ମହିଳା ସଶକ୍ତ ହେଲେ ଆଗେଇବ ଦେଶ: ୫ଟି ଅଧ୍ୟକ୍ଷ

The Sakala Picture
Published On

ଭୁବନେଶ୍ୱର: ମହିଳା ସଶକ୍ତ ହେଲେ ଦେଶ ଆଗେଇବ । ଅଧା ମହିଳା ସଶକ୍ତ ହେଲେ ଦେଶ ହେବ ସଶକ୍ତ । ବିଜେଡିର ମହିଳା ଦିବସ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି 5Tଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । କହିଛନ୍ତି, ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମା’ମାନଙ୍କୁ କ୍ଷମତା ଦେଲେ ସେମାନେ ଭଲ ଭାବେ ତୁଲାଇବେ ବୋଲି ବୁଝିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସଂଖ୍ୟାର ୫୦ପ୍ରତିଶତ ହେଉଛନ୍ତି […]

ଭୁବନେଶ୍ୱର: ମହିଳା ସଶକ୍ତ ହେଲେ ଦେଶ ଆଗେଇବ । ଅଧା ମହିଳା ସଶକ୍ତ ହେଲେ ଦେଶ ହେବ ସଶକ୍ତ । ବିଜେଡିର ମହିଳା ଦିବସ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି 5Tଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । କହିଛନ୍ତି, ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମା’ମାନଙ୍କୁ କ୍ଷମତା ଦେଲେ ସେମାନେ ଭଲ ଭାବେ ତୁଲାଇବେ ବୋଲି ବୁଝିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ହୀରାକୁଦରୁ ଛାଡ଼ିଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ, ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୪ଟି ଗେଟ୍

ଜନସଂଖ୍ୟାର ୫୦ପ୍ରତିଶତ ହେଉଛନ୍ତି ମହିଳା । ୫୦ ପ୍ରତିଶତ ମହିଳା ସଶକ୍ତ ହେଲେ ରାଜ୍ଯ ଓ ଦେଶକୁ ଆହୁରି ଆଗକୁ ନେବେ ବୋଲି କହିଛନ୍ତି 5Tଅଧ୍ଯକ୍ଷ । ୨୦୨୦ର ଓଡ଼ିଶା ଓ ଆଜିର ଓଡ଼ିଶାରେ ବହୁ ଫରକ । ମହିଳାମାନେ ହେଉଛନ୍ତି ନୂଆ ଓଡ଼ିଶାର ପରିଚୟ । ଲୋକସଭା ନିର୍ବାଚନରେ ଏଥର ବି ଅଧିକ ମହିଳାଙ୍କୁ ଟିକେଟ ମିଳିବ ।

ଆହୁରି ପଢ଼ନ୍ତୁ: ଉଚ୍ଛୁଳା ଦୟାନଦୀରେ ମାଛ ଧରୁଥିଲେ ବାପା-ପୁଅ, ଡଙ୍ଗାରୁ ଖସିପଡି ପୁଅ ନିଖୋଜ

ବିଜୁ ବାବଙ୍କ ସ୍ବପ୍ନ ପୂରଣ କରିଛନ୍ତି ମୁଖ୍ଯମନ୍ତ୍ରୀ । ୩୩ ପ୍ରତିଶତରୁ ପଞ୍ଚାୟତରେ ୫୦ ପ୍ରତିଶତ ସଂରକ୍ଷଣ ସହ ଜିଲ୍ଲା ପରିଷଦରେ ୭୦ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ସେହିପରି SHG ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଓଡ଼ିଶା ଯୋଜନାକୁ ଦେଖି କେନ୍ଦ୍ର କରୁଛି ଯୋଜନା । ଓଡ଼ିଶା ଯାହା କରୁଛି ତାକୁ ଅନ୍ୟ ରାଜ୍ୟମାନେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ବଡ ଅଘଟଣ: ନିର୍ମାଣାଧୀନ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକ ମୃତ

ମମତା ଯୋଜନା ଆରମ୍ଭ ହେବାର କାରଣ ବି ଅଛି କହିଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ମୁଁ ୨୦୧୨ ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ସମୟରେ ଜଣେ ମହିଳା IAS maternity leave ଆବେଦନ କଲେ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି। ସେ କହିଲେ ଯଦି ସରକାରୀ ଅଧିକାରୀ ପାଉଛନ୍ତି, ସମସ୍ତେ ପାଇବେ। ୫ ହଜାର ଟଙ୍କା ଗର୍ଭବତୀ ମାଆଙ୍କୁ ଦିଆଗଲା ମମତା ଯୋଜନା ଜରିଆରେ। ଯାହା ଏବେ ୧୦ ହଜାର ଟଙ୍କା ହୋଇଛି। ଏହାର ଦେଢ଼ ବର୍ଷ ପରେ ତତ୍କାଳୀନ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀଙ୍କ ନାଁରେ ଏପରି ଗୋଟେ ଯୋଜନା ଆରମ୍ଭ କଲେ। ଅର୍ଥାତ ଓଡ଼ିଶାର ସବୁ ଯୋଜନାକୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଅନୁସରଣ କରନ୍ତି। ମିଶନ ଶକ୍ତି ମାଆ ମାନଙ୍କୁ ୧୦ ଲକ୍ଷ ଯାଏ ବିନା ସୁଧ ଋଣ ମିଳୁଛି। ପା୍ସପୋର୍ଟ ଅଫିସରେ ବି ମାଆ ମାନେ ଲମ୍ବା ଲାଇନ ଲଗାଉଛନ୍ତି। କହୁଛନ୍ତି ନବୀନ ପଟ୍ଟନାୟକ ପଠାଇଛନ୍ତି। ପା୍ସପୋର୍ଟ କର। ୮୦୦ ମାଆ ଦୁବାଇ ଓ ସିଙ୍ଗାପୁର ଗଲେଣି।

ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସ୍ୱଛତା ଓ ଭଲ ଭାବେ ନିର୍ବାହ କରନ୍ତୁ। ଯେଉଁ ମହିଳା ନିର୍ବାଚନ ଜିତିଛନ୍ତି, ସେମାନେ ନିଜେ ନିଷ୍ପତ୍ତି ନିଅନ୍ତୁ। ପରାମର୍ଶ ପଛେ ଯାହା ଠାରୁ ନେଇ ପାରିବେ। ହେଲେ ନିଜେ ନିଷ୍ପତ୍ତି ନିଅନ୍ତୁ। ଏପରି ହେଲେ ଓଡ଼ିଶା ସଶକ୍ତ ହେବ। ନୂଆ ଓଡ଼ିଶା ଗଠନ ହେବ। ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିାନ୍।

08 Mar 2024 By The Sakala

ମହିଳା ସଶକ୍ତ ହେଲେ ଆଗେଇବ ଦେଶ: ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର: ମହିଳା ସଶକ୍ତ ହେଲେ ଦେଶ ଆଗେଇବ । ଅଧା ମହିଳା ସଶକ୍ତ ହେଲେ ଦେଶ ହେବ ସଶକ୍ତ । ବିଜେଡିର ମହିଳା ଦିବସ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି 5Tଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । କହିଛନ୍ତି, ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମା’ମାନଙ୍କୁ କ୍ଷମତା ଦେଲେ ସେମାନେ ଭଲ ଭାବେ ତୁଲାଇବେ ବୋଲି ବୁଝିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜନସଂଖ୍ୟାର ୫୦ପ୍ରତିଶତ ହେଉଛନ୍ତି ମହିଳା । ୫୦ ପ୍ରତିଶତ ମହିଳା ସଶକ୍ତ ହେଲେ ରାଜ୍ଯ ଓ ଦେଶକୁ ଆହୁରି ଆଗକୁ ନେବେ ବୋଲି କହିଛନ୍ତି 5Tଅଧ୍ଯକ୍ଷ । ୨୦୨୦ର ଓଡ଼ିଶା ଓ ଆଜିର ଓଡ଼ିଶାରେ ବହୁ ଫରକ । ମହିଳାମାନେ ହେଉଛନ୍ତି ନୂଆ ଓଡ଼ିଶାର ପରିଚୟ । ଲୋକସଭା ନିର୍ବାଚନରେ ଏଥର ବି ଅଧିକ ମହିଳାଙ୍କୁ ଟିକେଟ ମିଳିବ ।

ବିଜୁ ବାବଙ୍କ ସ୍ବପ୍ନ ପୂରଣ କରିଛନ୍ତି ମୁଖ୍ଯମନ୍ତ୍ରୀ । ୩୩ ପ୍ରତିଶତରୁ ପଞ୍ଚାୟତରେ ୫୦ ପ୍ରତିଶତ ସଂରକ୍ଷଣ ସହ ଜିଲ୍ଲା ପରିଷଦରେ ୭୦ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ସେହିପରି SHG ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଓଡ଼ିଶା ଯୋଜନାକୁ ଦେଖି କେନ୍ଦ୍ର କରୁଛି ଯୋଜନା । ଓଡ଼ିଶା ଯାହା କରୁଛି ତାକୁ ଅନ୍ୟ ରାଜ୍ୟମାନେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ମମତା ଯୋଜନା ଆରମ୍ଭ ହେବାର କାରଣ ବି ଅଛି କହିଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ମୁଁ ୨୦୧୨ ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ସମୟରେ ଜଣେ ମହିଳା IAS maternity leave ଆବେଦନ କଲେ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି। ସେ କହିଲେ ଯଦି ସରକାରୀ ଅଧିକାରୀ ପାଉଛନ୍ତି, ସମସ୍ତେ ପାଇବେ। ୫ ହଜାର ଟଙ୍କା ଗର୍ଭବତୀ ମାଆଙ୍କୁ ଦିଆଗଲା ମମତା ଯୋଜନା ଜରିଆରେ। ଯାହା ଏବେ ୧୦ ହଜାର ଟଙ୍କା ହୋଇଛି। ଏହାର ଦେଢ଼ ବର୍ଷ ପରେ ତତ୍କାଳୀନ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀଙ୍କ ନାଁରେ ଏପରି ଗୋଟେ ଯୋଜନା ଆରମ୍ଭ କଲେ। ଅର୍ଥାତ ଓଡ଼ିଶାର ସବୁ ଯୋଜନାକୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଅନୁସରଣ କରନ୍ତି। ମିଶନ ଶକ୍ତି ମାଆ ମାନଙ୍କୁ ୧୦ ଲକ୍ଷ ଯାଏ ବିନା ସୁଧ ଋଣ ମିଳୁଛି। ପା୍ସପୋର୍ଟ ଅଫିସରେ ବି ମାଆ ମାନେ ଲମ୍ବା ଲାଇନ ଲଗାଉଛନ୍ତି। କହୁଛନ୍ତି ନବୀନ ପଟ୍ଟନାୟକ ପଠାଇଛନ୍ତି। ପା୍ସପୋର୍ଟ କର। ୮୦୦ ମାଆ ଦୁବାଇ ଓ ସିଙ୍ଗାପୁର ଗଲେଣି।

ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସ୍ୱଛତା ଓ ଭଲ ଭାବେ ନିର୍ବାହ କରନ୍ତୁ। ଯେଉଁ ମହିଳା ନିର୍ବାଚନ ଜିତିଛନ୍ତି, ସେମାନେ ନିଜେ ନିଷ୍ପତ୍ତି ନିଅନ୍ତୁ। ପରାମର୍ଶ ପଛେ ଯାହା ଠାରୁ ନେଇ ପାରିବେ। ହେଲେ ନିଜେ ନିଷ୍ପତ୍ତି ନିଅନ୍ତୁ। ଏପରି ହେଲେ ଓଡ଼ିଶା ସଶକ୍ତ ହେବ। ନୂଆ ଓଡ଼ିଶା ଗଠନ ହେବ। ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିାନ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର