ରାଜ୍ୟରେ କରୋନା ବିସ୍ଫୋରଣ : ଦିନକରେ ଚିହ୍ନଟ ହେଲେ ୭୦୭୧ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ ପଜିଟିଭ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାର ବିସ୍ଫୋରଣ।  କିଛି ଦିନ ଭିତରେ ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାର ବିପଦ ସଙ୍କେତ ଅତିକ୍ରମ କରିଛି। ରାଜ୍ୟରେ କ୍ଷୀପ୍ର ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ ହାର। ଦିନକୁ ଦିନକୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢି ବଢି ଚାଲିଛି କୋଭିଡ୍ ପଜିଟିଭ୍ ସଂଖ୍ୟା । ଦିନକୁ ଦିନ ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦୭୧ […]

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାର ବିସ୍ଫୋରଣ।  କିଛି ଦିନ ଭିତରେ ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାର ବିପଦ ସଙ୍କେତ ଅତିକ୍ରମ କରିଛି। ରାଜ୍ୟରେ କ୍ଷୀପ୍ର ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ ହାର। ଦିନକୁ ଦିନକୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢି ବଢି ଚାଲିଛି କୋଭିଡ୍ ପଜିଟିଭ୍ ସଂଖ୍ୟା । ଦିନକୁ ଦିନ ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ  ୪୧୨୮ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୯୪୩ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୦୭ ଜଣ ପଜିଟିଭ ରହିଛନ୍ତି।  ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର, ବାପା କରିଥିଲା ଅପହରଣ ନାଟକ

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୭୦୭୧ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ସୁନ୍ଦରଗଡ଼ରୁ ୧୧୪୭ , କଟକରୁ ୫୦୫, ମୟୂରଭଞ୍ଜରୁ ୨୦୧, ଅନୁଗୁଳରୁ ୮୩ , ବାଲେଶ୍ବରରୁ ୧୯୮, ବରଗଡ଼ରୁ ୮୫, ଭଦ୍ରକରୁ ୫୪, ବଲାଙ୍ଗୀରୁ ୧୯୦, ବୌଦ୍ଧରୁ ୨୦,  ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୫୫, ଗଞ୍ଜାମରୁ ୧୧୧, ଗଜପତିରୁ ୪୫, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୦ , ଝାରସୁଗୁଡ଼ାରୁ ୧୪୩ , କଳାହାଣ୍ଡିରୁ ୭୩ , କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୨୭ , କେନ୍ଦୁଝରରୁ ୬୫ ଜଣ,  କୋରାପୁଟରୁ ୧୦୭ , ମାଲକାନଗିରିରୁ ୬ , ନବରଙ୍ଗପୁରରୁ ୯୫ , ନୟାଗଡ଼ରୁ ୩୫, ନୂଆପଡ଼ାରୁ ୨୬ ଜଣ, ପୁରୀରୁ ୧୫୬ ଜଣ, ରାୟଗଡ଼ାରୁ ୩୧ ଜଣ, ସମ୍ୱଲପୁରରୁ ୪୩୭ ଜଣ, ସୋନପୁରରୁ ୪୬ ଜଣ, ରାୟଗଡ଼ାରୁ ୩୬ ଜଣ, ସମ୍ବଲପୁରୁ ୬୦୯ ଜଣ, ସୋନପୁରରୁ ୬୧ ଜଣ, ସୁନ୍ଦରଗଡ଼ରୁ ୧୧୪୭ ଜଣ ଓ ଷ୍ଟେଟ ପୁଲରୁ ୪୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୮୨ ହଜାର ୭୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୭ ହଜାର ୩୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୭ ହଜାର ୨୧୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।  ଏବେ ସୁଦ୍ଧା ରାଜ୍ୟରେ ୨୬୨୪୭୯୯୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

11 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର