦିନ ହେଲା ମୃତ୍ୟୁ ସଂଖ୍ୟାରେ ବ୍ରେକ୍‍ ଲାଗିଥିଲା। କିନ୍ତୁ ଗୁରୁବାର ସକାଳ ସୁଦ୍ଧା ୩ ଜଣ ଓ ଶୁକ୍ରବାର ସକାଳ ସୁଦ୍ଧା ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ତେଣୁ ଆଗକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିଲେ ମୃତ୍ୟୁ ସଂଖ୍ୟା ବଢିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ବିଶେଷଜ୍ଞଙ୍କ ପୂର୍ବାନୁମାନରେ […]

ଭୁବନେଶ୍ୱର : ଗୁରୁବାର ତୁଳନାରେ ଶୁକ୍ରବାର ସଂକ୍ରମଣ ବଢି ନ ଥିଲେ ମଧ୍ୟ ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବେଶ କିଛି ଦିନ ହେଲା ମୃତ୍ୟୁ ସଂଖ୍ୟାରେ ବ୍ରେକ୍‍ ଲାଗିଥିଲା। କିନ୍ତୁ ଗୁରୁବାର ସକାଳ ସୁଦ୍ଧା ୩ ଜଣ ଓ ଶୁକ୍ରବାର ସକାଳ ସୁଦ୍ଧା ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ତେଣୁ ଆଗକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିଲେ ମୃତ୍ୟୁ ସଂଖ୍ୟା ବଢିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ବିଶେଷଜ୍ଞଙ୍କ ପୂର୍ବାନୁମାନରେ ଶୀର୍ଷ ସ୍ଥିତିରେ ପ୍ରତି ଶହେ ରୋଗୀରେ ୨ରୁ ୩ଜଣଙ୍କର ମୃତ୍ୟୁ ହେବା ଆଶଙ୍କା ରହିଛି। କଟକଣାକୁ ବେଖାତିରି କରି ‘ୟେଲୋ ଜୋନ୍‌’ ଅଞ୍ଚଳରେ ଲୋକମାନେ ଭିଡ଼ ଜମାଉଛନ୍ତି। ତେଣୁ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି। ‘ରେଡ୍‍ ଜୋନ୍‌’ରେ ଜିଲ୍ଲା ସଂଖ୍ୟା ୪ରେ ସୀମିତ ଥିବା ବେଳେ ‘ୟେଲୋ ଜୋନ୍‌’ରେ ସଂକ୍ରମଣ ବଢିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପୂର୍ବାନୁମାନ ସତ ହେଲେ ଚଳିତ ମାସ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ବେଳକୁ ଅର୍ଦ୍ଧାଧିକ ଜିଲ୍ଲା ‘ରେଡ୍‍ ଜୋନ୍‌’କୁ ଆସିଯାଇଥିବ। ଶୁକ୍ରବାର ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ଅଙ୍କ ଅତିକ୍ରମ କରିଛି। ଆଜି ଖୋର୍ଦ୍ଧାରେ ନୂଆ ମାମଲା ୩ ହଜାର
ଅତିକ୍ରମ କରିଥିବା ବେଳେ ସୁନ୍ଦରଗଡରେ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣ ହାର ମଧ୍ୟ ବୃଦ୍ଧି ପାଇ ୧୩.୫୭ ପ୍ରତିଶତରେ ପହଞ୍ଚିଛି। ଗତକାଲି ୭୫ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା। ଆଜି ସକାଳ ସୁଦ୍ଧା ୧୫ ଜିଲ୍ଲାରେ ସଂକ୍ରମଣ ହାର ୮ ପ୍ରତିଶତରୁ ୨୭ ପ୍ରତିଶତ ମଧ୍ୟରେ ଅଛି। ଆଜି ଖୋର୍ଦ୍ଧାରୁ ୩୪୯୬ ପଜିଟିଭ୍‍ ଚିହ୍ନଟ ହୋଇଥିଲା ବେଳେ ସୁନ୍ଦରଗଡରୁ ୧୦୪୯, କଟକରୁ ୮୪୪, ସମ୍ବଲପୁରରେ ୫୨୯, ବାଲେଶ୍ୱରରୁ ୪୫୭, ମୟୂରଭଞ୍ଜରେ ୩୪୦, ପୁରୀରେ ୨୬୯, କଳାହାଣ୍ଡିରେ ୨୦୩, ଜାରସୁଗୁଡ଼ାରେ ୨୦୨, ବଲାଙ୍ଗିରରେ ୧୯୧, କୋରାପୁଟରେ ୧୮୬, ଜଗତସିଂହପୁରରେ ୧୩୨, ନବରଙ୍ଗପୁରରୁ ୧୨୫, ବରଗଡ ଓ ଭଦ୍ରକରେ ୧୦୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୦-୧୮ ବର୍ଷ ମଧ୍ୟରେ ୧୦୬୫ ପିଲା ଅଛନ୍ତି। ଅପରପକ୍ଷେ ଆଜି ସଂଧ୍ୟା ସୁଦ୍ଧା ରାଜ୍ୟରେ ଆଉ ୨୨୧୬ ଜଣ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ସାଢ଼େ ଦଶ ଲକ୍ଷ ଅତିକ୍ରମ କରିଛି।

ଡିସେମ୍ବର ମାସରେ ରାଜ୍ୟରେ କୋଭିଡ୍‍ ମୃତ୍ୟୁରେ ଏକ ପ୍ରକାର ବ୍ରେକ୍‍ ଲାଗିଥିଲା। ଡାକ୍ତରଖାନାରେ ବିଶେଷକରି ଆଇସିୟୁ ଏବଂ ଭେଣ୍ଟିଲେଟରରେ ରୋଗୀଙ୍କ ଉପସ୍ଥାନ ନଗଣ୍ୟଥିଲା। ତେବେ ପୁଣି ଥରେ ରୋଗୀ ଗୁରୁତର ହେବା ଆରମ୍ଭ କରିଛି। ତୃତୀୟ ଲହରରେ ଦୈନିକ ସଂକ୍ରମଣ ୧୦ ହଜାର ଧରିବାମାତ୍ରେ ୩/୪ ଜଣ ପ୍ରାଣ ହରାଇବା ଆରମ୍ଭ କଲେଣି। ଆଇସିୟୁ ଏବଂ ଭେଣ୍ଟିଲେଟର ସ୍ଥିତିକୁ ଦେଖିଲେ ରୋଗୀ ଗୁରୁତର ହେଉଥିବା ସ୍ପଷ୍ଟ ହେଉଛି। ଆଇସିୟୁ/ଏଚ୍‍ଡିୟୁରେ ଏବେ ୩୪୫ (୧୨.୭୭%) ରୋଗୀ ଚିକିତ୍ସିତ ହେଉଥିଲା ବେଳେ ୩୨ (୩.୫୨%) ଭେଣ୍ଟିଲେଟର୍‍ ଶଯ୍ୟାରେ ଚିକିତ୍ସିତ ହେଉଛନ୍ତି। ସରକାରୀ କୋଭିଡ୍‍ ଡାକ୍ତରଖାନାରେ ଥିବା ଆଇସିୟୁ/ଏଚ୍‍ଡିୟୁରେ ୪.୩୬ ପ୍ରତିଶତ ଏବଂ ୦.୮୭ ପ୍ରତିଶତ ଭେଣ୍ଟିଲେଟରରେ ଶିଶୁ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଏବେ ୯୭ ପ୍ରତିଶତ କରୋନା ସଂକ୍ରମିତ ହୋମ୍‍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଓଡ଼ିଶାରେ ୮୪୭୬ ଆକ୍ରାନ୍ତ ପ୍ରାଣ ହରାଇଲେଣି। ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି, ଡେଲ୍‍ଟା ଠାରୁ ଓମିକ୍ରନ୍‍ ୫ ଗୁଣା ଅଧିକ ତୀବ୍ର। କିନ୍ତୁ ଏହା ପ୍ରାଣଘାତକ ନୁହେଁ। ଏହା ସତ୍ତ୍ବେ ସମଗ୍ର ଦେଶରେ ଦୈନିକ ୨୫୦ରୁ ୩ ଶହ ରୋଗୀ ପ୍ରାଣ ହରାଉଛନ୍ତି। ଶୀର୍ଷ ସଂକ୍ରମଣ ସମୟରେ ଦୈନିକ ୩୦ ହଜାର ଆକ୍ରାନ୍ତ ଚିହ୍ନଟ ହେବା ସମ୍ଭାବନା ରହିଛି। ମୃତ୍ୟୁ ସଂଖ୍ୟା ୧ ପ୍ରତିଶତ ରହିବ। ତେବେ ଏହାକୁ ହାଲୁକାରେ ଗ୍ରହଣ କରିବା ଉଚିତ ନୁହେଁ। ରୋଗୀ ବଢିଲେ ମୃତ୍ୟୁ ମଧ୍ୟ ବଢିବ। ଏଥିପାଇଁ ଆମକୁ ସତର୍କ ଓ ପ୍ରସ୍ତୁତ ରହିବା ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର