କରୋନା ଡର : ପାଇଖାନା ଟାଙ୍କିରେ ବାପ-ପୁଅ ଫିଙ୍ଗିଥିଲେ ମହିଳାଙ୍କ ଶବ

The Sakala Picture
Published On

କୋଇଡ଼ା,୧୯ା୭(ସମିସ): ଭାଇରାଲ୍ ଜ୍ୱରରେ ମୃତ୍ୟୁ ପରେ କରୋନା ଆକ୍ରାନ୍ତ ଭାବି ମଶାଣିକୁ କାନ୍ଧ ଦେଲେନି ସାହି ପଡ଼ୋଶୀ। ଶେଷରେ ସ୍ୱାମୀ ଓ ପୁଅ ମିଶି ସରକାରୀ ଶୌଚାଳୟ ସେଫ୍‌ଟି ଟାଙ୍କିରେ ଫିଙ୍ଗି ଦେଇଥିଲେ ମହିଳାଙ୍କ ଶବ। ଦୀର୍ଘ ସାତ ମାସ ପରେ ଉଦ୍ଧାର ହୋଇଛି ଉକ୍ତ ମହିଳାଙ୍କ କଙ୍କାଳ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ପାଟମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ୨୦୦ ମିଟର ଦୂରରେ ଥିବା ମୁଣ୍ଡାବସ୍ତିର ଶୌଚାଳୟର ସେଫ୍‌ଟି ଟାଙ୍କିରୁ ଏକ ନରକଙ୍କାଳ ଉଦ୍ଧାର ହେବା […]

କୋଇଡ଼ା,୧୯ା୭(ସମିସ): ଭାଇରାଲ୍ ଜ୍ୱରରେ ମୃତ୍ୟୁ ପରେ କରୋନା ଆକ୍ରାନ୍ତ ଭାବି ମଶାଣିକୁ କାନ୍ଧ ଦେଲେନି ସାହି ପଡ଼ୋଶୀ। ଶେଷରେ ସ୍ୱାମୀ ଓ ପୁଅ ମିଶି ସରକାରୀ ଶୌଚାଳୟ ସେଫ୍‌ଟି ଟାଙ୍କିରେ ଫିଙ୍ଗି ଦେଇଥିଲେ ମହିଳାଙ୍କ ଶବ। ଦୀର୍ଘ ସାତ ମାସ ପରେ ଉଦ୍ଧାର ହୋଇଛି ଉକ୍ତ ମହିଳାଙ୍କ କଙ୍କାଳ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ପାଟମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ୨୦୦ ମିଟର ଦୂରରେ ଥିବା ମୁଣ୍ଡାବସ୍ତିର ଶୌଚାଳୟର ସେଫ୍‌ଟି ଟାଙ୍କିରୁ ଏକ ନରକଙ୍କାଳ ଉଦ୍ଧାର ହେବା ପରେ ତଦନ୍ତ ହୋଇଥିଲା। ତାହା ପାଟମୁଣ୍ଡା ଅନ୍ତର୍ଗତ ମୁଣ୍ଡାବସ୍ତିର ବାସ କରୁଥିବା ଚନ୍ଦ୍ର ମୁଣ୍ଡାଙ୍କ ପତ୍ନୀ ରଇବାରୀ ମୁଣ୍ଡାଙ୍କ ଶବ ବୋଲି ପୁଲିସ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ବର୍ଷୀୟାନ ଅଭିନେତା ନାନା ପାଟେକରଙ୍କ ପରଲୋକ: ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା

ପୁଅ ଗେଣ୍ଡେ ମୁଣ୍ଡାଙ୍କ କହିବାନୁଯାୟୀ, ସାତ ମାସ ତଳେ ମାଆ ରଇବାରୀଙ୍କର ଜ୍ବର ହେବା ଯୋଗୁଁ ମୃତ୍ୟୁ ହୋଇଥିଲା। ମୃତକଙ୍କ ସ୍ବାମୀ ଚନ୍ଦ୍ର ମୁଣ୍ଡା ଗ୍ରାମବାସୀଙ୍କୁ ଅନ୍ତିମ ସଂସ୍କାର ପାଇଁ ଡାକିବାରୁ କୋଭିଡ୍‌ରେ ମୃତ୍ୟୁ ହୋଇଥିବା କହି କେହି ଶବ ଛୁଇଁ ନଥିଲେ। ବାପ-ପୁଅ ରଇବାରୀଙ୍କ ଶବକୁ ନିକଟସ୍ଥ ସେଫ୍‌ଟି ଟାଙ୍କିରେ ପକାଇ ଦେଇଥିଲେ। ପରେ ପୁଅ ଗେଣ୍ଡେ ଘରେ କର୍ମକ୍ରିୟା କରିଥିଲା। କିଛି ଦିନ ତଳେ କଙ୍କାଳ ଟାଙ୍କି ଭିତରେ ଭାସୁଥିବା ଦେଖି ଗ୍ରାମବାସୀ କୋଇଡ଼ା ଥାନାକୁ ଖବର ଦେଇଥିଲେ। ଥାନାଧିକାରୀ ଲୋକେଶ୍ବର ସାହୁ ଓ ତାଙ୍କ ଟିମ, ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ କଙ୍କାଳକୁ ଯାଞ୍ଚ ନିମନ୍ତେ ପଠାଇ ତଦନ୍ତ ଜାରି ରଖୀଛନ୍ତି।

ଆହୁରି ପଢ଼ନ୍ତୁ: ନଦୀରେ ଗାଧେଇବା ବେଳେ ପାଣିରେ ବୁଡିଗଲେ ଦୁଇ ନାବାଳକ ଭାଇ; ଜଣେ ମୃତ, ଅନ୍ୟ ଜଣେ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର