ବାଲେଶ୍ବରରେ ଏସିଡ୍ ପକାଇ ଯୁବତୀଙ୍କୁ ହତ୍ୟା ମାମଲା: ଦୋଷୀ ଚନ୍ଦନ ରଣାକୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ

Madhusudan Das Picture
Published On

ବାଲେଶ୍ବର: ବାଲେଶ୍ବରରେ ବହୁଚର୍ଚ୍ଚିତ ଏସିଡ ମାଡ ଘଟଣାରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ଆସିଲା ରାୟ । ଦୋଷୀ ଚନ୍ଦନ ରଣାକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ପେଶାଲ କୋର୍ଟ (ଏସସି,ଏସଟି) ଜଜ୍ ଅବଦୁଲ୍ ସମିମ୍ ଅଖତର । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ଗତ ୨୦୨୩ ମସିହା ଫେବୃଆରୀ ୨୦ ତାରିଖରେ ତା'ର ଦ୍ଵିତୀୟ ସ୍ତ୍ରୀ ବନିତା ସିଂ ଙ୍କୁ ଏସିଡ ଆକ୍ରମଣ କରି ଫେରାର ହୋଇ ଯାଇଥିଲା । ସେତେବେଳେ ଏହି ଘଟଣାରେ ବାଲେଶ୍ଵର ପୁଲିସ ଏସିଡ ଆକ୍ରମଣ ଘଟଣାର ସଂପୃକ୍ତ ୭ ଜଣକୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବାଲେଶ୍ଵର ପୋଲିସ ୫ଟି ଟିମ୍ ଗଠନ କରିଥିଲା। କଲିକତା, ମହାରାଷ୍ଟ୍ର ଓ ତାମିଲନାଡୁ ପୋଲିସ ସହାୟତାରେ ରାଜ୍ୟ ବାହାରୁ ଦୋଷୀ ଚନ୍ଦନକୁ ଗିରଫ  କରିଥିଲା ବାଲେଶ୍ଵର ପୋଲିସର ସ୍ଵତନ୍ତ୍ର ଟିମ୍ । 

ଆହୁରି ପଢ଼ନ୍ତୁ: ସଂସଦ ଭବନ ସମେତ ଦିଲ୍ଲୀର ୯ଟି ପ୍ରମୁଖ ସ୍କୁଲକୁ ବୋମା ଧମକ, ଇମେଲରେ ଲେଖାଅଛି- ‘ଦିଲ୍ଲୀ ବନେଗା ଖାଲିସ୍ତାନ’

ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା । ଏସିଡ ଆକ୍ରମଣ ପରେ ଚନ୍ଦନ ନିଜ ମୋବାଇଲ ଭାଙ୍ଗି ଫେରାର ହୋଇଯାଇଥିଲା । ଦୋଷୀ  ଚନ୍ଦନ ଅପରାଧ ଘଟାଇଲା ପରେ କଲିକତାରେ ଆତ୍ମଗୋପନ କରିବା ପରେ ଫେରାର ହୋଇଯାଇଥିଲା । ଏହି ମାମଲାରେ ସହଦେବ ଖୁଣ୍ଟା ଥାନାରେ ୫୬/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିଲା ।  କଟକ ଏସସିବିରେ ୬ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ ଏସିଡ ପୀଡ଼ିତା ବନିତା । ଏହି ଘଟଣାରେ ପୂର୍ବରୁ ମଧ୍ୟ ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ପୁଲିସ ଚନ୍ଦନ ରଣାର ପ୍ରଥମ ସ୍ତ୍ରୀ ଓ ଜଣେ ସହଯୋଗୀକୁ ଗିରଫ କରିଥିଲା । 

ଆହୁରି ପଢ଼ନ୍ତୁ: “ମୁଁ ଠାକୁର...”: କାନପୁର HDFC ବ୍ୟାଙ୍କରେ ମହିଳା କର୍ମଚାରୀଙ୍କ ହାଇଭୋଲ୍ଟେଜ୍ ଡ୍ରାମା, ଗ୍ରାହକଙ୍କୁ ଗାଳିଗୁଲଜ ସହ ଦେଲେ ଧମକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp