ମହାମାରୀ କରୋନା ଆଣିଛି ଅର୍ଥନୈତିକ ଦୁର୍ଗତି, ହେଲେ ହାରି ନାହାଁନ୍ତି ପାଠୁଆ ଚାଷୀ ଦେବରାଜ

The Sakala Picture
Published On

କରଞ୍ଜିଆ : କରୋନା ମହାମାରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ଜର୍ଜରିତ ତଥା ଚାଷୀ କୂଳ ହତାଶ। ତଥାପି ହାରି ନାହାଁନ୍ତି ପାଠୁଆ ଚାଷୀ ଦେବରାଜ। ସମସ୍ତ ପରିସ୍ଥିତିକୁ ହସି ହସି ସହି ଆଗେଇ ଚାଲିଛନ୍ତି ତାଙ୍କ ଚିରାଚରିତ କାର୍ଯ୍ୟରେ।ବାପା ସ୍ୱର୍ଗତ କୁମୁଦ ଚନ୍ଦ୍ର ଦାସ ଓ ମାଆ ବାଣି ଦାସଙ୍କ ଏକମାତ୍ର ପୁଅ ଦେବରାଜ। ପାଠ ପଢ଼ିବା ସାଙ୍ଗକୁ,କମ୍ପ୍ୟୁଟର କାର୍ଯ୍ୟ ତଥା ତା ସାଙ୍ଗରେ ଚାଷ । ସେ କରଞିଆ, ଓ କାଦଡିହା ମହାବିଦ୍ୟାଳୟରୁ ଗ୍ରାଜୁଏସନ ପରେ […]

କରଞ୍ଜିଆ : କରୋନା ମହାମାରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ଜର୍ଜରିତ ତଥା ଚାଷୀ କୂଳ ହତାଶ। ତଥାପି ହାରି ନାହାଁନ୍ତି ପାଠୁଆ ଚାଷୀ ଦେବରାଜ। ସମସ୍ତ ପରିସ୍ଥିତିକୁ ହସି ହସି ସହି ଆଗେଇ ଚାଲିଛନ୍ତି ତାଙ୍କ ଚିରାଚରିତ କାର୍ଯ୍ୟରେ।ବାପା ସ୍ୱର୍ଗତ କୁମୁଦ ଚନ୍ଦ୍ର ଦାସ ଓ ମାଆ ବାଣି ଦାସଙ୍କ ଏକମାତ୍ର ପୁଅ ଦେବରାଜ। ପାଠ ପଢ଼ିବା ସାଙ୍ଗକୁ,କମ୍ପ୍ୟୁଟର କାର୍ଯ୍ୟ ତଥା ତା ସାଙ୍ଗରେ ଚାଷ । ସେ କରଞିଆ, ଓ କାଦଡିହା ମହାବିଦ୍ୟାଳୟରୁ ଗ୍ରାଜୁଏସନ ପରେ ନିଜର ଏକ ଦୋକାନ କରି ବ୍ୟବସାୟ କରିଆସୁଥିଲେ। ମାତ୍ର ତାଙ୍କୁ ଏଥିରେ ଶାନ୍ତି ମିଳିନଥିଲା । ସବୁଥିରେ କୃତକାର୍ଯ୍ୟ ହେବାର ଇଚ୍ଛା ରଖିଥିଲେ। ଚାକିରି ପାଇଁ ମନୋନିବେଶ ନକରି ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର ନିଶା ଆଜି ତାଙ୍କୁ ଜଣେ ସଫଳ ଚାଷୀ ଭାବରେ ପରିଗଣିତ କରିପାରିଛି। ଯଦିଓ ସେ ଗୋଟିଏ କମ୍ପ୍ୟୁଟର ଦୋକାନ କରିଛନ୍ତି ହେଲେ ସକାଳ ବଢ଼ି ଭୋରରୁ ଚାଷ ଓ ଉପର ଓଳି ପୁଣି ଚାଷ।ଧାନ ସାଙ୍ଗକୁ ପନିପରିବା,ଫଳମୂଳ। ତାଙ୍କ ମତରେ ଏହା ଦ୍ବାରା ସେ ଶାରୀରିକ ପରିଶ୍ରମ ଓ ମାନସିକ ଶାନ୍ତି ପାଇଥାନ୍ତି।ସେ ଓ ତାଙ୍କର ମା ସକାଳୁ ବଢ଼ି ଭୋରରୁ ବାହାରି ଯାଆନ୍ତି ତାଙ୍କ ବଗିଚାକୁ। ସେଠାରେ ଆମ୍ବ,ସପେଟା,ଲିଚୁ ଫଳ ଗଛ ସହ ପନିପରିବା ବାଇଗଣ,ମୂଳା,ବରଗୁଡି,ଶାଗ, ଭେଣ୍ଡି, ଜହ୍ନି ଓ ମକା ଲଗେଇ ଛନ୍ତି। ଯାହା ପନିପରିବା ହୋଇଛି ଘର ପାଇଁ ରଖି ବଳକା ତୋଳି ନିକଟସ୍ଥ ବଜାରରେ ବିକ୍ରି କରିଥାନ୍ତି। ସେ ବଗିଚାରେ ବାଇଗଣପଲେଇ,ଆମ୍ରପଲ୍ଲି,ସୁନ୍ଦୁରି ପ୍ରଭୃତି ଆମ୍ବ ଗଛ ଲଗାଇଛନ୍ତି। ଏଥିରୁ ବର୍ଷରେ ବେଶ୍ କିଛି ଟଙ୍କା ରୋଜଗାର ହୋଇଥାଏ।ଏହା ଦ୍ବାରା ସେ ନିଜ ପରିବାର ପ୍ରତିପୋଷଣ ସହ ନିଜର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରଖି ପାରିଛନ୍ତି ବୋଲି କହିଛନ୍ତି। ତେଣୁ ଆଜି ସେ ସାଜିଛନ୍ତି ଅଞ୍ଚଳ ପାଇଁ ଆଦର୍ଶ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

02 Jun 2021 By The Sakala

https://www.thesakala.in/latest-odisha-news/corona-epidemic-has-brought-economic-disaster/article-2613
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର