ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ: ଗୃହ ସଦସ୍ୟ ଓ ସମସ୍ତ କର୍ମଚାରୀଙ୍କ ଚାଲିଛି କରୋନା ଟେଷ୍ଟ

The Sakala Picture
Published On

ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏ ନେଇ ଆଜିଠୁ ବିଧାୟକ ଓ ଗୃହ କାର୍ଯ୍ଯରେ ଯୋଗଦେଉଥିବା ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ ହେଉଛି । ଆଜିଠୁ ୩୦ ତାରିଖ ଯାଏଁ ତିନି ଦିନ ଧରି ହେବ କୋଭିଡ୍ ଟେଷ୍ଟିଂ । ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ହେବ ଟେଷ୍ଟିଂ । ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକଙ୍କର କରୋନା ଟେଷ୍ଟ କରାଯାଉଛି । ସେହିଭଳି ସାମ୍ବାଦିକ ଓ […]

ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏ ନେଇ ଆଜିଠୁ ବିଧାୟକ ଓ ଗୃହ କାର୍ଯ୍ଯରେ ଯୋଗଦେଉଥିବା ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ ହେଉଛି । ଆଜିଠୁ ୩୦ ତାରିଖ ଯାଏଁ ତିନି ଦିନ ଧରି ହେବ କୋଭିଡ୍ ଟେଷ୍ଟିଂ । ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ହେବ ଟେଷ୍ଟିଂ ।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକଙ୍କର କରୋନା ଟେଷ୍ଟ କରାଯାଉଛି । ସେହିଭଳି ସାମ୍ବାଦିକ ଓ ସୁରକ୍ଷାକର୍ମୀଙ୍କର ମଧ୍ୟ କରୋନା ଟେଷ୍ଟ ହେଉଛି । ସମସ୍ତଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ୍ ଆସିଲେ ଶୀତକାଳୀନ ଅଧିବେଶନକୁ ଅନୁମତି ମିଳିବ ।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ଅନ୍ୟପକ୍ଷରେ, ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । କିଭଳି ସୁରୁଖୁରରେ ଗୃହ କାର୍ୟ୍ୟ ଚାଲିବ, ସେ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ସମସ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବେ । ବିନା କୌଣସି ହୋ-ହାଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ହେବ ଆଲୋଚନା । ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

କୃଷି ଆଇନ୍ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ପରେ ବି ଏବେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି । ପଡୋଶୀ ରାଷ୍ଟ୍ର ସହ ସୀମା ବିବାଦ ମଧ୍ୟ ଲାଗି ରହିଛି । ଦରବୃଦ୍ଧଇ ଓ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ମୁଖ୍ୟ ବିରୋଧୀ କଂଗ୍ରେସ ୧୫ରୁ ୧୬ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବୋଲି କହିଛି । ଅନ୍ୟପଟେ ଟିଏମସି, ଆରଜେଡି, ଶିବସେନା, ଏନସିପି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ନଭେମ୍ବର ୨୯ରୁ ଡିସେମ୍ବର ୨୩ ତାରିଖ ପର୍ୟ୍ୟନ୍ତ ସଂସଦର ଶୀତକାଳିନ ଅଧିବେଶନ ଚାଲିବ । ଏଥରଅନେକ ବିଲ୍ ପାରିତ କରାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ର ସରକାର । ପ୍ରଥମ ଦିନରେ ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ ଆରମ୍ଭ ହେବ ପ୍ରକ୍ରିୟା ।

28 Nov 2021 By The Sakala

ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ: ଗୃହ ସଦସ୍ୟ ଓ ସମସ୍ତ କର୍ମଚାରୀଙ୍କ ଚାଲିଛି କରୋନା ଟେଷ୍ଟ

ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏ ନେଇ ଆଜିଠୁ ବିଧାୟକ ଓ ଗୃହ କାର୍ଯ୍ଯରେ ଯୋଗଦେଉଥିବା ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ ହେଉଛି । ଆଜିଠୁ ୩୦ ତାରିଖ ଯାଏଁ ତିନି ଦିନ ଧରି ହେବ କୋଭିଡ୍ ଟେଷ୍ଟିଂ । ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ହେବ ଟେଷ୍ଟିଂ ।

ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକଙ୍କର କରୋନା ଟେଷ୍ଟ କରାଯାଉଛି । ସେହିଭଳି ସାମ୍ବାଦିକ ଓ ସୁରକ୍ଷାକର୍ମୀଙ୍କର ମଧ୍ୟ କରୋନା ଟେଷ୍ଟ ହେଉଛି । ସମସ୍ତଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ୍ ଆସିଲେ ଶୀତକାଳୀନ ଅଧିବେଶନକୁ ଅନୁମତି ମିଳିବ ।

ଅନ୍ୟପକ୍ଷରେ, ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । କିଭଳି ସୁରୁଖୁରରେ ଗୃହ କାର୍ୟ୍ୟ ଚାଲିବ, ସେ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ସମସ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବେ । ବିନା କୌଣସି ହୋ-ହାଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ହେବ ଆଲୋଚନା । ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।

କୃଷି ଆଇନ୍ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ପରେ ବି ଏବେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି । ପଡୋଶୀ ରାଷ୍ଟ୍ର ସହ ସୀମା ବିବାଦ ମଧ୍ୟ ଲାଗି ରହିଛି । ଦରବୃଦ୍ଧଇ ଓ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ମୁଖ୍ୟ ବିରୋଧୀ କଂଗ୍ରେସ ୧୫ରୁ ୧୬ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବୋଲି କହିଛି । ଅନ୍ୟପଟେ ଟିଏମସି, ଆରଜେଡି, ଶିବସେନା, ଏନସିପି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ନଭେମ୍ବର ୨୯ରୁ ଡିସେମ୍ବର ୨୩ ତାରିଖ ପର୍ୟ୍ୟନ୍ତ ସଂସଦର ଶୀତକାଳିନ ଅଧିବେଶନ ଚାଲିବ । ଏଥରଅନେକ ବିଲ୍ ପାରିତ କରାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ର ସରକାର । ପ୍ରଥମ ଦିନରେ ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ ଆରମ୍ଭ ହେବ ପ୍ରକ୍ରିୟା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର